Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଦ୍ଦି ସାମଗ୍ରୀ (ସ୍କ୍ରାପ) ବିକି ସରକାର ୧୧୭ କୋଟି ଟଙ୍କାରୁ ଅଧିକ ରାଜସ୍ୱ  ଆୟ କରିଛନ୍ତି: କେନ୍ଦ୍ର ମନ୍ତ୍ରୀ
ଆଜିର ଖବର

ରଦ୍ଦି ସାମଗ୍ରୀ (ସ୍କ୍ରାପ) ବିକି ସରକାର ୧୧୭ କୋଟି ଟଙ୍କାରୁ ଅଧିକ ରାଜସ୍ୱ  ଆୟ କରିଛନ୍ତି: କେନ୍ଦ୍ର ମନ୍ତ୍ରୀ

October 18, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ ୩.୦ କାଳରେ ମାତ୍ର ଦୁଇ ସପ୍ତାହ ମଧ୍ୟରେ ବିଭିନ୍ନ ପ୍ରକାର ଅଦରକାରୀ ରଦ୍ଦି ସାମଗ୍ରୀ ବିକ୍ରି କରି ସରକାର ୧୧୭କୋଟିରୁ ଅଧିକ ଟଙ୍କାର ରାଜସ୍ୱ ଆୟ କରିଛନ୍ତି ବୋଲି କେନ୍ଦ୍ର ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ତଥା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କାର୍ମିକ, ଆଣବିକ ଶକ୍ତି  ଓ ସାଧାରଣ ଅଭିଯୋଗ ବିଭାଗ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି।

ଏବେ ଦେଶରେ ଚାଲିଥିବା ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ ୩.୦ କାର୍ଯ୍ୟକ୍ରମର ପ୍ରଥମ ଦୁଇ ସପ୍ତାହର କାର୍ଯ୍ୟ ସମୀକ୍ଷା କରିବା ପରେ ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ଯେ ଏହି ସଫେଇ ଓ ସ୍ୱଚ୍ଛତା ଅଭିଯାନ ମାଧ୍ୟମରେ ବିଭିନ୍ନ ସରକାରୀ ଦପ୍ତରରୁ ଅଦରକାରୀ ସାମଗ୍ରୀ ଓ ଫାଇଲ ଆଦିକୁ ହଟାଯିବା ଫଳରେ ୩୨.୫୪ ଲକ୍ଷ ବର୍ଗ ଫୁଟ ସ୍ଥାନ ମୁକ୍ତ ହୋଇଛି। ସେହି ସ୍ଥାନକୁ ଅନ୍ୟ ଗଠନମୂଳକ କାମରେ ବିନିଯୋଗ କରିହେବ।

ନୋଡାଲ ଏଜେନ୍ସି ଭାବେ ଏହି ଅଭିଯାନର ନେତୃତ୍ୱ ପ୍ରଶାସନିକ ସଂସ୍କାର ଓ ସାଧାରଣ ଅଭିଯୋଗ ବିଭାଗ-ଡିଏଆର୍‌ପିଜି ନେଇଛି। ଏହି ବିଭାଗର କାମ  ବେଶ୍ ଉଚ୍ଚକୋଟିର ବୋଲି ଦର୍ଶାଇ ଏହାକୁ ମନ୍ତ୍ରୀ ଡକ୍ଟର ସିଂହ ପ୍ରଶଂସା କରିଛନ୍ତି। ସେ ଏହି ଦୁଇ ସପ୍ତାହର ସ୍ୱଚ୍ଛତା ଅଭିଯାନର କାର୍ଯ୍ୟ ଆଜି ନୂଆଦିଲ୍ଳୀଠାରେ ସମୀକ୍ଷା କରିଥିଲେ। ସ୍ୱଚ୍ଛତାକୁ ଆନୁଷ୍ଠାନିକ ରୂପ ଦେବା ଓ ପଡି ରହିଥିବା ସରକାରୀ କାମ  ବୋଝ ହ୍ରାସ କରିବାରେ ଯେଉଁ ପ୍ରଗତି ପରିଲକ୍ଷିତ ହୋଇଛି ତାହାକୁ ସେ ପ୍ରଶଂସା କରିଥିଲେ। ସାରା ଦେଶରେ ଏ କ୍ଷେତ୍ରରେ ଅଭୂତପୂର୍ବ ଜନ ସହଯୋଗ ପ୍ରକାଶ ପାଇଥିବା ଉଲ୍ଲେଖ କରି ମନ୍ତ୍ରୀ ଡକ୍ଟର ସିଂହ କହିଛନ୍ତି ଯେ ଦେଶର ସବୁ ସରକାରୀ ଅଫିସରେ ଏହି ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକାରୀ ହେଉଛି ଏବଂ ଏଥିରେ ଭଲ ପ୍ରଗତି ପରିଲକ୍ଷିତ ହେଉଛି। ସେ ଆହୁରି କହିଛନ୍ତି ଯେ ସବୁ ମନ୍ତ୍ରଣାଳୟ, ବିଭାଗର ଉତ୍ତମ ସହଯୋଗ ମିଳୁଛି। ଏଥିରେ ସବୁ ରାଷ୍ଟ୍ରୀୟତ୍ତଉଦ୍ୟୋଗ ଓ ପ୍ରାଦେଶିକ ଦପ୍ତରଗୁଡିକୁ ସାମିଲ କରି ସ୍ୱଚ୍ଛତା ପ୍ରକ୍ରିୟାକୁ ଆହୁରି ବ୍ୟାପକ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ମନ୍ତ୍ରୀ ଡକ୍ଟର ସିଂହ ଆହୁରି କହିଛନ୍ତି ଯେ ସମଗ୍ର ଦେଶର ମୋଟ ୧. ୪୭ ଲକ୍ଷ ସ୍ଥାନକୁ ବର୍ତ୍ତମାନ ସୁଦ୍ଧା ସଫା କରାଯାଇଛି। ଏସବୁ ମୁଖ୍ୟତଃ ସରକାରୀ ଅଫିସ। ଏହା ଫଳରେ ୩୨.୫୪ ଲକ୍ଷ ବର୍ଗଫୁଟ ସ୍ଥାନ ଖାଲି ହୋଇଛି। ଦେଶର ମୋଟ ୨.୨୭ ଲକ୍ଷ ସ୍ଥାନକୁ  ସଫେଇ କରିବାକୁ ଚିହ୍ନଟ କରାଯାଇଛି। ସବୁ ବିଭାଗ ଓ ମନ୍ତ୍ରଣାଳୟର ଅଧିକାରୀ ଏବଂ କର୍ମଚାରୀମାନେ ଏଥିରେ ଉଲ୍ଲେଖନୀୟ ସହଯୋଗ ଯୋଗାଉଛନ୍ତି।

ଏହି ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନର କାର୍ଯ୍ୟକୁ ମନ୍ତ୍ରୀ ଓ ସଚିବ ଗଣ ମଧ୍ୟ ସମୀକ୍ଷା କରିଛନ୍ତି। ଏହାକୁ ଆହୁରି ଅଧିକ ସଫଳ କରିବାକୁ ସେମାନେ ପରାମର୍ଶ ଦେଇଛନ୍ତି। ସ୍ୱଚ୍ଛତା ଅଭିଯାନର ପ୍ରଗତି ସମ୍ପର୍କରେ ଡିଏଆର୍‌ପିଜି ନିୟମିତ ସମୀକ୍ଷା କରୁଛି। ନୋଡାଲ ଏଜେନ୍ସି ଭାବେ ଏହା କାର୍ଯ୍ୟ କରୁଛିଏବଂ ଏହାର ସଚିବ ନିୟମିତ ପ୍ରଗତିର ସମୀକ୍ଷା କରୁଛନ୍ତି। ଏହାର ପ୍ରଗତି ସମ୍ପର୍କରେ ସାମାଜିକ ଗଣମାଧ୍ୟମକୁ ଏହି ବିଭାଗ ୪୫୦ ଟୁଇଟ୍ କରିଥିବାବେଳେ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ପକ୍ଷରୁ ମୋଟ ୬୦୦୦ ଟୁଇଟ୍ କରାଯାଇଛି। ସ୍ୱତନ୍ତ୍ର ଅଭିଯାନରେ ୪୫୦ ଇନ୍‌ଫୋଗ୍ରାଫ ଓ ୧୫୦ ପ୍ରେସ ଇସ୍ତାହାର ଗଣମାଧ୍ୟମକୁ ଦିଆଯାଇଛି।

ବିଗତ ପନ୍ଦର ଦିନ ମଧ୍ୟରେ ୧, ୪୭, ୭୫୭ ସ୍ଥାନରେ ସଫେଇ କରାଯାଇଛି। ଏହାଛଡା ୧୭,୯୨,୬୩୦ ଫାଇଲର ସମୀକ୍ଷା  କରାଯାଇ ତାହାକୁ ହଟାଯାଇଛି। ଏହା ଫଳରେ ସରକାରୀ ଦପ୍ତରରେ ୩୨,୫୪ ଲକ୍ଷ ବର୍ଗ ଫୁଟ୍ ସ୍ଥାନ ଖାଲି ହେବା ସହିତ ରଦ୍ଦି ଓ ଟୁକୁରା ସାମଗ୍ରୀ ବିକ୍ରି ଫଳରେ ସରକାର ୧୧୭.୩୩ କୋଟି ଟଙ୍କାର ରାଜସ୍ୱ ପାଇଛନ୍ତି। ଏହି ସମୟ ମଧ୍ୟରେ ୨, ୧୨, ୪୫୯ ସାଧାରଣ ଅଭିଯୋଗର ଶୁଣାଣି କରାଯାଇ ତାହାର ସମାଧାନ କରାଯାଇଛି। ଏହାଛଡା ୧୪୦୩ ସାଂସଦଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରଦାନ କରାଯାଇଛି। ଏହି ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ ଅକ୍ଟୋବର ୩୧ତାରିଖରେ ଶେଷ ହେବ।

ଡକ୍ଟର ଜିତେନ୍ଦ୍ର ସିଂହ ରଦ୍ଦି ସାମଗ୍ରୀ ରାଜସ୍ୱ ଆୟ ସ୍କ୍ରାପ ସ୍ୱଚ୍ଛତା ଅଭିଯାନ ୩.୦
Share. Facebook Twitter LinkedIn Email WhatsApp Copy Link

Related Posts

ଫିକା ପଡ଼ିଲା ସୁନାର ଚମକ: ଜାଣନ୍ତୁ ଆଜିର ମୂଲ୍ୟ କେତେ?

August 18, 2025

ଭୋଟ ଚୋରି ପ୍ରସଙ୍ଗ: ସିଇସି ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବେ ବିରୋଧୀ!

August 18, 2025

ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ: ୮ଟି ଠିକଣାରେ ଚଢାଉ ଜାରି

August 18, 2025

ଏସିଆ କପ୍: ଶୁଭମନ ଗିଲଙ୍କ ବଦଳରେ ଶ୍ରେୟସ ଆୟରଙ୍କୁ ମିଳିବ ସୁଯୋଗ!

August 18, 2025
Latest News

ଫିକା ପଡ଼ିଲା ସୁନାର ଚମକ: ଜାଣନ୍ତୁ ଆଜିର ମୂଲ୍ୟ କେତେ?

August 18, 2025

ଭୋଟ ଚୋରି ପ୍ରସଙ୍ଗ: ସିଇସି ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବେ ବିରୋଧୀ!

August 18, 2025

ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ: ୮ଟି ଠିକଣାରେ ଚଢାଉ ଜାରି

August 18, 2025

ଏସିଆ କପ୍: ଶୁଭମନ ଗିଲଙ୍କ ବଦଳରେ ଶ୍ରେୟସ ଆୟରଙ୍କୁ ମିଳିବ ସୁଯୋଗ!

August 18, 2025

ଭାରତ ସହିତ ସମ୍ପର୍କ ନଷ୍ଟ କରିବା ଟ୍ରମ୍ପଙ୍କ ପାଇଁ ବଡ଼ ଭୁଲ ପ୍ରମାଣିତ ହେବ: ଆମେରିକୀୟ ଲେଖକ

August 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.