
ଭୁବନେଶ୍ଵର: ବିମାନ ଯାତ୍ରୀମାନଙ୍କ ପାଇଁ ଖୁସି ଖବର। ଏଥର ଝାରସୁଗୁଡ଼ା ବିମାନ ବନ୍ଦରରୁ ଯାତ୍ରୀମାନେ କୋଲକାତା ଓ ବେଙ୍ଗାଲୁରୁ ସିଧାସଳଖ ଯାତ୍ରା କରିପାରିବେ। ଘରୋଇ ଇଣ୍ଡିଗୋ ବିମାନ ଆସନ୍ତା ମାସରୁ ଏହି ଉଡ଼ାଣ ଆରମ୍ଭ କରିବ। ନଭେମ୍ବର ୫ ତାରିଖରୁ କୋଲକାତା ଓ ନଭେମ୍ବର ୧୫ ତାରିଖରୁ ବେଙ୍ଗାଲୁରୁକୁ ଏହି ବିମାନ ଉଡ଼ିବ। ଗତକାଲିଠାରୁ ଏହାର ବୁକିଂ ଆରମ୍ଭ ହୋଇଛି।
ଉଡାଣ ସମୟ:
୧- କୋଲକାତାରୁ ସନ୍ଧ୍ୟା ୫ ଟା ୫୦ ରେ ବାହାରିବ, ସନ୍ଧ୍ୟା ୭ ଟା ୨୫ ମିନିଟ୍ରେ ଝାରସୁଗୁଡ଼ାରେ ପହଞ୍ଚିବ
ସନ୍ଧ୍ୟା ୭ଟା ୫୫ ମିନିଟ୍ରେ ଝାରସୁଗୁଡ଼ାରୁ ବାହାରିବ, ରାତି ୯ ଟା ୨୦ ମିନିଟ୍ରେ କୋଲକାତାରେ ପହଞ୍ଚିବ।
୨- ବେଙ୍ଗାଲୁରୁରୁ ସକାଳ ୧୦ଟା ୧୫ରେ ବାହାରିବ, ଦିନ ୧୨ ଟା ୨୦ ରେ ଝାରସୁଗୁଡ଼ାରେ ପହଞ୍ଚିବ
ଝାରସୁଗୁଡ଼ାରୁ ଦିନ ୧୨ ଟା୫୦ ରେ ବାହାରିବ, ଦିନ ୨ଟା ୫୫ରେ ବେଙ୍ଗାଲୁରୁରେ ପହଞ୍ଚିବ।
ତେବେ ଝାରସୁଗୁଡ଼ା ଭିଏସ୍ଏସ୍ ବିମାନ ବନ୍ଦରରୁ ଦିଲ୍ଲୀ ଯାଉଥିବା ସ୍ପାଇସ ଜେଟ୍ ବିମାନ ସମୟରେ ମଧ୍ୟ ପରିବର୍ତ୍ତନ ହୋଇଛି। ଏହି ବିମାନ ଦିନ ୩.୨୫ମି.ରେ ପହଞ୍ଚି ୩. ୫୫ ମିନିଟ୍ରେ ଉଡ଼ାଣ ଭରିବ। ପୂର୍ବରୁ ଏହି ବିମାନ ସନ୍ଧ୍ୟା ୭ଟାରେ ପହଞ୍ଚି ୮ ଟାରେ ଉଡ଼ାଣ ଭରୁଲା। ତେବେ ବୁଧବାରଠାରୁ ଏହି ପରିବର୍ତ୍ତିତ ସମୟ ଅନୁସାରେ ବିମାନ ଉଡ଼ାଣ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୮ ତାରିଖ ଯାଏ ଏହି ସମୟରେ ବିମାନ ଉଡ଼ାଣ କରିବ ବୋଲି ବିମାନ ବନ୍ଦର କର୍ତ୍ତୃପକ୍ଷ ଟ୍ବିଟ୍ କରି ସୂଚନା ଦେଇଛନ୍ତି।