ଆର.ଡି.ସି (କେନ୍ଦ୍ରାଞ୍ଚଳ) ସୁରେଶ ଚନ୍ଦ୍ର ଦଳାଇଙ୍କ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିରୀକ୍ଷଣ

Published: Oct 19, 2023, 7:16 pm IST

ଖୋର୍ଦ୍ଧା: ଆଜି ପୂର୍ବାହ୍ନରେ ଆର.ଡି. ସି. (କେନ୍ଦ୍ରାଞ୍ଚଳ) ସୁରେଶ ଚନ୍ଦ୍ର ଦଳାଇ ଦଳାଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସମସ୍ତ ବିଭାଗର ନିରୀକ୍ଷଣ କରିଛନ୍ତି। ନିରୀକ୍ଷଣ ସମୟରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବାଦଲ ଚନ୍ଦ୍ର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସାଫଲ୍ୟ ମଣ୍ଡିତ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରା ପ୍ରମୁଖ ଉପସ୍ଥିତ ଥିଲେ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିଭିନ୍ନ ବିଭାଗ ଯଥାକ୍ରମେ ଇ -ଗଭାର୍ଣ୍ଣାନ୍ସ, ସାଧାରଣ ଓ ବିବିଧ, ଏଷ୍ଟାବ୍ଲିସମେଣ୍ଟ, ରାଜସ୍ୱ ବିଭାଗ, ଲ୍ୟାଣ୍ଡ ରେକର୍ଜ, ଜରୁରୀ ବିଭାଗ, ଅଭିଯୋଗ ପ୍ରକୋଷ୍ଠ,ଜିଲ୍ଲା ପରିଷଦ କାର୍ଯ୍ୟାଳୟ, ଅବକାରୀ ବିଭାଗ, ଆର. ଟି. ଓ., ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଏବଂ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ନିରୀକ୍ଷଣ କରିଛନ୍ତି ଆର.ଡ଼ି.ସି ଶ୍ରୀ ଦଳାଇ।

ସମସ୍ତ ବିଭାଗକୁ ନିରୀକ୍ଷଣ ସମୟରେ ବିଭିନ୍ନ ଅଭିଯୋଗଗୁଡ଼ିକୁ ତୁରନ୍ତ ସମାଧାନ କରିବାକୁ ଏବଂ ଜମିଜମା ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟ ୫-ଟି ଆଧାରରେ ସଫଳ ରୂପାୟନ କରିବାକୁ ପରାମର୍ଶ ଦେଇଥିଲେ ଆର.ଡ଼ି.ସି ଶ୍ରୀ ଦଳାଇ। ଅନୁରୂପ ଭାବେ ବିଭିନ୍ନ ଅଭିଯୋଗଗୁଡିକର ତୁରନ୍ତ ସମାଧାନ କରି କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଥିଲେ ଆର.ଡ଼ି.ସି।

Related posts