Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅକ୍ଟୋବର ୧୪ ରେ ଶେଷ ହେବ ଆଇଏମ୍ଆଇ ୫.୦ ଅଭିଯାନର ସମସ୍ତ ତିନୋଟି ପର୍ଯ୍ୟାୟ 
ଆଜିର ଖବର

ଅକ୍ଟୋବର ୧୪ ରେ ଶେଷ ହେବ ଆଇଏମ୍ଆଇ ୫.୦ ଅଭିଯାନର ସମସ୍ତ ତିନୋଟି ପର୍ଯ୍ୟାୟ 

October 12, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ପ୍ରମୁଖ ନିୟମିତ ଟିକାକରଣ ଅଭିଯାନ ସଘନ ମିଶନ ଇନ୍ଦ୍ରଧନୁଷ (ଆଇଏମଆଇ ୫.୦) ଅଭିଯାନ ଅକ୍ଟୋବର ୧୪, ୨୦୨୩ରେ ଏହାର ସମସ୍ତ ତିନୋଟି ପର୍ଯ୍ୟାୟ ଶେଷ କରିବ। ଯେପରି ସାରା ଦେଶରେ ଟିକାକରଣରୁ ବଞ୍ଚିତ ହୋଇଥିବା ଶିଶୁ ଏବଂ ଗର୍ଭବତୀ ମହିଳା ମାନଙ୍କୁ ନିୟମିତ ଟୀକାକରଣ ସେବା ପ୍ରଦାନ କରାଯିବ, ତାହାକୁ ଆଇଏମଆଇ ୫.୦ ସୁନିଶ୍ଚିତ କରିଆସିଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ଦେଶର ସମସ୍ତ ଜିଲ୍ଲାରେ ଏହି ଅଭିଯାନ କରାଯାଉଛି ଏବଂ ଏଥିରେ ୫ ବର୍ଷ ପର୍ଯ୍ୟନ୍ତ ପିଲା ସାମିଲ ଅଛନ୍ତି (ପୂର୍ବ ଅଭିଯାନରେ ୨ ବର୍ଷ ପର୍ଯ୍ୟନ୍ତ ପିଲା ସାମିଲ ଥିଲେ)।

ଜାତୀୟ ଟିକାକରଣ ସୂଚୀ (ଏନ୍ଆଇଏସ୍) ଅନୁଯାୟୀ ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ (ୟୁଆଇପି) ଅଧୀନରେ ପ୍ରଦାନ କରାଯାଉଥିବା ସମସ୍ତ ଟିକା ପାଇଁ ଟିକାକରଣ ପରିସରକୁ ବୃଦ୍ଧି କରିବା ଆଇଏମ୍ଆଇ ୫.୦ ଅଭିଯାନର ଲକ୍ଷ୍ୟ। ୨୦୨୩ ସୁଦ୍ଧା ମିଳିମିଳା ଏବଂ ରୁବେଲା ରୋଗର ଉନ୍ମୁଳନ ଲକ୍ଷ୍ୟ ସହିତ ମିଳିମିଳା ଏବଂ ରୁବେଲା ଟିକାକରଣ ପରିସରର ଉନ୍ନତି ଏବଂ ଦେଶର ସମସ୍ତ ଜିଲ୍ଲାରେ ପାଇଲଟ ମୋଡରେ ନିୟମିତ ଟିକାକରଣ ପାଇଁ ୟୁ – ୱିନ୍ ଡିଜିଟାଲ ପ୍ଲାଟଫର୍ମର ବ୍ୟବହାର ଉପରେ ବିଶେଷ ଧ୍ୟାନ ଦିଆଯାଇଛି।

ଆଇଏମ୍ ଆଇ ୫.୦ ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଛି ଯଥା, ୭ – ୧୨ ଅଗଷ୍ଟ, ସେପ୍ଟେମ୍ବର ୧୧-୧୬ ଏବଂ ୯ – ୧୪ ଅକ୍ଟୋବର ୨୦୨୩, ମାସକୁ ୬ ଦିନ ଅର୍ଥାତ୍ ଏଥିରେ ନିୟମିତ ଟିକାକରଣ ଦିବସ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। ବିହାର, ଛତିଶଗଡ଼, ଓଡ଼ିଶା ଏବଂ ପଞ୍ଜାବ ରାଜ୍ୟ ବ୍ୟତୀତ ଅନ୍ୟ ସମସ୍ତ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକରେ ଅକ୍ଟୋବର ୧୪,୨୦୨୩ ସୁଦ୍ଧା ଆଇଏମ୍ଆଇ ୫.୦ ଅଭିଯାନର ତିନୋଟି ପର୍ଯ୍ୟାୟ ଶେଷ ହେବ। କିଛି ଆନିବାର୍ଯ୍ୟ ପରିସ୍ଥିତି ଯୋଗୁଁ ଏହି ୪ ଟି ରାଜ୍ୟ ଅଗଷ୍ଟରେ ଆଇଏମଆଇ ୫.୦ ଅଭିଯାନ ଆରମ୍ଭ କରି ପାରିନଥିଲେ।

ଏହି ରାଜ୍ୟ ଗୁଡ଼ିକ ପ୍ରଥମ ପର୍ଯ୍ୟାୟ ସମାପ୍ତ କରି ଦେଇଛନ୍ତି ଏବଂ ଏବେ ଦ୍ୱିତୀୟ ପର୍ଯ୍ୟାୟ ପରିଚାଳନା କରୁଛନ୍ତି। ୨୦୨୩ର ନଭେମ୍ବର ମାସରେ ଆଇଏମ୍ଆଇ ୫.୦ ଅଭିଯାନର ତୃତୀୟ ପର୍ଯ୍ୟାୟ ଆୟୋଜନ କରିବାକୁ ସେମାନେ ଯୋଜନା କରିଛନ୍ତି।

୨୦୨୩ ସେପ୍ଟେମ୍ବର ୩୦ ସୁଦ୍ଧା , ସମଗ୍ର ଦେଶରେ ଆଇଏମ୍ଆଇ ୫.୦ ଅଭିଯାନର ପ୍ରଥମ ଦୁଇ ପର୍ଯ୍ୟାୟରେ ୩୪,୬୯,୭୦୫ ଶିଶୁ ଏବଂ ୬,୫୫,୪୮୦ ଗର୍ଭବତୀ ମହିଳାଙ୍କୁ ଟିକା ଦିଆଯାଇଛି।

ଏସ୍ଆଇଓ ଆସାମର ନିର୍ଦ୍ଦେଶକ (ଡିଏଚ୍ଏସ୍ ଏଫ୍ଡବ୍ଲ୍ୟୁ) ଜିଲ୍ଲା ଅଧିକାରୀ ମାନଙ୍କ ସହ ଆସାମର ଦରାଙ୍ଗ ଜିଲ୍ଲାର ସିଫାଝର ବିପିଏଚ୍ସି ଅଧୀନରେ ଥିବା ଏଚ୍ଆରଏ ବ୍ରିକ୍ଲିନ୍ ପରିଦର୍ଶନ କରିଥିଲେ।

ସିକ୍କିମ୍ ଠାରେ ଶିଶୁ, ଅତି ଛୋଟ ଶିଶୁ ଏବଂ ଗର୍ଭବତୀ ମହିଳାଙ୍କ ଟିକାକରଣ ସ୍ଥିତି ଯାଞ୍ଚ କରିବା ପାଇଁ ଅଧିବେଶନ ସ୍ଥଳ ଏବଂ ରିଲିଫ୍ କ୍ୟାମ୍ପ ଅଞ୍ଚଳର ନିରୀକ୍ଷଣ ଏବଂ ତଦାରଖ

ମଣିପୁରରେ ଆଇଏମଆଇ ଅଧିବେଶନରେ ଟିକା ଦେବା ପରେ ଶିଶୁକୁ ସାହାଯ୍ୟ କରୁଥିବା ଏଏନଏମ ତଥା ଭ୍ୟାକ୍ସିନେଟର

ହିମାଚଳ ପ୍ରଦେଶର କୁଲ୍ଲୁ ବ୍ଲକ ନଗରର ଏଚ୍ଏସ୍ସି ବାହାଙ୍ଗ ଠାରେ ଆଇଏମ୍ଆଇ ଅଧିବେଶନ

ଜୁଲାଇ୧୯ ରୁ ୨୩ ଜୁଲାଇ୨୦୨୩ ମଧ୍ୟରେ ଜାତୀୟ ନିରୀକ୍ଷକଙ୍କ ଦ୍ୱାରା ଆଇଏମଆଇ ୫.୦ ପାଇଁ ପ୍ରସ୍ତୁତି ମୂଲ୍ୟାୟନ କରାଯାଇଥିଲା। ସେମାନେ ୨୭ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳର ୧୫୪ଟି ଉଚ୍ଚ ପ୍ରାଥମିକତା ପ୍ରାପ୍ତ ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି ଉପରେ ମୂଲ୍ୟାୟନ କରିଥିଲେ। ସୁପାରିସ ସହିତ ପ୍ରସ୍ତୁତି ମୂଲ୍ୟାୟନର ଫଳାଫଳ ସମସ୍ତ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳକୁ ପ୍ରଦାନ କରାଯାଇଥିଲା।

ଏହି ଅଭିଯାନ ବିଷୟରେ ସମସ୍ତ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳକୁ ସଚେତନ କରିବା ପାଇଁ ୨୩ ଜୁନ୍ ୨୦୨୩ ରେ ଜାତୀୟ ରାଜଧାନୀରେ ଆଇଏମଆଇ ୫.୦ ଉପରେ ଏକ ଜାତୀୟ କର୍ମଶାଳା ଆୟୋଜନ କରାଯାଇଥିଲା।

