Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିକିତ୍ସା ନିମନ୍ତେ ଏମ୍‌ସ ଆସନ୍ତି ମାସକୁ ପ୍ରାୟ ଏକ ହଜାରରୁ ଊର୍ଦ୍ଧ୍ଵ ଆର୍ଥ୍ରାଇଟିସ୍ ଏବଂ ଅଟୋଇମ୍ୟୁନ୍‌ ରୋଗୀ
ଆଜିର ଖବର

ଚିକିତ୍ସା ନିମନ୍ତେ ଏମ୍‌ସ ଆସନ୍ତି ମାସକୁ ପ୍ରାୟ ଏକ ହଜାରରୁ ଊର୍ଦ୍ଧ୍ଵ ଆର୍ଥ୍ରାଇଟିସ୍ ଏବଂ ଅଟୋଇମ୍ୟୁନ୍‌ ରୋଗୀ

October 19, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବିଭିନ୍ନ ଗଣ୍ଠିବାତ (ଆର୍ଥ୍ରାଇଟିସ୍) ଏବଂ ଅଟୋଇମ୍ୟୁନ୍‌ ରୋଗରେ ପୀଡ଼ିତ ପ୍ରାୟ ଏକ ହଜାରରୁ ଅଧିକ ରୋଗୀ ପ୍ରତ୍ୟେକ ମାସ ଏମ୍‌ସ ଭୁବନେଶ୍ୱର ଜେନେରାଲ ମେଡିସିନ୍ (ଭେଷଜ) ବିଭାଗ ଓପିଡିକୁ ଚିକିତ୍ସା ନିମନ୍ତେ ଆସୁଛନ୍ତି। ଏହି ରୋଗରେ ପୀଡ଼ିତ ପ୍ରାୟ ୫୦ରୁ ଅଧିକ ରୋଗୀଙ୍କୁ ପ୍ରତି ମାସରେ ଏହି ବିଭାଗରେ ଭର୍ତ୍ତି କରାଯାଉଥିବା ବିଶିଷ୍ଟ ସଂକ୍ରାମକ ରୋଗ ବିଶେଷଜ୍ଞ ତଥା ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ସୂଚନା ଦେଇଛନ୍ତି। ବିଶ୍ୱ ଆର୍ଥ୍ରାଇଟିସ୍ ଦିବସ ପାଳନ ଅବସରରେ ଆୟୋଜିତ ଏକ ଜନସଚେତନତା କାର୍ଯ୍ୟକ୍ରମରେ ଡ. ବିଶ୍ବାସ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ସହିତ ସିଧାସଳଖ ଆଲୋଚନା କରିଥିଲେ। ଏମ୍‌ସ ଭେଷଜ ବିଭାଗ ପକ୍ଷରୁ ଏଭଳି ରୋଗୀଙ୍କ ନିମନ୍ତେ ଏକ ସ୍ବତନ୍ତ୍ର ରିମାଟୋଲୋଜି କ୍ଲିନିକ୍‌ ସର୍ମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ।

ଭେଷଜ ବିଭାଗ ମୁଖ୍ୟ ଡ. ଅନୁପମ ଦେ ଏହି ଅବସରରେ କହିଛନ୍ତି ଯେ ଅଧିକାଂଶ କ୍ଷେତ୍ରରେ, ମହିଳାମାନେ ରିମାଟଏଡ୍ ଆର୍ଥ୍ରାଇଟିସ୍‌ରେ ଅଧିକ ପ୍ରଭାବିତ ହୁଅନ୍ତି। ସେହିପରି ପୁରୁଷଙ୍କ କ୍ଷେତ୍ରରେ ଆଙ୍କିଲୋଜିଙ୍ଗ୍ ସ୍ପଣ୍ଡିଲାଇଟିସ ଅଧିକ ଦେଖାଯାଇଥାଏ। ସଠିକ୍ ସମୟରେ ଚିକିତ୍ସା କରାନଗଲେ ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ଡ. ଦେ ସୂଚନା ଦେଇଛନ୍ତି। ଏମ୍‌ସ ଭୁବନେଶ୍ୱରରେ ଉପରୋକ୍ତ ରୋଗର ଚିହ୍ନଟ ଏବଂ ନିରାକରଣ ନିମନ୍ତେ ବିଭିନ୍ନ ବ୍ୟବସ୍ଥା ଉପଲବ୍‌ଧ ରହିଛି। ଚିକିତ୍ସା ନିମନ୍ତେ ଔଷଧ ସହିତ ଫିଜିଓଥେରାପି ନିମନ୍ତେ ପରାମର୍ଶ ଦିଆଯାଇଥାଏ। ଏମ୍‌ସରେ ଏନେଇ ପିଏମ୍‌ଆର ବିଭାଗ ରହିଛି।

ବର୍ତ୍ତମାନ ଭାରତରେ ୭ କୋଟିରୁ ଅଧିକ ଲୋକ ଆର୍ଥ୍ରାଇଟିସ୍ ସମସ୍ୟାରେ ପୀଡ଼ିତ।  ବୟସାଧିକଜନୀତ ସମସ୍ୟା, ସଂକ୍ରମଣ, ଅଟୋଇମ୍ୟୁନ୍‌ ସମସ୍ୟା ଆଦି ଏହି ରୋଗର କିଛି ପ୍ରମୁଖ କାରଣ ଅଟେ। ମଦ୍ୟପାନ ଏବଂ ଧୂମପାନ ଏହି ରୋଗକୁ ଅଧିକ ବଢ଼ାଇବାର ଆଶଙ୍କା ସୃଷ୍ଟି କରିଥାଏ।

ବର୍ତ୍ତମାନ ସମୟରେ ଉପଲବ୍ଧ ଚିକିତ୍ସା ଅତ୍ୟନ୍ତ ପ୍ରଭାବଶାଳୀ। ଏହାର ଉପଯୋଗ କରି ରୋଗୀ ଯନ୍ତ୍ରଣାମୁକ୍ତ ଜୀବନ ବିତାଇ ପାରିବେ। ସନ୍ତୁଳିତ ଖାଦ୍ୟ ଏବଂ ବ୍ୟାୟାମ ସହିତ ଏକ ସୁସ୍ଥ ଜୀବନଶୈଳୀ ମାଧ୍ୟମରେ ଏହାକୁ ନିୟନ୍ତ୍ରଣ କରାଯାଇପାରିବ।

ଏମ୍‌ସ ମେଡିସିନ୍ ବିଭାଗକୁ ରିମାଟଏଡ୍‌, ସୋରିଏଟିକ୍, ରିଆକ୍ଟିଭ୍ ଆର୍ଥ୍ରାଇଟିସ୍, ଲୁପ୍‌ସ, ସିଷ୍ଟମିକ୍ ସ୍କ୍ଲେରୋସିସ୍, ସୋଗ୍ରେନ୍ ସିଣ୍ଡ୍ରୋମ, ଆଙ୍କିଲୋଜିଙ୍ଗ୍ ସ୍ପଣ୍ଡିଲାଇଟିସ୍ ଆଦି ସମସ୍ୟାରେ ପିଡ଼ୀତ ରୋଗୀ ଚିକିତ୍ସା ନିମନ୍ତେ ଆସିଥାଆନ୍ତି। ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ଅଷ୍ଟିଓ-ଆର୍ଥ୍ରାଇଟିସ୍ ଭଳି ସମସ୍ୟା ଦେଖାଯାଇଥାଏ।

କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ବାସଙ୍କ ସମେତ ମେଡିକାଲ୍‌ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ବିଭାଗୀୟ ମୁଖ୍ୟ ଡ. ଅନୁପମ ଦେ, ଡ. ରଶ୍ମୀ ରଞ୍ଜନ ମହାନ୍ତି, ଡ. ଦେବାନନ୍ଦ ସାହୁ, ଡ. ଅନୁପମା ବେହେରା, ପିଏମ୍‌ଆର ବିଭାଗ ମୁଖ୍ୟ ଡ. ଜଗନ୍ନାଥ ସାହୁ, ଅସ୍ଥିଶଲ୍ୟ ବିଶେଷଜ୍ଞ ଡ. ଗୁରୁଦ୍ବୀପ ଦାସ ପ୍ରମୁଖ ଏହି ଅବସରରେ ଏହି ରୋଗର ଲକ୍ଷଣ, ନିଦାନ ଏବଂ ଉପଚାର ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।

ଆର୍ଥ୍ରାଇଟିସ୍ ରୋଗୀ ଏମ୍‌ସ ଭୁବନେଶ୍ୱର ରିମାଟଏଡ୍ ଆର୍ଥ୍ରାଇଟିସ୍
Share. Facebook Twitter LinkedIn Email WhatsApp Copy Link

Related Posts

କେବଳ ବୈଭବ ସୂର୍ଯ୍ୟବଂଶୀ ନୁହେଁ, ଆୟର୍ଲାଣ୍ଡ ବିପକ୍ଷରେ ଟି-୨୦ ଡେବ୍ୟୁ କରିପାରନ୍ତି ଏହି ଦୁଇ ଖେଳାଳି

June 25, 2026

ପାରଳାଖେମୁଣ୍ଡିରେ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେଲେେ ଆଇନ ମନ୍ତ୍ରୀ

June 25, 2026

ଗୋଦାମ ଗୃହରେ ସଂରକ୍ଷିତ ଇଭିଏମ୍ ଓ ଭିଭିପାଟ୍ ମେସିନଗୁଡିକର ଯାଞ୍ଚ କଲେ ସିଇଓ

June 25, 2026

ପୁରୀ ଶ୍ରୀମନ୍ଦିରରେ ଆଜି ଭକ୍ତି, ପରମ୍ପରା ଓ ଆଧ୍ୟାତ୍ମିକତାର ଅପୂର୍ବ ସଙ୍ଗମ: ପବିତ୍ର ରୁକ୍ମିଣୀ–କୃଷ୍ଣ ବିବାହ ନୀତି

June 25, 2026
Latest News

ରାମ ମନ୍ଦିର ଦାନ ଚୋରି ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନ!: ଛଅ ଜଣଙ୍କ ବିରୁଦ୍ଧରେ ରୁଜୁ ହେବ ଏଫଆଇଆର

June 25, 2026

କେବଳ ବୈଭବ ସୂର୍ଯ୍ୟବଂଶୀ ନୁହେଁ, ଆୟର୍ଲାଣ୍ଡ ବିପକ୍ଷରେ ଟି-୨୦ ଡେବ୍ୟୁ କରିପାରନ୍ତି ଏହି ଦୁଇ ଖେଳାଳି

June 25, 2026

ପାରଳାଖେମୁଣ୍ଡିରେ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେଲେେ ଆଇନ ମନ୍ତ୍ରୀ

June 25, 2026

ଗୋଦାମ ଗୃହରେ ସଂରକ୍ଷିତ ଇଭିଏମ୍ ଓ ଭିଭିପାଟ୍ ମେସିନଗୁଡିକର ଯାଞ୍ଚ କଲେ ସିଇଓ

June 25, 2026

୬ ହଜାର କୋଟି ମୂଲ୍ୟର ନିଶାଦ୍ରବ୍ୟ ଧ୍ୱଂସ ପାଇଁ ପାକ୍ଷିକ ଅଭିଯାନର ଶୁଭାରମ୍ଭ କରିବେ ଅମିତ ଶାହ

June 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.