Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡିଏଭି ପୋଖରୀପୁଟରେ ଗୋପବନ୍ଧୁ ଜୟନ୍ତୀ ଓ ସାଇବର ଅପରାଧ ନିୟନ୍ତ୍ରଣ ସଚେତନତା କାର୍ଯ୍ୟକ୍ରମ
ଆଜିର ଖବର

ଡିଏଭି ପୋଖରୀପୁଟରେ ଗୋପବନ୍ଧୁ ଜୟନ୍ତୀ ଓ ସାଇବର ଅପରାଧ ନିୟନ୍ତ୍ରଣ ସଚେତନତା କାର୍ଯ୍ୟକ୍ରମ

October 10, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଡିଏଭି ପୋଖରୀପୁଟରେ ପୁଣ୍ୟାତ୍ମା ଗୋପବନ୍ଧୁଙ୍କର ୧୪୬ତମ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ, ସମସ୍ତ ନିରୀକ୍ଷକ ନିରୀକ୍ଷିକା ତଥା ଓଡ଼ିଆ ବିଭାଗର ସମସ୍ତ କର୍ମକର୍ତ୍ତା ଉତ୍କଳମଣିଙ୍କ ଫଟୋଚିତ୍ରରେ ଭକ୍ତି ସୁମନ ଅର୍ପଣ କରିଥିଲେ।

ଗୋପବନ୍ଧୁଙ୍କ ଜୀବନାଦର୍ଶକୁ ଅନୁକରଣ କରି ସେବା ପରାୟଣ ମନୋଭାବ ପ୍ରଦର୍ଶନ ପୂର୍ବକ ଭଲ ମଣିଷ ହେବା ପାଇଁ ଅଧ୍ୟକ୍ଷ ବିଦ୍ୟାର୍ଥୀମାନଙ୍କୁ ଆହ୍ୱାନ ଦେଇଥିଲେ। ଷଷ୍ଠ ଶ୍ରେଣୀର ବିଦ୍ୟାର୍ଥୀ ଦିବ୍ୟଜ୍ୟୋତି ମହାପାତ୍ର ଗୋପବନ୍ଧୁଙ୍କ ଜୀବନୀ ଉପରେ ଆଲୋକପାତ କରିଥିବା ବେଳେ ସାଇ ସୁବିଦିତ ସାହୁ ଏକ ସ୍ୱରଚିତ କବିତା ଆବୃତି କରିଥିଲେ।

ଏହି କାର୍ଯ୍ୟକ୍ରମକୁ ଓଡ଼ିଆ ବିଭାଗର ବରିଷ୍ଠ ଶିକ୍ଷକ ନରୋତ୍ତମ ଷଡ଼ଙ୍ଗୀ ସଂଯୋଜନା କରିଥିବା ବେଳେ ଶୁଭ୍ରାଂଶୁ ମୋହନ ଦାଶ, କେଶବ ଚନ୍ଦ୍ର ପ୍ରଧାନ, କ୍ଷଣପ୍ରଭା ନନ୍ଦ ଆଦି ଏଥିରେ ସକ୍ରିୟ ସହଯୋଗ କରିଥିଲେ।

ବିଦ୍ୟାଳୟରେ ଗୋପବନ୍ଧୁଙ୍କ ଜନ୍ମ ତିଥି ପାଳନ କରାଯାଇଥିବାବେଳେ କମିଶନରେଟ୍  ପୋଲିସ ଆନୁକୂଲ୍ୟରେ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍ ଡ. ଅରୁଣ କୁମାର ରଥ ଉପସ୍ଥିତ ରହି ଅତିଥିଙ୍କୁ ସ୍ୱାଗତ କରିବା ସହ ସେମାନଙ୍କ ପରିଚୟ ପ୍ରଦାନ କରିଥିଲେ।

ଏହି ଅବସରରେ ବିଦ୍ୟାର୍ଥୀଙ୍କୁ ସଚେତନ କରିବା ନିମନ୍ତେ ସାଇବର ଅପରାଧ ନିୟନ୍ତ୍ରଣ ସଚେତନତା ରଥ ଓ ମାସ୍କଟ “ସାଇରା” ବିଦ୍ୟାଳୟ ଫାଟକ ନିକଟରେ ପ୍ରବେଶ କରିବା ମାତ୍ରେ ବିଦ୍ୟାର୍ଥୀମାନେ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ସ୍ୱାଗତ କରି ବିଦ୍ୟାଳୟ ପ୍ରେକ୍ଷାଳୟ ନିକଟକୁ ପାଛୋଟି ନେଇଥିଲେ।

କମ୍ପ୍ୟୁଟର ବିଭାଗ ଦ୍ୱାରା ପଥପ୍ରାନ୍ତ ନାଟକ, ୱାଲ୍ ପେଣ୍ଟିଙ୍ଗ୍ , ଚିତ୍ରାଙ୍କନ ଏବଂ କୁଇଜ୍ ପ୍ରତିଯୋଗିତା କରାଯାଇ କୃତୀ ବିଦ୍ୟାର୍ଥୀଙ୍କୁ ପୁରସ୍କୃତ କରାଯାଇଥିଲା। ସାଇବର ସେଲ୍‌ର ଏ.ସି.ପି ଅଞ୍ଜନା ଟୁଡୁଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଏହି ସଚେତନତା କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦିତ ହୋଇଥିଲା।

ବିଦ୍ୟାଳୟ କମ୍ପ୍ୟୁଟର ବିଭାଗର ଗୀତାଞ୍ଜଳି ହୋତା, ସସ୍ମିତା ରାଉତ ଓ ବିଶ୍ୱମୋହନ ମହାନ୍ତି ଉକ୍ତ କର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଗୋପବନ୍ଧୁ ଜୟନ୍ତୀ ଡିଏଭି ପୋଖରୀପୁଟ ସଚେତନତା କାର୍ଯ୍ୟକ୍ରମ ସାଇବର ଅପରାଧ
Share. Facebook Twitter LinkedIn Email WhatsApp Copy Link

Related Posts

ବାରବାଟି ଷ୍ଟାଡିୟମରେ ଆଜିଠାରୁ ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା

February 19, 2026

ଭାରତର ବୃହତ୍ ଟେକ୍ନୋଲୋଜି ସଫଳତା ଉପରେ ଧ୍ୟାନ ଦେଇଛି ବିଶ୍ୱ ଗଣମାଧ୍ୟମ

February 19, 2026

ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବିନିମୟ

February 19, 2026

ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

February 19, 2026
Latest News

ବାରବାଟି ଷ୍ଟାଡିୟମରେ ଆଜିଠାରୁ ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା

February 19, 2026

ଭାରତର ବୃହତ୍ ଟେକ୍ନୋଲୋଜି ସଫଳତା ଉପରେ ଧ୍ୟାନ ଦେଇଛି ବିଶ୍ୱ ଗଣମାଧ୍ୟମ

February 19, 2026

ଆଜି ଏଆଇ ଇମ୍ପାକ୍ଟ ସମିଟ୍‌ ୨୦୨୬କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

February 19, 2026

ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବିନିମୟ

February 19, 2026

ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.