Categories
ଆଜିର ଖବର ଜାତୀୟ ଖବର

ଓଡ଼ିଶା ସମେତ ୪ ରାଜ୍ୟରେ ୮ ପୁଲିସ ଅଧିକାରୀ ଓ ୫ ଜିଲ୍ଲାପାଳଙ୍କୁ ବଦଳି କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନ ୨୦୨୪ରେ ସମାନ ସୁଯୋଗ ପାଇଁ ନିଜ ପ୍ରତିବଦ୍ଧତାକୁ କାର୍ଯ୍ୟକାରୀ କରି ନିର୍ବାଚନ ଆୟୋଗ ଆଜି ଓଡ଼ିଶା ସମେତ ୪ ରାଜ୍ୟରେ ୮ ପୁଲିସ ଅଧିକାରୀ ଓ ୫ ଜିଲ୍ଲାପାଳଙ୍କୁ ବଦଳି କରିଛନ୍ତି। ଗୁଜରାଟ, ପଞ୍ଜାବ, ଓଡ଼ିଶା ଓ ପଶ୍ଚିମବଙ୍ଗ ଭଳି ୪ଟି ରାଜ୍ୟରେ ଜିଲ୍ଲାପାଳ ଓ ପୁଲିସ ଅଧୀକ୍ଷକ (ଏସପି) ଭାବେ ନେତୃତ୍ୱ ଦାୟିତ୍ୱରେ ଥିବା ଅଣକ୍ୟାଡର ଅଧିକାରୀଙ୍କ ପାଇଁ ବଦଳି ଆଦେଶ ଜାରି କରାଯାଇଛି। ଜିଲ୍ଲା ସ୍ତରରେ ଜିଲ୍ଲାପାଳ ଓ ଏସପି ପଦବୀ ଯଥାକ୍ରମେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଏବଂ ଭାରତୀୟ ପୋଲିସ ସେବା (ଆଇପିଏସ୍‌) ଅଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ।

ମୁଖ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ରାଜୀବ କୁମାରଙ୍କ ଅଧ୍ୟକ୍ଷତାରେ ଏବଂ ନିର୍ବାଚନ ଆୟୁକ୍ତ ଶ୍ରୀ ଜ୍ଞାନେଶ କୁମାର ଓ ଶ୍ରୀ ସୁଖବୀର ସିଂହ ସାନ୍ଧୁଙ୍କ ଉପସ୍ଥିତିରେ ଆୟୋଜିତ ବୈଠକ ପରେ ଆୟୋଗ ଏହି ନିଷ୍ପତ୍ତି ନେଇଛନ୍ତି।

ବଦଳି ହୋଇଥିବା ଅଧିକାରୀମାନେ ହେଲେ:

୧.    ଗୁଜରାଟ – ଛୋଟା ଉଦୟପୁର ଏବଂ ଅହମ୍ମଦାବାଦ ଗ୍ରାମୀଣ ଜିଲ୍ଲା ଏସପି

୨.    ପଞ୍ଜାବ – ପଠାନକୋଟ, ଫାଜିଲ୍‌କା, ଜଳନ୍ଧର ଗ୍ରାମୀଣ ଏବଂ ମାଲେରକୋଟଲା ଜିଲ୍ଲାର ଏସଏସପି

୩. ଓଡ଼ିଶା – ଢେଙ୍କାନାଳର ଜିଲ୍ଲାପାଳ ଏବଂ ଦେବଗଡ଼ ଓ କଟକ ଗ୍ରାମାଞ୍ଚଳ ଏସପି

୪. ପଶ୍ଚିମବଙ୍ଗ- ପୂର୍ବ ମେଦିନୀପୁର, ଝାରଗ୍ରାମ, ପୂର୍ବ ବର୍ଦ୍ଧମାନ ଓ ବୀରଭୂମ ଜିଲ୍ଲାର ଡିଏମ୍

ଏହାବ୍ୟତୀତ ନିର୍ବାଚିତ ରାଜନୈତିକ ପ୍ରତିନିଧିଙ୍କ ସହ ସେମାନଙ୍କର ସମ୍ପର୍କ କିମ୍ବା ପାରିବାରିକ ସମ୍ପର୍କକୁ ଦୃଷ୍ଟିରେ ରଖି ପଞ୍ଜାବର ଭଟିଣ୍ଡା ଏସଏସପି ଏବଂ ଆସାମର ସୋନିତପୁର ଏସପିଙ୍କୁ ବଦଳି କରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଶାସନର ପକ୍ଷପାତିତା କିମ୍ବା ଆପୋସ ବୁଝାମଣା ଆଶଙ୍କାକୁ ଦୂର କରିବା ପାଇଁ ଏହି ଦୁଇ ଜିଲ୍ଲାର ଅଧିକାରୀଙ୍କୁ ଆଗୁଆ ପଦକ୍ଷେପ ସ୍ୱରୂପ ବଦଳି କରାଯାଇଛି।

ଅଣ-କ୍ୟାଡର ଅଧିକାରୀଙ୍କୁ ତତ୍କାଳ ପ୍ରଭାବ ସହିତ ଜିଲ୍ଲାପାଳ ଏବଂ ଏସପି/ଏସଏସପି ରୂପରେ ସେମାନଙ୍କର ବର୍ତ୍ତମାନର ଭୂମିକାରୁ ସ୍ଥାନାନ୍ତର କରିବା ଲାଗି ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆୟୋଗଙ୍କ ଆଦେଶ ପାଳନ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

Breaking News: ବଦଳିଲେ ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ପୁରୀ ଜିଲ୍ଲାପାଳ

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଇଏଏସ ସ୍ତରରେ ଏକ ଅଦଳବଦଳ କରିଛନ୍ତି। ସେହି ଅନୁସାରେ ଶ୍ରୀ ଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କୁ ବଦଳି କରାଯାଇଛି। ତାଙ୍କୁ କେନ୍ଦ୍ରୀୟ ଆରଡିସି କରାଯାଇଛି। ନିକଟରେ ସେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ କରି ଦେଖାଇଥିଲେ। ହେଲେ ହଠାତ ତାଙ୍କୁ ବଦଳି କରିବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି।

ତେବେ ତାଙ୍କ ସ୍ଥାନରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଅତିରିକ୍ତ ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି। ଏହି ପଦବୀକୁ ରାଜ୍ୟର ଅତିରିକ୍ତ ସଚିବ ପ୍ୟାହାର ଯାହା ଦାୟିତ୍ବ ତାହା ଏହି ପଦବୀକୁ ପ୍ରଦାନ କରାଯାଇଛି। ଫଳରେ ସେ ଶ୍ରୀମନ୍ଦିର ପ୍ରଶାସନର ସମସ୍ତ ନିଷ୍ପତି ନେଇପାରିବେ।

ସେହିପରି ପୁରୀ ଜିଲ୍ଲାପାଳ ଭାବେ ବିଜୟ କୁମାର ଦାସଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ସେ ବର୍ତ୍ତମାନ ଓଡିଶା ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ଭାବେ କାର୍ଯ୍ୟ କରୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଇଏଏସ ସ୍ତରରେ ଅଦଳ ବଦଳ, ବିଷ୍ଣୁପଦ ସେଠୀଙ୍କୁ ମିଳିଲା ନୂଆ ଦାୟିତ୍ବ

ଭୁବନେଶ୍ବର: ରାଜ୍ୟ ସରକାର ଆଇଏଏସ ସ୍ତରରେ ଏକ ଅଦଳବଦଳ କରିଛନ୍ତି। ଦୀର୍ଘମାସ ଧରି ପଦବୀବିହିନ ହୋଇପଡିଥିବା ବରିଷ୍ଠ ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ନିଯୁକ୍ତି ମିଳିଛି। ତାଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ କରାଯାଇଛି।

ବିଷ୍ଣୁପଦଙ୍କୁ ମିଶାଇ ମୋଟ ଆଠ ଜଣ ଆଇଏଏସଙ୍କୁ ରାଜ୍ୟ ସରକାର ବଦଳି କରିଛନ୍ତି। ସେମାନେ ହେଲେ..

