ପଞ୍ଚମ ଥର ପାଇଁ ନବୀନ ସରକାର କ୍ଷମତାସୀନ ହେବା ପରେ ଗତ ୨୯ ତାରିଖରେ ଅନୁଷ୍ଠିତ ପ୍ରଥମ କ୍ୟାବିନେଟ୍ ବୈଠକରେ କାଳିଆ ଯୋଜନାରେ ୩୨.୩୪ ଲକ୍ଷ ହିତାଧିକାରୀଙ୍କୁ ସୁବିଧା ଦେବାର ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା। ଏହି ଯୋଜନାରେ ଚାଷୀଙ୍କ ହିତ ପାଇଁ ଅଧିକ ୩୨୩୪ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଯୋଜନାରେ ୩୨ ଲକ୍ଷରୁ ଅଧିକ ଭାଗ ଚାଷୀ ଓ ଭୂମିହୀନ ଚାଷୀଙ୍କୁ ଲାଭ ମିଳିବ। ଏହା ସହ ୫୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପୃକତ ହୋଇପାରିବେ। ମୋଟ ୭୫ ଲକ୍ଷ ଚାଷୀ ହେବ ଉପକୃତ। ଜୁନ୍ ୪ ତାରିଖରେ କାଳିଆ ଯୋଜନାରେ ଅତିରିକ୍ତ ହିତାଧିକାରୀଙ୍କୁ ରାଜ୍ୟ ସରକାର ମଞ୍ଜୁରି ପ୍ରଦାନ ନେଇ କୃଷି ବିଭାଗ ବିଜ୍ଞପ୍ତି ପ୍ରକାଶ କରିଥିଲେ। ୨୦୧୯-୨୦ରେ ସେହି ତାଲିକାରେ ଅତିରିକ୍ତ ୨.୫ ଲକ୍ଷ କ୍ଷୁଦ୍ର, ନାମମାତ୍ର, ପ୍ରକୃତ ଚାଷୀ, ଭାଗଚାଷୀ ସହିତ ୫ ଲକ୍ଷ ଭୂମିହୀନ ଚାଷୀ ପରିବାରଙ୍କୁ ଯୋଡ଼ା ଯାଇଥିଲା। କୃଷକ ମାନଙ୍କ ପାଇଁ ରାଜ୍ୟ ସରକାର ଡିସେମ୍ବର ୩୧ ତାରିଖରେ କାଳିଆ ଯୋଜନାର ଶୁଭାରମ୍ଭ ଲୋକାର୍ପଣ କରାଯାଇଥିଲା। ଏହି ଯୋଜନା ଦ୍ୱାରା ରାଜ୍ୟର ଚାଷୀ, ଭାଗଚାଷୀ, କୃଷି ଶ୍ରମିକ, ଭୂମିହୀନ ମାନେ ଏହାଦ୍ୱାରା ଉପକୃତ ହେବେ। ଗତ ଅନ୍ତରୀଣ ବଜେଟ୍ ବେଳେ ରାଜ୍ୟ ସରକାର କାଳିଆ ଯୋଜନା ପାଇଁ ୪,୪୬୧ କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ।
କାଳିଆ ଯୋଜନା ପାଇଁ ୩୨୩୪ କୋଟି ଅଧିକ ବ୍ୟୟବରାଦ କଲେ ରାଜ୍ୟ ସରକାର
Published:
Jun 7, 2019, 7:00 pm IST
Tags: