2008 ମାଲେଗାଓଁ ବିସ୍ଫୋରଣ ମାମଲାର ମୁଖ୍ୟ ଆରୋପୀ ତଥା ସାଂସଦ ପ୍ରଜ୍ଞା ସିଂ ଠାକୁର ଏନ୍ଆଇଏ ସମ୍ମୁଖରେ ହାଜର ହୋଇଛନ୍ତି । ଶୁକ୍ରବାର ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ମୁମ୍ବାଇ କୋର୍ଟରେ ହାଜର ହୋଇଛନ୍ତି ପ୍ରଜ୍ଞା ସିଂ ଠାକୁର । ଭୋପାଳରୁ ଶୁକ୍ରବାର ସକାଳେ ପହଞ୍ଚିବା ପରେ କୋର୍ଟକୁ ଯାଇଥିଲେ । କୋର୍ଟରେ ସ୍ବତନ୍ତ୍ର ବିଚାରପତି ବିନୋଦ ପଡଲାକରଙ୍କ ସମ୍ମୁଖରେ ହାଜର ହୋଇଥିଲେ । ବିଚାରପତି ପ୍ରଜ୍ଞାଙ୍କୁ ବିସ୍ଫୋରଣ ସମ୍ପର୍କରେ କିଛି ପ୍ରଶ୍ନ କରିଥିଲେ ଏବଂ ଏହି ପ୍ରଣ୍ନ ଗୁଡିକର ଉତ୍ତର ତାଙ୍କୁ ଜଣା ନାହିଁ ବୋଲି କହି ଏଡାଇ ଯାଇଥିଲେ ପ୍ରଜ୍ଞା । ଉଲ୍ଲେଖଯୋଗ୍ୟ ଯେ, ଶେଷଥର ପାଇଁ ପ୍ରଜ୍ଞା 2018 ଅକ୍ଟୋବରରେ ଏନ୍ଆଇଏ କୋର୍ଟରେ ହାଜର ହୋଇଥିଲେ ।
Tags: