
କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବ୍ୟକ୍ତିଗତ ସଚିବ ଭାବରେ ଆଇଏଏସ୍ ସଙ୍କେତ କୁମାର ନିଯୁକ୍ତି ପାଇଛନ୍ତି। ସଙ୍କେତ କୁମାରଙ୍କ ନିଯୁକ୍ତିକୁ ବିଭାଗୀୟ ଅଧିକାରୀ ମଞ୍ଜୁରୀ ଦେଇଛନ୍ତି। ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ତୁରନ୍ତ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାର ଆଦେଶ ଦିଆଯାଇଛି। ଅନ୍ୟ ଆଦେଶ ପ୍ରାପ୍ତ ନହେବା ଯାଏଁ ଏହି ପଦବୀରେ ଅବସ୍ଥାପିତ ରହିବା ପାଇଁ ଏହି ବିଜ୍ଞପ୍ତି ଜରିଆରେ ନିର୍ଦ୍ଦେଶ ଦିଆଯାଇଛି। ଏନ୍ଡିଏ ସରକାରଙ୍କ ପ୍ରଥମ ଥର ଶାସନ ସମୟରେ ମଧ୍ୟ ବ୍ୟକ୍ତିଗତ ସିଚିବ ଭାବରେ କାର୍ଯ୍ୟ କରିଥିଲେ। ପୂର୍ବରୁ ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନାଙ୍କ ବ୍ୟକ୍ତିଗତ ସଚିବ ଭାବରେ କାର୍ଯ୍ୟ କରିଛନ୍ତି ସଙ୍କେତ କୁମାର।