ପୁତ୍ର ସମ୍ବିତଙ୍କ ମନ୍ତବ୍ୟର ପ୍ରତିକ୍ରିୟା ଦେଲେ ଦାମ ରାଉତ : ଏକଥା ମୋ’ ପୁଅ ନୁହେଁ, ବିଜେଡ଼ି ବିଧାୟକ କହିଛନ୍ତି

Published: Jun 7, 2019, 5:39 pm IST
dama and sambit

ଚର୍ଚ୍ଚାରେ ବାପ ପୁଅ ରାଜନୀତି । ବରିଷ୍ଠ ରାଜନେତା ଦାମୋଦର ରାଉତ ଓ ତାଙ୍କ ପୁତ୍ର ସମ୍ବିତ ରାଉତରାୟଙ୍କୁ ନେଇ ନିର୍ବାଚନ ପୂର୍ବରୁ ଚର୍ଚ୍ଚା ଲାଗି ରହିଥିଲା । ବିଜେଡିରୁ ବହିଷ୍କୃତ ହେବା ପରେ ବିଜେପି ଶିବିରରେ ଦାମ ରାଉତ ଯୋଗ ଦେଇ ପରାଜୟ ବରଣ କରିଥିବାବେଳେ ତାଙ୍କ ପୁତ୍ର ସମ୍ବିତ ରାଉତରାୟ ବିଜେଡ଼ିରେ ରହି ବିଧାୟକ ହୋଇଛନ୍ତି । ଏବେ ଏହି ଦୁଇ ବାପ ପୁଅଙ୍କ ମନ୍ତବ୍ୟକୁ ନେଇ ପୁଣି ଥରେ ଚର୍ଚ୍ଚା ହୋଇଛି । ନିକଟରେ ଦାମ ରାଉତଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ତାଙ୍କ ପୁତ୍ର ସମ୍ବିତ ଆକଳନ କରିଥିଲେ। ଦାମ ରାଉତ ବିଜେପିରେ ଖୁସିରେ ନାହାନ୍ତି ଏବଂ ସୁପ୍ରିମୋ ଚାହିଁଲେ ସେ ଦଳକୁ ଫେରିବ ବୋଲି ମନ୍ତବ୍ୟ ଦେଇଥିଲେ । ତେବେ ପୁତ୍ରଙ୍କ ଏପରି ମନ୍ତବ୍ୟକୁ ଖଣ୍ଡନ କରିଛନ୍ତି ପିତା ଦାମ ରାଉତ । ଏକଥା ମୋ’ ପୁଅ ନୁହେଁ ବରଂ ବିଜେଡ଼ି ବିଧାୟକ କହିଛନ୍ତି ବୋଲି କହିଛନ୍ତି ଦାମ  । ମୁଁ ବିଜେପି ଲୋକ, ସେ ବିଜେଡ଼ି, ସେ କେମିତି  ଜାଣିଲା ମୁଁ ଦୁଃଖୀ ବୋଲି ପ୍ରଶ୍ନ କରିଛନ୍ତି ଦାମ ରାଉତ । ନିର୍ବାଚନରେ ହାର ଜିତ୍‌ ଏକ ପ୍ରକ୍ରିୟା ବୋଲି କହିବା ସହିତ ସେ ଦୁଃଖୀ ନୁହଁନ୍ତି ବୋଲି କହିଛନ୍ତି । ସେହିପରି ବିଜେଡ଼ିକୁ ଫେରିବା ପ୍ରସଙ୍ଗରେ ଦାମ ରାଉତ କହିଛନ୍ତି ଯେ, ମୋତେ ନ ପଚାରି ରାତିଅଧିଆ କାଢି ଦେଇଥିବାବେଳେ ପୁଣି ଥରେ ଡାକିବେ କାହିଁକି ବୋଲି ଦାମ ରାଉତ କହିଛନ୍ତି ।

Related posts