ଆନ୍ଧ୍ରପ୍ରଦେଶରେ ନୂଆ ଇତିହାସ : ଜଗନମୋହନଙ୍କ ସରକାରରେ ୫ ଉପ ମୁଖ୍ୟମନ୍ତ୍ରୀ

Published: Jun 7, 2019, 3:39 pm IST

ଆନ୍ଧ୍ରପ୍ରଦେଶ ବିଧାନସଭାରେ ଐତିହାସିକ ଜିତ ହାସଲ କରି ଜଗନମୋହନ ରେଡ୍ଡି ଚର୍ଚ୍ଚାରେ ରହିଥିବାବେଳେ ଏବେ ନିଜର ନୂତନ ଚିନ୍ତାଧାରା ପାଇଁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ନିକଟରେ କୃଷକ, ଆଶା ଦିଦି, ଜନତାଙ୍କ ପାଇଁ ବଡବଡ ଘୋଷଣା କରିବା ପରେ ସେ ଏବେ ପୁଣି ଥରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏଥର ସେ କୌଣସି ଯୋଜନା ନୁହେଁ ବରଂ ସରକାରୀ କ୍ଷେତ୍ରରେ ପରିବର୍ତ୍ତନ ଆଣିଛନ୍ତି । ଆନ୍ଧ୍ରରେ ଏବେ ୫ଜଣ ଉପମୁଖ୍ୟମନ୍ତ୍ରୀଙ୍କୁ ନିୟୋଜିତ କରାଯିବ । ଏଭଳି ଦେଶରେ ପୂର୍ବରୁ କୌଣସି ରାଜ୍ୟରେ ହୋଇ ନାହିଁ । ରେଡ୍ଡିଙ୍କ ମନ୍ତ୍ରିମଣ୍ଡଳରେ ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ, ଅଳ୍ପସଂଖ୍ୟକ, ଏବଂ କାପୁ ସମୁଦାୟରୁ ଜଣେ ଜଣେ ଉପ ମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତି ହେବେ । ଆଜି ଦଳର ବିଧାୟକଙ୍କ ଏକ ବୈଠକ ପରେ ଜଗନମୋହନ ଏହା ବିଷୟରେ ଘୋଷଣା କରିଛନ୍ତି । ଶନିବାର ଦିନ ରାଜ୍ୟରେ ୨୫ ସଂସଦୀୟ ବିଶିଷ୍ଟ ମନ୍ତ୍ରିପରିଷଦର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ ।

Related posts