ଯୋଗାଯୋଗ ରଣନୀତି ସହିତ ପରିଚାଳନା ନିର୍ଦ୍ଦେଶାବଳୀ ସମସ୍ତ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ସହିତ ବଂଟନ କରାଯାଇଥିଲା। ଯୋଗାଯୋଗ ରଣନୀତିରେ ୩୬୦ ଡିଗ୍ରୀ ଯୋଗାଯୋଗ ପଦ୍ଧତି ଅନ୍ତର୍ଭୁକ୍ତ ଥିଲା ଯେଉଁଥିରେ ଓକିଲାତି, ଟିକାକୁ ନେଇ ଦ୍ୱିଧାକୁ ଦୂର କରିବା ଏବଂ ସ୍ଥାନୀୟ ପ୍ରଭାବଶାଳୀ ଏବଂ ନେତା ମାନଙ୍କୁ ନିୟୋଜିତ କରିବା ଭଳି ରଣନୀତି ଅନ୍ତର୍ଭୁକ୍ତ ଥିଲା। ସ୍ଥାନୀୟ ଭାଷାରେ ଅନୁକୂଳନ ପାଇଁ ଏବଂ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ସହିତ ଜନସାଧାରଣଙ୍କ ନିକଟରେ ପ୍ରଭାବଶାଳୀ ଭାବରେ ପହଞ୍ଚିବା ନିମନ୍ତେ ବିଭିନ୍ନ ଆଇଇସି ସାମଗ୍ରୀ ସମସ୍ତ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ସହିତ ବଂଟନ କରାଯାଇଥିଲା।

ଆଇଏମ୍ ଆଇ ୫.୦ ରେଜନ ପ୍ରତିନିଧ ଏବଂ ସୋସିଆଲ ମିଡିଆ ପ୍ରଭାବଶାଳୀମାନେ ସମସ୍ତ ରାଜ୍ୟ /କେନ୍ଦ୍ରଶାସିତ ଅଞ୍ଚଳରେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରି ଜନସାଧାରଣଙ୍କୁ ନିକଟସ୍ଥ ଟିକାକରଣ କେନ୍ଦ୍ର ପରିଦର୍ଶନ କରିବାକୁ ଏବଂ ପରିବାର ଏବଂ ସମ୍ପ୍ରଦାୟର ଶିଶୁ ଏବଂ ଗର୍ଭବତୀ ମହିଳାଙ୍କୁ ରହିଯାଇଥିବା ଡୋଜ୍ ନେବାକୁ ନିବେଦନ କରିଛନ୍ତି।

୨୦୧୪ ମସିହାରୁ ସମଗ୍ର ଦେଶରେ ମିଶନ ଇନ୍ଦ୍ରଧନୁଷର ୧୧ଟି ପର୍ଯ୍ୟାୟ କାର୍ଯ୍ୟ ଶେଷ ହୋଇଛି। ବର୍ତ୍ତମାନ ଦ୍ୱାଦଶ ପର୍ଯ୍ୟାୟ ଚାଲିଛି, ଏହି ଅଭିଯାନ ଅଧୀନରେ ବର୍ତ୍ତମାନ ସୁଦ୍ଧା ସମୁଦାୟ ୫.୦୬ କୋଟି ଶିଶୁ ଏବଂ ୧.୨୫ କୋଟି ଗର୍ଭବତୀ ମହିଳାଙ୍କୁ ଟିକା ଦିଆଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀକୁ ଉଦଘାଟନ କଲେ କେନ୍ଦ୍ର ଗୃହ ମନ୍ତ୍ରୀ

August 24, 2025

ଆମେ କେବଳ କ୍ରମିକ ପରିବର୍ତ୍ତନ ନୁହେଁ, ଏକ ବିରାଟ ଲମ୍ଫ ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛୁ: ପ୍ରଧାନମନ୍ତ୍ରୀ

August 24, 2025

ବିଧାୟକ ପ୍ରକାଶ ସେଠୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାହିଁକି କହିଲେ ‘ଇଙ୍ଗିଲସ ଏମଏଲଏ’

August 24, 2025

ଗୋରୁ ବୋଝେଇ ଗାଡ଼ିକୁ ଧରିଲା ବଜରଙ୍ଗ ଦଳ: ବାଣପୁର ଥାନାରେ ମାମଲା ରୁଜୁ

August 24, 2025
Latest News

ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀକୁ ଉଦଘାଟନ କଲେ କେନ୍ଦ୍ର ଗୃହ ମନ୍ତ୍ରୀ

August 24, 2025

ଆମେ କେବଳ କ୍ରମିକ ପରିବର୍ତ୍ତନ ନୁହେଁ, ଏକ ବିରାଟ ଲମ୍ଫ ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛୁ: ପ୍ରଧାନମନ୍ତ୍ରୀ

August 24, 2025

ଗମ୍ଭାରୀମୁଣ୍ଡାରେ ରୋଟାରୀ କ୍ଲବ୍ ପକ୍ଷରୁ ମାଗଣା ଚକ୍ଷୁ ଓ ସ୍ୱାସ୍ଥ୍ୟ ଶିବିର

August 24, 2025

ରଙ୍କନାଥ ଦେବ ପିଠର ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଆଇନ ମନ୍ତ୍ରୀ

August 24, 2025

ବିଧାୟକ ପ୍ରକାଶ ସେଠୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାହିଁକି କହିଲେ ‘ଇଙ୍ଗିଲସ ଏମଏଲଏ’

August 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.