Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ମେରି ମାଟି ମେରା ଦେଶ ଅଭିଯାନ ଓ ଅମୃତ କଳଶ ଯାତ୍ରା ଆୟୋଜିତ
ଆଜିର ଖବର

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ମେରି ମାଟି ମେରା ଦେଶ ଅଭିଯାନ ଓ ଅମୃତ କଳଶ ଯାତ୍ରା ଆୟୋଜିତ

October 15, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ‘ମେରି ମାଟି ମେରା ଦେଶ ଅଭିଯାନ’ ଅଧୀନରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗତ ୧୩.୧୦.୨୦୨୩ରେ ଏହାର ଉଭୟ କ୍ୟାମ୍ପସରେ ଅମୃତ କଳଶ ଯାତ୍ରା ପାଳିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଆମର ପ୍ରିୟ ମାତୃଭୂମି ଏବଂ ଆମ ମହାନ ଦେଶ ପାଇଁ ଉଲ୍ଲେଖନୀୟ ବଳିଦାନ ଦେଇଥିବା ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଶୁଭେଚ୍ଛା ଜଣାଇଥିଲେ। ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ପ୍ରଫେସର ଏନ୍ ସି ପଣ୍ଡା କଳସ ଯାତ୍ରାକୁ ଉଦ୍ ଘାଟନ କରିବା ସହ ଏହି ଅଭିଯାନର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରିବା ସହ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଶପଥ ପାଠ କରାଇଥିଲେ।

ବିଶ୍ୱବିଦ୍ୟାଳୟ ସ୍ତରରେ କଳଶ ଯାତ୍ରାର ସଫଳତା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ନିଜ ନିଜ ଘର ଓ ବାସସ୍ଥାନରୁ ପବିତ୍ର ମାଟି ଆଣିଥିଲେ ଯାହା ଉଭୟ ସୁନାବେଡ଼ା ଓ ଲାଣ୍ଡିଗୁଡ଼ା ପରିସରରେ ଅମୃତ କଳସରେ ସଂଗ୍ରହ କରାଯାଇଥିଲା। ଏହି ପବିତ୍ର ମାଟି ସଂଗ୍ରହ ସମୟରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଗବେଷକ, ଅଧ୍ୟାପକ, ଅଧିକାରୀ ଓ କର୍ମଚାରୀମାନେ ଏକାଠି ହୋଇ ‘ପଞ୍ଚ ପ୍ରାଣ’ ଶପଥ ନେଇଥିଲେ, ଯାହା ଏକ ସୁଦୃଢ ଭାରତ ଗଠନ ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ। ଏଥିସହ ସୁନାବେଡ଼ା ପରିସରରେ ସ୍ଵଦେଶୀ ଚାରା ରୋପଣ କରାଯାଇ ପରିବେଶ ସଂରକ୍ଷଣର ବାର୍ତ୍ତାକୁ ଆହୁରି ସୁଦୃଢ଼ କରାଯାଇଥିଲା। ସଂଗ୍ରହ କରାଯାଇଥିବା ମାଟି ସହ କଳସକୁ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯିବ।।

ଏହି କାର୍ଯ୍ୟକ୍ରମରେ ଜୈବ ବିବିଧତା ଓ ପ୍ରାକୃତିକ ସମ୍ପଦ ସଂରକ୍ଷଣ ବିଦ୍ୟାଳୟର ଡିନ୍ ପ୍ରଫେସର ଶରତ କୁମାର ପାଲିତା, ପ୍ରଫେସର ଭିବାସ ଚନ୍ଦ୍ର ଝା, ଉପଦେଷ୍ଟା-ପ୍ରଶାସନ; ଡ. ପ୍ରଶାନ୍ତ ମେଶ୍ରାମ, ପରୀକ୍ଷା ନିୟନ୍ତ୍ରକ; ରାଜଭାଷା ସେଲ୍ ର ନିର୍ଦ୍ଦେଶକ ପ୍ରଫେସର ହେମରାଜ ମୀନା; ଜନସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇଙ୍କ ସମେତ ବହୁ ସଂଖ୍ୟକ ଅଧ୍ୟାପକ ଓ ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ ଓ ଗବେଷକ ଅଂଶଗ୍ରହଣ କରିଥିଲେ।।

ଏହି କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟର ଛାତ୍ର କଲ୍ୟାଣ ଡିନ୍ ଡ. ରାମେନ୍ଦ୍ର କୁମାର ପାଢ଼ୀ ସଂଯୋଜନା କରିଥିଲେ। ଆମ ମାତୃଭୂମି ପ୍ରତି ଏକତା ଏବଂ ଶ୍ରଦ୍ଧାର ଏହି ଉତ୍ସବ ଏହାର ଶିକ୍ଷାବିତ୍ ସମୁଦାୟ ମଧ୍ୟରେ ଗର୍ବ ଏବଂ ଦେଶଭକ୍ତିର ଭାବନା ସୃଷ୍ଟି କରିବା ପାଇଁ ବିଶ୍ୱବିଦ୍ୟାଳୟର ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରିଥିଲା।

ଅମୃତ କଳଶ ଯାତ୍ରା ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମେରି ମାଟି ମେରା ଦେଶ ଅଭିଯାନ
Share. Facebook Twitter LinkedIn Email WhatsApp Copy Link

Related Posts

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026
Latest News

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.