ବଲିଉଡ୍ ଅଭିନେତ୍ରୀ ଅମୃତା ରାଓଙ୍କ ୩୮ ତମ ଜନ୍ମଦିବସ। ୨୦୦୨ ‘ଅବ୍ କେ ବରସ୍’ ଫିଲ୍ମ ଜରିଆରେ ବଲିଉଡ୍ରେ ଡେବ୍ୟୁ କରିଥିବାବେଳେ ‘ଇସ୍କ ଭିସ୍କ’ ଜରିଆରେ ନିଜର ଏକ ସ୍ବତନ୍ତ୍ର ପରିଚୟ କରିଥିଲେ। ତା’ପରେ ତାଙ୍କୁ ଅନେକ ବଲିଉଡ୍ ଫିଲ୍ମରେ ଦେଖିବାକୁ ମିଳିଥିଲା। ତେବେ ‘ବିବାହ’ ଫିଲ୍ମରେ ତାଙ୍କ ଅଭିନୟକୁ ବେଶ୍ ପ୍ରଶଂସା କରାଯାଇଥିଲା। ସିମ୍ପଲ୍ ଡିଭା ରୂପେ ପରିଚିତ ଅମୃତାଙ୍କ ଅଭିନୀତ ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି ‘ଦି ଲିଜେଣ୍ଡ ଅଫ୍ ଭଗତ ସିଂ’, ‘ମସ୍ତି’, ‘ମୈ ହୁଁ ନା’, ‘ଦିଓ୍ବାର୍ଏ ‘ଓ୍ବାହ : ଲାଇଫ୍ ହୋ ତୋ ଏସି’, ’ଶିକାର,’ ’ପ୍ୟାରେ ମୋହନ’, ‘ମାଇ ନେମ୍ ଇଜ୍ ଆନ୍ଥୋନି ଗନ୍ସେଲ୍ଭସ୍’, ‘ଶୌର୍ଯ୍ୟ’, ‘ଓ୍ବେଲକମ୍ ଟୁ ସଜ୍ଜନପୁର୍’, ‘ଭିକ୍ଟ୍ରି’, ସର୍ଟକଟ୍ : ଦ କଏନ୍ ଇଜ୍ ଅନ୍, ଲାଇଫ୍ ପାର୍ଟନର୍, ଲଭ ୟୁ କଲାକାର, ଜଲି ଏଲଏଲ୍ବି, ସିଂ ସାହବ ଦ ଗ୍ରେଟ୍, ‘ସତ୍ୟାଗ୍ରହ’, ’ଠାକ୍ରେ’ ପ୍ରମୁଖ ଫିଲ୍ମର ନଜର ଆସିଛନ୍ତି । ୨୦୧୬ରେ ସେ ତାଙ୍କ ବୟଫ୍ରେଣ୍ଡ୍ ଆର୍ଜେ ଅନମୋଲ୍ଙ୍କୁ ବିବାହ କରିଛନ୍ତି।