ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶିବଲିଙ୍ଗ ଉପରର ବିଛା ବୋଲି ମତ ଦେଇଥିବା ଶଶୀ ଥରୁରଙ୍କୁ ଦିଲ୍ଲୀର ଏକ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଶୁକ୍ରବାର ଦିଲ୍ଲୀର ଏକ କୋର୍ଟ ଥରୁରଙ୍କ ଜାମିନ ମଞ୍ଜୁର କରିଛନ୍ତି। ସହକାରୀ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ସମର ବିଶାଲ 20 ହଜାରର ବ୍ୟକ୍ତିଗତ ମୁଚାଲିକାରେ ଛାଡିଛନ୍ତି। ଦିଲ୍ଲୀର ବିଜେପି ମୁ୍ଖ୍ୟ ରାଜୀବ ବବ୍ବରଙ୍କ ପକ୍ଷରୁ ଥରୁରଙ୍କ ନାମରେ ମାନହାନି ମୋକଦ୍ଦମା ଦାୟର କରିଥିଲେ। ଗତ ବର୍ଷ ଅକ୍ଟୋବରରେ ଥରୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶିବଲିଙ୍ଗ ଉପରର ବିଛା ବୋଲି ଅଭିହିତ କରିଥିଲେ। ଏହା ତାଙ୍କର ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଛି ବୋଲି ଅଭିଯୋଗ କରି ମାନହାନି ମୋକଦ୍ଦମା ଦାୟର କରିଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଚାରି ସପ୍ତାହ ପରେ ହେବ ବୋଲି ଜଣାପଡିଛି।
Tags: