Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରେଳ କର୍ମଚାରୀଙ୍କ ପାଇଁ ୧୯୬୮.୮୭ କୋଟି ଟଙ୍କାର ଉତ୍ପାଦକତା ଭିତ୍ତିକ ବୋନସକୁ କ୍ୟାବିନେଟ ମଞ୍ଜୁରି
ଆଜିର ଖବର

ରେଳ କର୍ମଚାରୀଙ୍କ ପାଇଁ ୧୯୬୮.୮୭ କୋଟି ଟଙ୍କାର ଉତ୍ପାଦକତା ଭିତ୍ତିକ ବୋନସକୁ କ୍ୟାବିନେଟ ମଞ୍ଜୁରି

October 18, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
Indian Railways
୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସମସ୍ତ ଯୋଗ୍ୟ ଅଣଗେଜେଟେଡ୍ ରେଳ କର୍ମଚାରୀ ଯଥା ଟ୍ରାକ୍ ରକ୍ଷଣାବେକ୍ଷଣକାରୀ, ଲୋକୋ ପାଇଲଟ, ଟ୍ରେନ୍ ମ୍ୟାନେଜର (ଗାର୍ଡ), ଷ୍ଟେସନ ମାଷ୍ଟର, ସୁପରଭାଇଜର, ଟେକ୍ନିସିଆନ, ଟେକ୍ନିସିଆନ ହେଲପର, ପଏଣ୍ଟମ୍ୟାନ, ମନ୍ତ୍ରୀସ୍ତରୀୟ କର୍ମଚାରୀ ଏବଂ ଅନ୍ୟାନ୍ୟ ଗ୍ରୁପ୍ ସି କର୍ମଚାରୀ (ଆରପିଏଫ/ଆରପିଏସଏଫ କର୍ମଚାରୀଙ୍କୁ ବାଦ୍‌ ଦେଇ)ଙ୍କ ପାଇଁ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ୭୮ ଦିନର ଦରମା ସହ ସମାନ ଉତ୍ପାଦକତା ଭିତ୍ତିକ ବୋନସ (ପିଏଲବି)କୁ ଅନୁମୋଦନ କରାଯାଇଛି।

ରେଳ କର୍ମଚାରୀଙ୍କ ଉତ୍କୃଷ୍ଟ ପ୍ରଦର୍ଶନକୁ ସ୍ୱୀକୃତି ଦେବା ପାଇଁ କେନ୍ଦ୍ର ସରକାର ୧୧,୦୭,୩୪୬ ରେଳ କର୍ମଚାରୀଙ୍କୁ ୧୯୬୮ କୋଟି ୮୭ ଲକ୍ଷ ଟଙ୍କାର ପିଏଲବି ପ୍ରଦାନକୁ ମଞ୍ଜୁରି ଦେଇଛନ୍ତି। ୨୦୨୨-୨୦୨୩ ବର୍ଷରେ ରେଳବାଇର ପ୍ରଦର୍ଶନ ବହୁତ ଭଲ ରହିଥିଲା। ରେଳବାଇ ୧୫୦୯ ନିୟୁତ ଟନର ରେକର୍ଡ ମାଲ୍‌ ପରିବହନ କରିଛି ଏବଂ ପ୍ରାୟ ୬୫୦ କୋଟି ଯାତ୍ରୀ ପରିବହନ କରିଛି।

ଏହି ରେକର୍ଡ ପ୍ରଦର୍ଶନ ପଛରେ ଅନେକ କାରଣ ରହିଛି। ସେଗୁଡ଼ିକ ମଧ୍ୟରେ ରେଳବାଇରେ ସରକାରଙ୍କ ରେକର୍ଡ ପୁଞ୍ଜି ବ୍ୟୟ ଯୋଗୁଁ ଭିତ୍ତିଭୂମିରେ ଉନ୍ନତି, ପରିଚାଳନାଗତ ଦକ୍ଷତା ଏବଂ ଉନ୍ନତ ଜ୍ଞାନକୌଶଳ ଇତ୍ୟାଦି ଅନ୍ତର୍ଭୁକ୍ତ।

ପିଏଲବି ପ୍ରଦାନ ଦ୍ୱାରା ରେଳ କର୍ମଚାରୀମାନଙ୍କୁ ସେମାନଙ୍କ ପ୍ରଦର୍ଶନରେ ଅଧିକ ଉନ୍ନତି ଆଣିବା ଦିଗରେ କାର୍ଯ୍ୟ କରିବାକୁ ପ୍ରେରଣା ମିଳିବ।

କେନ୍ଦ୍ର କ୍ୟାବିନେଟ ରେଳ କର୍ମଚାରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଜନଗଣନା ପାଇଁ SOP

April 23, 2026

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣା: ୮ଜଣ ଅଟକ

April 23, 2026

ଆଜି ହୋଇପାରେ ସ୍କୁଲ ଛୁଟି ଘୋଷଣା

April 23, 2026

ଆଉ ଦରମାରୁ କଟିବନି ପ୍ରଫେସନାଲ ଟିକସ

April 23, 2026
Latest News

ଜନଗଣନା ପାଇଁ SOP

April 23, 2026

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣା: ୮ଜଣ ଅଟକ

April 23, 2026

ଆଜି ହୋଇପାରେ ସ୍କୁଲ ଛୁଟି ଘୋଷଣା

April 23, 2026

ଆଉ ଦରମାରୁ କଟିବନି ପ୍ରଫେସନାଲ ଟିକସ

April 23, 2026

ମୁର୍ଶିଦାବାଦରେ ନିର୍ବାଚନୀ ହିଂସା

April 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.