Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ମାନଙ୍କୁ ଭେଟିଲେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ
ଆଜିର ଖବର

ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ମାନଙ୍କୁ ଭେଟିଲେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ

October 17, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ମୁମ୍ବାଇ ଠାରେ ଆଇଓସିର ୧୪୧ତମ ଅଧିବେଶନ ପୂର୍ବରୁ ବିଶ୍ୱର ବିଭିନ୍ନ କ୍ରୀଡ଼ା ସଂଗଠନରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି)ର ଅନେକ ସଦସ୍ୟ ମାନଙ୍କ ସହ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଗତ ସପ୍ତାହରେ (ଅକ୍ଟୋବର ୧୩  ଓ ୧୪, ୨୦୨୩) ଦୁଇ ଦିନ ଧରି ବୈଠକ କରିଥିଲେ। ଅକ୍ଟୋବର ୧୫ ରୁ ୧୭, ୨୦୨୩ ପର୍ଯ୍ୟନ୍ତ ମୁମ୍ବାଇ ଠାରେ ଆଇଓସି ଅଧିବେଶନ ଚାଲିଛି।

ଦୁଇ ଦିନିଆ ଆଇଓସି ବୈଠକ ଆରମ୍ଭ ହେବା ପୂର୍ବରୁ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶନିବାର (ଅକ୍ଟୋବର ୧୪, ୨୦୨୩) ଦିନ କହିଛନ୍ତି ଯେ ଭାରତରେ ଆଇଓସି ଅଧିବେଶନ ଆୟୋଜନ ହେବା ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ। “ମୁଁ କମିଟିର ସମସ୍ତ ସଦସ୍ୟ ମାନଙ୍କୁ ସ୍ୱାଗତ କରୁଛି ଏବଂ ଆଶା କରୁଛି ଯେ ଅଧିବେଶନ ସଫଳ ହେବ ଏବଂ ଅଲିମ୍ପିକ୍ସ କ୍ରୀଡ଼ାରେ ନୂତନ ସଂଯୋଜନ ପାଇଁ ଘୋଷଣା ହେବ” ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

ବିଭିନ୍ନ ଅନ୍ତର୍ଜାତୀୟ ସ୍ତରର କ୍ରୀଡ଼ା ମହାସଂଘର ସଦସ୍ୟ ଏବଂ ଆଇଓସିର କର୍ମକର୍ତ୍ତା ମାନଙ୍କ ସହ ଅନୁଷ୍ଠିତ ଦ୍ୱିପାକ୍ଷିକ ବୈଠକ ଶୃଙ୍ଖଳାରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର କ୍ରୀଡ଼ା, ବିଜ୍ଞାନ ଓ ଔଷଧ କ୍ଷେତ୍ରରେ ଜ୍ଞାନର ଆଦାନପ୍ରଦାନ ବିଷୟରେ କହିଥିଲେ। ଏହି ସହଯୋଗରେ ପ୍ରଶିକ୍ଷଣ ପଦ୍ଧତି, ଉପକରଣ ଏବଂ କ୍ରୀଡ଼ା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ କ୍ଷେତ୍ରରେ ଡିଜିଟାଲ ପ୍ରଶିକ୍ଷଣ ଏବଂ ପ୍ରଶିକ୍ଷଣର କାର୍ଯ୍ୟକାରିତାରେ ଅଭିନବତାକୁ ପ୍ରୋତ୍ସାହିତ କରିବା ପାଇଁ ଗବେଷଣା ଉଦ୍ୟୋଗର ଅନୁସନ୍ଧାନ ଅନ୍ତର୍ଭୁକ୍ତ ଥିଲା।

ଶୁକ୍ରବାର ଦିନ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ମନ୍ତ୍ରୀ ମୁମ୍ବାଇ ଠାରେ ଅନ୍ତର୍ଜାତୀୟ ଆଥଲେଟିକ୍ସ ମହାସଂଘର ସଭାପତି ଲର୍ଡ ସେବାଷ୍ଟିଆନ କୋଏ  ଏବଂ ବିଶ୍ୱ ରୋଇଂ ଫେଡେରେସନର ସଭାପତି ଜିନ୍ – କ୍ରିଷ୍ଟୋଫ ରୋଲାଣ୍ଡଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ।

କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶନିବାର ଆଇଓସି ସଭାପତି ଥୋମାସ ବାକ୍‌, ଆଇଓସି ଉପାଧ୍ୟକ୍ଷ ଜୁଆନ୍ ଆଣ୍ଟୋନିଓ, ଆଇଓସି କାର୍ଯ୍ୟନିର୍ବାହୀ ବୋର୍ଡ ସଦସ୍ୟ ତଥା ୟୁଡବ୍ଲ୍ୟୁଡବ୍ଲ୍ୟୁ ରେସଲିଂର ସଭାପତି ନେନାଦ ଲେଲୋଭିକ୍‌, ଅନ୍ତର୍ଜାତୀୟ ପାରାଲିମ୍ପିକ୍ କମିଟିର ସଭାପତି ଆଣ୍ଡ୍ର‌୍ୟୁ ପାର୍ସନ, ଜାତୀୟ ଅଲିମ୍ପିକ୍ କମିଟି ସଂଘର ମହାସଚିବ ଗୁନିଲା ଲିଣ୍ଡବର୍ଗ, ଆଇଓସି ସଦସ୍ୟ ତଥା ଭବିଷ୍ୟତ କ୍ରୀଡ଼ା ଆୟୋଗର ଅଧ୍ୟକ୍ଷ କୋଲିଣ୍ଡା ଗ୍ରାବର – କିତାରୋଭିକ୍‌, ଅନ୍ତର୍ଜାତୀୟ ହକି ମହାସଂଘର ସଭାପତି ତୈୟାବ ଇକ୍ରାମ୍‌, ଅନ୍ତର୍ଜାତୀୟ ସାଇକ୍ଲିଂ ମହାସଂଘର ସଭାପତି ଡେଭିଡ୍ ଲାପର୍ଟେଣ୍ଟ ଏବଂ ବିଶ୍ୱ ଡୋପିଂ ନିରୋଧୀ ଏଜେନ୍ସିର ସଭାପତି ୱିଟୋଲ୍ଡ ବାଙ୍କ ଙ୍କୁ ଭେଟିଛନ୍ତି। ରାଜ୍ୟସଭା ସାଂସଦ, ପୂର୍ବତନ ଅଲିମ୍ପିଆନ୍ ଏବଂ ଟ୍ରାକ୍ ଆଣ୍ଡ ଫିଲ୍ଡ ଆଥଲେଟ୍ ଏବଂ ଭାରତୀୟ ଅଲିମ୍ପିକ୍ ସଂଘର ସଭାପତି ପି. ଟି. ଉଷା ମଧ୍ୟ ଦ୍ୱିପାକ୍ଷିକ ବୈଠକରେ ଉପସ୍ଥିତ ଥିଲେ।

 

 

ଅଲିମ୍ପିକ୍ସରେ କ୍ରିକେଟକୁ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦେଇ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ କହିଛନ୍ତି, ଯଦି କ୍ରିକେଟ୍ ଖେଳକୁ ଅଲିମ୍ପିକ୍ସରେ ଅନ୍ତର୍ଭୁକ୍ତ କରାଯାଏ, ତେବେ ଏହି ଖେଳ ପାଇଁ ବଜେଟ୍ ଆବଣ୍ଟନ କରିବା ସାରା ବିଶ୍ୱର ସରକାରଙ୍କ ପାଇଁ ସହଜ ହେବ। ତେଣୁ ଏଭଳି ନିଷ୍ପତ୍ତି କ୍ରିକେଟ୍ ପାଇଁ କ୍ରୀଡ଼ା ଭିତ୍ତିଭୂମି ସୃଷ୍ଟି କରିବାରେ ସହାୟକ ହେବ। ଭାରତକୁ କ୍ରୀଡ଼ା ମହାଶକ୍ତିରେ ପରିଣତ କରିବା ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲକ୍ଷ୍ୟ। ଦେଶରେ କ୍ରୀଡ଼ା ଭିତ୍ତିଭୂମିର ଉନ୍ନତି ପାଇଁ ୩୦୦୦ କୋଟି ଟଙ୍କାର ପ୍ରକଳ୍ପ ଚାଲିଛି। ଖେଲୋ ଇଣ୍ଡିଆ ଯୋଜନା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅଧୀନରେ କ୍ରୀଡ଼ାବିତ୍ ମାନଙ୍କୁ ଉନ୍ନତ ପ୍ରଦର୍ଶନ ନିମନ୍ତେ ସରକାର ସର୍ବୋତ୍ତମ ସୁବିଧା ଯୋଗାଇ ଦେଉଛନ୍ତି ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ମୁମ୍ବାଇ ଠାରେ ୧୪୧ତମ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଅଧିବେଶନକୁ ଉଦଘାଟନ କରିଛନ୍ତି। ଏହି ଅଧିବେଶନରେ କ୍ରୀଡ଼ା ସମ୍ବନ୍ଧୀୟ ବିଭିନ୍ନ ଅଂଶୀଦାରଙ୍କ ମଧ୍ୟରେ ବାର୍ତ୍ତାଳାପ ଏବଂ ଜ୍ଞାନ ଆଦାନପ୍ରଦାନର ସୁଯୋଗ ପ୍ରଦାନ କରାଯାଇଥାଏ।୧୪୧ତମ ଆଇଓସି ଅଧିବେଶନରେ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ସଭାପତି ଥୋମାସ୍ ବାକ୍‌ଙ୍କ ସମେତ ଆଇଓସିର ଅନ୍ୟାନ୍ୟ ସଦସ୍ୟ, ବିଶିଷ୍ଟ ଭାରତୀୟ କ୍ରୀଡ଼ା ବ୍ୟକ୍ତିତ୍ୱ ଏବଂ ଭାରତୀୟ ଅଲିମ୍ପିକ୍ ସଂଘ ସମେତ ବିଭିନ୍ନ କ୍ରୀଡ଼ା ମହାସଂଘର ପ୍ରତିନିଧିମାନେ ଯୋଗ ଦେଉଛନ୍ତି।

ଆଇଓସି ସଦସ୍ୟ ମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ, ଆଇଓସି ଅଧିବେଶନରେ ଅଲିମ୍ପିକ୍ କ୍ରୀଡ଼ାର ଭବିଷ୍ୟତ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆ ଯାଇଥାଏ। ଭାରତରେ ଆୟୋଜିତ ହେଉଥିବା ୧୪୧ତମ ଆଇଓସି ଅଧିବେଶନ ବିଶ୍ୱସ୍ତରୀୟ ସହଯୋଗକୁ ପ୍ରୋତ୍ସାହିତ କରିବା, କ୍ରୀଡ଼ା ସଫଳତାକୁ ସମ୍ମାନ ଦେବା ଏବଂ ବନ୍ଧୁତା, ସମ୍ମାନ ଏବଂ ଉତ୍କର୍ଷତାର ଅଲିମ୍ପିକ୍ ନୀତିକୁ ଆଗକୁ ବଢ଼ାଇବା ପାଇଁ ଦେଶର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଏହି କାର୍ଯ୍ୟକ୍ରମ କ୍ରୀଡ଼ା କ୍ଷେତ୍ରର ବିଭିନ୍ନ ଅଂଶୀଦାର ମାନଙ୍କ ମଧ୍ୟରେ ବାର୍ତ୍ତାଳାପ ଏବଂ ଜ୍ଞାନର ଆଦାନପ୍ରଦାନକୁ ସୁଗମ କରିଥାଏ।

ଅନୁରାଗ ସିଂହ ଠାକୁର କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ମୁମ୍ବାଇ
Share. Facebook Twitter LinkedIn Email WhatsApp Copy Link

Related Posts

କୋରାପୁଟ ସ୍ଥିତ ସୀମା ସୁରକ୍ଷା ବଳର ହୀରକ ଜୟନ୍ତୀ ପାଳିତ

March 31, 2026

ହୋଟେଲ ଲାଇଫ୍ ଠାରେ ‘ବ୍ୟାମ୍ବୁ ଫରୱାର୍ଡ ସମିଟ୍- ଫ୍ରମ୍ ଗ୍ରାଉଣ୍ଡ ଟୁ ଗ୍ରୋଥ୍’ ଅନୁଷ୍ଠିତ

March 31, 2026

ଗତି ଶକ୍ତି ବିଶ୍ୱବିଦ୍ୟାଳୟ ଏବଂ ଡିଜିସିଏ ମଧ୍ୟରେ ରାଜିନାମା ସ୍ବାକ୍ଷରିତ

March 31, 2026

ଜନଗଣନା-୨୦୨୭: ଦୁଇ ପର୍ଯ୍ୟାୟରେ ହେବ ଭାରତର ବୃହତ୍ତମ ଜନଗଣନା, ଏପ୍ରିଲ ୧ ରୁ ପ୍ରଥମ ପର୍ଯ୍ୟାୟ

March 31, 2026
Latest News

କୋରାପୁଟ ସ୍ଥିତ ସୀମା ସୁରକ୍ଷା ବଳର ହୀରକ ଜୟନ୍ତୀ ପାଳିତ

March 31, 2026

ହୋଟେଲ ଲାଇଫ୍ ଠାରେ ‘ବ୍ୟାମ୍ବୁ ଫରୱାର୍ଡ ସମିଟ୍- ଫ୍ରମ୍ ଗ୍ରାଉଣ୍ଡ ଟୁ ଗ୍ରୋଥ୍’ ଅନୁଷ୍ଠିତ

March 31, 2026

ଗତି ଶକ୍ତି ବିଶ୍ୱବିଦ୍ୟାଳୟ ଏବଂ ଡିଜିସିଏ ମଧ୍ୟରେ ରାଜିନାମା ସ୍ବାକ୍ଷରିତ

March 31, 2026

ଜନଗଣନା-୨୦୨୭: ଦୁଇ ପର୍ଯ୍ୟାୟରେ ହେବ ଭାରତର ବୃହତ୍ତମ ଜନଗଣନା, ଏପ୍ରିଲ ୧ ରୁ ପ୍ରଥମ ପର୍ଯ୍ୟାୟ

March 31, 2026

ଆଜି ମାର୍ଚ୍ଚ ୩୧ ତାରିଖ ମଙ୍ଗଳବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.