Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶ୍ରୀଲଙ୍କା ବିପକ୍ଷରେ ଇତିହାସ ରଚିଲେ ଏଡନ ମାର୍କରମ, ବିଶ୍ୱକପ୍‌ରେ ହାସଲ କଲେ ଦ୍ରୁତତମ ଶତକ
ଆଜିର ଖବର

ଶ୍ରୀଲଙ୍କା ବିପକ୍ଷରେ ଇତିହାସ ରଚିଲେ ଏଡନ ମାର୍କରମ, ବିଶ୍ୱକପ୍‌ରେ ହାସଲ କଲେ ଦ୍ରୁତତମ ଶତକ

October 7, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପରେ ଦ୍ରୁତତମ ଶତକ ସ୍କୋର କରି ଦକ୍ଷିଣ ଆଫ୍ରିକାର ଏଡନ ମାର୍କରମ ଇତିହାସ ସୃଷ୍ଟି କରିଛନ୍ତି। ସେ ମାତ୍ର ୪୯ ବଲରେ ନିଜର ଶତକ ପୂରଣ କରିଥିଲେ। ଏହାପୂର୍ବରୁ ଏହି ରେକର୍ଡ ଆୟର୍ଲାଣ୍ଡର କେଭିନ ଓ’ବ୍ରାଇନ୍ ଙ୍କ ପାଖରେ ଥିଲା, ଯିଏ ୫୦ ବଲରେ ଶତକ ହାସଲ କରିଥିଲେ। ୨୦୧୧ ବିଶ୍ୱକପରେ ଇଂଲଣ୍ଡ ବିପକ୍ଷରେ ୫୦ ବଲରେ ଆୟର୍ଲାଣ୍ଡର କେଭିନ ଶତକ ହାସଲ କରିଥିଲେ। ଯେତେବେଳେ କି ମାର୍କରମ ଶ୍ରୀଲଙ୍କା ବିପକ୍ଷ ODI ବିଶ୍ୱକପ୍‌ର ଦ୍ରୁତତମ ଶତକ ସ୍କୋର କରିବାରେ ସଫଳ ହୋଇଥିଲେ।

୧୯୬.୩୦ ଷ୍ଟ୍ରାଇକ୍ ହାରରେ ୫୪ ବଲରେ ୧୦୬ ରନ୍ ସ୍କୋର କରିବା ପରେ ମାର୍କରମ ପାଭିଲିୟନକୁ ଫେରିଥିଲେ। ତାଙ୍କ ଇନିଂସରେ ୧୪ ଟି ଚୌକା ଓ ୩ ଟି ଛକା ଅନ୍ତର୍ଭୁକ୍ତ ଥିଲା। ସେ ଚତୁର୍ଥ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ। ମାର୍କରମ ଇନିଂସ ଆରମ୍ଭରୁ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ। ତାଙ୍କ ସମ୍ମୁଖରେ ଶ୍ରୀଲଙ୍କା ବୋଲରମାନେ ସମ୍ପୂର୍ଣ୍ଣ ଅସହାୟ ଦେଖାଯାଉଥିଲେ।

ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଏବି ଡି ଭିଲିୟର୍ସ ମଧ୍ୟ ବିଶ୍ୱକପରେ ଦ୍ରୁତତମ ଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନ୍ ତାଲିକାରେ ଅନ୍ତର୍ଭୁକ୍ତ। ୨୦୧୫ ବିଶ୍ୱକପରେ ଡି ଭିଲିୟର୍ସ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୫୨ ବଲରେ ଶତକ ପୂରଣ କରିଥିଲେ। ଡି ଭିଲିୟର୍ସ ପୂର୍ବରୁ ଏହି ତାଲିକାରେ ତିନି ନମ୍ବରରେ ଥିଲେ, କିନ୍ତୁ ବର୍ତ୍ତମାନ ଚତୁର୍ଥ ସ୍ଥାନରେ ଅଛନ୍ତି।

ODI ବିଶ୍ୱକପ୍ ରେ ଦ୍ରୁତତମ ଶତକ ହାସଲ କରିଥିବା ଟପ୍- ୫ ବ୍ୟାଟ୍ସମ୍ୟାନ୍:

୧- ୪୯ ବଲ- ଏଡନ ମାର୍କରମ (ଦକ୍ଷିଣ ଆଫ୍ରିକା) ବନାମ ଶ୍ରୀଲଙ୍କା- ୨୦୨୩ ବିଶ୍ୱକପ

୨- ୫୦ ବଲ- କେଭିନ ଓ’ବ୍ରାଇନ୍ (ଆୟର୍ଲାଣ୍ଡ) ବନାମ ଇଂଲଣ୍ଡ- ବିଶ୍ୱକପ୍ ୨୦୧୧

୩- ୫୧ ବଲ- ଗ୍ଲେନ୍ ମ୍ୟାକ୍ସୱେଲ (ଅଷ୍ଟ୍ରେଲିଆ) ବନାମ ଶ୍ରୀଲଙ୍କା- ବିଶ୍ୱକପ ୨୦୧୫

୪- ୫୨ ବଲ୍- ଏବି ଡି ଭିଲିୟର୍ସ (ଦକ୍ଷିଣ ଆଫ୍ରିକା) ବନାମ ୱେଷ୍ଟଇଣ୍ଡିଜ୍- ବିଶ୍ୱକପ୍ ୨୦୧୫

୫- ୫୭ ବଲ୍- ଇଏନ୍ ମୋର୍ଗାନ୍ (ଇଂଲଣ୍ଡ) ବନାମ ଆଫଗାନିସ୍ତାନ- ବିଶ୍ୱକପ୍ ୨୦୧୯

worldcup-2023 ବିଶ୍ୱକପ୍‌ କ୍ରିକେଟ ଶ୍ରୀଲଙ୍କା
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.