ଆପଣ ପୂଜା ମଣ୍ଡପ ବୁଲିବାକୁ ଯାଉଛନ୍ତି କି ? ତେବେ ପାଳନ୍ତୁ ଏହି କେତୋଟି ନିୟମ

Published: Oct 22, 2023, 7:05 pm IST
DurgaPuja

ଭୁବନେଶ୍ବର: ବର୍ତ୍ତମାନ ଚାଲିଛି ପାର୍ବଣର ଋତୁ। ଚାରିଆଡେ ଉତ୍ସବ ମୁଖର। ରଂଗୀନ ଆଲୋକମାଳାରେ ଝଲସୁଛି ବିଭିନ୍ନ ତୋରଣ। ସମସ୍ତ ପୂଜା ମଣ୍ଡପରେ ଭିଡ ପରିଲକ୍ଷିତ। ମାଆଙ୍କୁ ଦର୍ଶନ କରିବା ପାଇଁ ବର୍ଷ ସାରା ଭକ୍ତ ଅପେକ୍ଷା କରିଥାଏ। ସେହି ସୁଯୋଗ ଆସିଛି ଯେତେବେଳେ ତାହାକୁ କେହି ହାତ ଛଡା କରିବାକୁ ଚାହାଁନ୍ତି ନାହିଁ।

ତେବେ ଏହି ଭିଡକୁ ଲକ୍ଷ କରି ଲୁଟେରାମାନେ ଏକ ସୁବର୍ଣ୍ଣ ସୁଯୋଗ ବୋଲି ଭାବିଥାନ୍ତି। ସେମାନେ ମଧ୍ୟ ଭକ୍ତଙ୍କ ବେଶରେ ପୂଜା ମଣ୍ଡପ ବୁଲିଥାନ୍ତି। ସୁଯୋଗ ମିଳିଲେ ବେକରୁ ଚେନ କିମ୍ବା ପର୍ସ ଚୋରୀ କରି ନେଇଯାଆନ୍ତି। ତେବେ ଏହି ପୂଜା ସମୟରେ ଏହି କେତୋଟି କଥା ଧ୍ୟାନ ଦେବା ଉଚିତ।

1- ପୂଜା ମଣ୍ଡପ ବୁଲିବାକୁ ଯିବା ବେଳେ କେବେ ବି ସୁନା ଜିନିଷ ଲାଗନ୍ତୁ ନାହିଁ। ତେବେ ଯେଉଁମାନେ ବେକ ଖାଲି ରଖିବାକୁ ଚାହାଁନ୍ତି ନାହିଁ ସେମାନେ ଇମିଟେସନ ଅଳଙ୍କାର ଲଗାଇବା ଉଚିତ।

2- ସୁନା ହେଉ କିମ୍ବା ଇମିଟେସନ। କୌଣସି ପ୍ରକାରରେ ଭାରୀ ବା ବଡ ଅଳଙ୍କାର ଲଗାଇବା ଅନୁଚିତ। ଇମିଟେସନ ଅଳଙ୍କାର ଚୋର ନେଉ ପଛେ ଚାଲ ପିନ୍ଧିବା ବୋଲି ଭାବି ପିନ୍ଧନ୍ତୁ ନାହିଁ। କାରଣ ତାହା ହୁଏତ ଚୋର ଝିଙ୍କିକି ନେବା ବେଳେ ଆପଣଙ୍କ ବେକ କଟିଯିବାର ସମ୍ଭାବନା ରହିଛି।

3-ମୋବାଇଲ ଧରି ପୂଜା ମଣ୍ଡପ ଭିତରକୁ ଯାଆନ୍ତୁ ନାହିଁ। ତାହାକୁ ସୁଇଚ ଅପ କରି ଗାଡିରେ ରଖିଦେବା ଉଚିତ। ଯଦି ଫଟୋ ନେବାର ଅଛି ତେବେ ଦର୍ଶନ ସାରି ମୋବାଇଲ ଆଣି ଫଟୋ ନେଇପାରନ୍ତି।

4- ସେହିପରି ଦୀପ ଲଗାଇବା ବେଳେ ମଧ୍ୟ ସାବଧାନ ହେବା ଉଚିତ। କାରଣ ଦୀପ ଲଗାଇବା ସମୟରେ ସମସ୍ତେ ଆଖିବୁଜି ମାଙ୍କୁ ସ୍ମରଣ କରିଥାନ୍ତି। ହେଲେ ଏହି ସମୟରେ ଅଜାଣତରେ ପାଖରେ ଥିବା ଅନ୍ୟ ଦୀପ ନିଆଁ ଶାଢୀରେ ଲାଗିଯାଏ।

5- ମାଙ୍କୁ ଦର୍ଶନ କରିବାକୁ ଗଲେ କେବଳ ଭୋଗ ବ୍ୟତିତ ଅନ୍ୟ କୌଣସି ଜିନିଷ ସାଥୀରେ ନିଅନ୍ତୁ ନାହିଁ।

Related posts