1- ବିଷ୍ଣୁପଦ ସେଠୀ- ପ୍ରମୁଖ ଶାସନ ସଚିବ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ

2- ଭାସ୍କର ଜ୍ୟୋତି ଶର୍ମା- କମିଶନର ଲ୍ୟାଣ୍ଡ ରେକର୍ଡସ ଓ  ସେଟେଲମେଣ୍ଟ

3- ବି ପରମେଶ୍ବରନ- କମିଶନର କନସଲୋଡେସନ

4- ଜ୍ୟୋତିପ୍ରକାଶ ଦାସ- ପଞ୍ଚାୟତିରାଜ ବିଭାଗ ନିର୍ଦ୍ଦେଶ

5- ରାମାଶିଷ ହାଜରା- ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନର ସଭାପତି ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସେ ବର୍ତ୍ତମାନ ପଶୁ ସଂପଦ ବିଭାଗର ନିର୍ଦ୍ଦେଶକ ଅଛନ୍ତି।

6- ଅରିନ୍ଦମ ଡାକୁଆ- ପାନୀୟ ଜଳ ଓ ପରିମଳ ବିଭାଗ  ନିର୍ଦ୍ଦେଶକ।

7– ଇନ୍ଦ୍ରମଣି ତ୍ରିପାଠୀଙ୍କୁ ଏସଟି ବିଭାଗର ନିର୍ଦ୍ଦେଶକ

8- ସୁବ୍ରତ ଶତପଥିଙ୍କୁ  ଆଇଜିଆର୍ ଭାବେ ଅତିରିକ୍ତ ଦାୟିତ୍ବ , ସେ ବର୍ତ୍ତମାନ ବୋର୍ଡ ଅଫ ରେଭିନ୍ୟୁର ଆର୍ଥିକ ଉପଦେଷ୍ଠା ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଇଏଏସ୍ ସ୍ତରରେ ଛୋଟଧରଣର ଅଦଳବଦଳ, ବଦଳିଲେ ବୋର୍ଡ ସଭାପତି

ଭୁବନେଶ୍ବର: ଆଇଏଏସ୍ ସ୍ତରରେ ଛୋଟଧରଣର ଅଦଳବଦଳ ହୋଇଛି। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ସେହି ଅନୁସାରେ ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ତଥା ୨୦୧୦ ବ୍ୟାଚ୍ ଆଇଏଏସ୍ ରମାଶିଷ ହାଜରା ରାଜ୍ୟ ପଶୁସମ୍ପଦ ବିଭାଗର ନୂଆ ନିର୍ଦ୍ଦେଶକ ଭାବେ ବଦଳି ହୋଇଛନ୍ତି।ସେହି ବ୍ୟାଚର ଆଇଏଏସ୍ ତଥା କଟକରେ ଇନ୍ସପେକ୍ଟର ଜେନେରାଲ ଅଫ୍ ରେଜିଷ୍ଟ୍ରେସନ ବା ଆଇଜିଆର ଜ୍ୟୋତିପ୍ରକାଶ ଦାସ ନିଜ ଦାୟତ୍ୱ ସହ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ଼ ସଭାପତି ଦାୟିତ୍ୱ ତୁଲାଇବେ।

ସେହିପରି ରାଜ୍ୟ ପଶୁସମ୍ପଦ ବିଭାଗର ନିର୍ଦ୍ଦେଶକ ଥିବା ତଥା ୨୦୧୪ ବ୍ୟାଚ୍ ଆଇଏଏସ୍ ଡଃ ୟେଦୁଲା ବିଜୟଙ୍କୁ ବିଜ୍ଞାନ ଓ କାରିଗରି କୌଶଳ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ବିଭିନ୍ନ ଆଇଏଏସ ବିରୋଧରେ ସିବିଆଇ ୧୩୫ ଟି ମାମଲା ପଞ୍ଜିକରଣ କରିଛି

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ କହିଛନ୍ତି ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ସିବିଆଇ ବିଭିନ୍ନ ସିଭିଲ ସର୍ଭିସ ଅଧିକାରୀଙ୍କ ବିରୋଧରେ ୧୩୫ ଟି ମାମଲା ରୁଜୁ କରାଯାଇଛି। ଆଜି ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ପର୍ସନାଲ, ସାଧାରଣ ଅଭିଯୋଗ ଏବଂ ପେନସନ ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ ଏହା କହିଛନ୍ତି।

ସେ କହିଛନ୍ତି ଯେ ଏହି ୧୩୫ ଟି ମାମଲା ମଧ୍ୟରୁ ୫୭ ଟି ମାମଲାରେ ଚାର୍ଜସିଟ୍ ଦାଖଲ ପାଇଁ ସମ୍ପୃକ୍ତ କୋର୍ଟରେ ଦାଖଲ କରାଯାଇଛି। ମନ୍ତ୍ରୀ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ସିଭିସି ପ୍ରଥମ ପର୍ଯ୍ୟାୟରେ  ୧୨ ହଜାର ୭୫୬ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପରାମର୍ଶ ଦେଇଛି।

ସେହିପରି ଗତ ପାଞ୍ଚ ବର୍ଷ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ସିଭିସି ୮୮୭ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ ସୁପାରିଶ କରିଛନ୍ତି। ଶ୍ରୀ ସିଂ କହିଛନ୍ତି ଯେ ଏଥିରୁ ୭୧୯ ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର

ପ୍ରକାଶ ପାଇଲା IAS ପରୀକ୍ଷା ଫଳ, ଇଶିତା କିଶୋର ଟପ୍ପର

UPSC Result 2023: ଆଜି ୟୁପିଏସସି ପରୀକ୍ଷା ଫଳାଫଳ ଘୋଷଣା କରାଯାଇଛି। ଏଥିରେ IAS, IFS, IPS ଫଳ ମଧ୍ୟ ରହିଛି। ତେବେ ପରୀକ୍ଷାରେ ଇଶିତା କିଶୋର ଟପ୍ପର ହୋଇଛନ୍ତି। ସେହିପରି ଗରିମା ଲୋହିଆ ଦ୍ୱିତୀୟ, ଉମା ହରତି ଏନ ତୃତୀୟ ଏବଂ ସ୍ମୃତି ମିଶ୍ର ଚତୁର୍ଥ ସ୍ଥାନରେ ଅଛନ୍ତି।

ମୟୂର ହାଜାରିକା ପଞ୍ଚମ ସ୍ଥାନରେ ଅଛନ୍ତି। ସେପ୍ଟେମ୍ବର 2022 ରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ସାକ୍ଷାତକାର ଜାନୁଆରୀ-ମେ 2023 ରେ କରାଯାଇଥିଲା। ନିଯୁକ୍ତି ପାଇଁ ମୋଟ 933 ପ୍ରାର୍ଥୀଙ୍କୁ ସୁପାରିଶ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବରିଷ୍ଠ ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ

ଭୁବନେଶ୍ବର: ଆଜି ବରିଷ୍ଠ ଆଇଏଏସ ସ୍ତରରେ ଛୋଟ ଧରଣ ଅଦଳ ବଦଳ କରାଯାଇଛି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହି ଅନୁସାରେ

1- ସତ୍ୟବ୍ରତ ସାହୁ– ରାଜସ୍ବ-ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଅତିରିକ୍ତ ଭାବେ ସ୍ବତନ୍ତ୍ର ରିଲିଫ କମିଶନର ଦାୟିତ୍ବ ଦିଆଯାଇଛି।

2- ନିକୁଞ୍ଜ ବିହାରୀ ଧଳ- ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି। ସେ ଯେଉଁଦିନ ଦାୟିତ୍ବ ନେବେ ସେହିଦିନ ତାଙ୍କ ପାଖରେ ଥିବା ସମସ୍ତ ବିଭାଗ ଦାୟିତ୍ବରୁ ମୁକ୍ତ ହେବେ।

3-ସୁଶୀଳ କୁମାର ଲୋହାନୀ- ପଞ୍ଚାୟତ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଅବକାରୀ ବିଭାଗ ଅତିରିକ୍ତ ଦାୟିତ୍ବ ପ୍ରଦାନ।

4-ସଂଜୟ କୁମାର ସିଂ- ପ୍ରମୁଖ ଶାସନ ସଚିବ ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକ ସଂପର୍କ, ଜିଏସଟି କମିଶନରଙ୍କୁ ଅତିରିକ୍ତ ଭାବେ ଶକ୍ତି ବିଭାଗ ଦାୟିତ୍ବ ପ୍ରଦାନ।

5-ଜ୍ଞାନ ରଂଜନ ଦାସ– ଓଡିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷର ଏକ୍ସକ୍ୟୁଟିଭ ନିର୍ଦ୍ଦେଶକରୁ ତାଙ୍କୁ ସେହି ବିଭାଗର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ପ୍ରଦାନ।

Categories
ଆଜିର ଖବର ରାଜ୍ୟ ଖବର

ଆଇଏଏସ ସ୍ତରରେ ହେବ ବଡ ଧରଣର ଅଦଳବଦଳ, ଚାଲିଛି ପ୍ରସ୍ତୁତି

ଭୁବନେଶ୍ବର: ଖୁବ ଶିଘ୍ର ଆଇଏଏସ ସ୍ତରରେ ହେବ ବଡ ଧରଣର ଅଦଳବଦଳ। ସେ ନେଇ ସାଧାରଣ ପ୍ରଶାସନ ତରଫରୁ ଚାଲିଛି ବଡ ପ୍ରସ୍ତୁତି। ଓଡିଶାର ନୂଆ ମୁଖ୍ୟ ଶାସନ ସଚିବ ଭାବେ ପ୍ରଦୀପ ଜେନା ଦାୟିତ୍ବ ନେବା ପରେ ସେ ଏହି ପରିବର୍ତ୍ତନ କରିବେ।

ସୁତ୍ର ଅନୁସାରେ ପ୍ରଥମେ ସେ ସଚିବାଳୟର ବରିଷ୍ଠ ଅଧିକାରୀଙ୍କ ବିଭାଗ ଅଦଳ ବଦଳ କରିବେ। ଏଥିରେ ବିଭିନ୍ନ ବିଭାଗର ନିର୍ଦ୍ଦେଶକଠାରୁ ଆରମ୍ଭ କରି ପ୍ରମୁଖ ଶାସନ ସଚିବଙ୍କ ପର୍ଯ୍ୟନ୍ତ ଏହି ବଦଳ କରାଯିବ।

ଏହାପରେ ଜିଲ୍ଲା ସ୍ତରରେ ମଧ୍ୟ ବଡ ଅଦଳବଦଳ କରାଯିବ। ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ବିରୋଧରେ ଅଭିଯୋଗ ଆସିବାରେ ଲାଗିଛି। ସେଥିପାଇଁ ସେ ଅପାରଗ ଜିଲ୍ଲାପାଳଙ୍କୁ ବଦଳି କରିବେ ବୋଲି ଜଣାପଡିଛି। ବର୍ତ୍ତମାନ ସାଧାରଣ ପ୍ରଶାସନ ବିଭାଗ ତରଫରୁ ଏହି ପ୍ରସ୍ତୁତି କରାଯାଉଛି। ଖୁବ ଶିଘ୍ର ଏହି ଅଦଳବଦଳର ଘୋଷଣା କରାଯିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କେନ୍ଦ୍ରରେ ଥିବା ତିନି ଆଇଏଏସଙ୍କ ହେଲା ପଦନ୍ନୋତି, ମିଳିଲା ନୂଆ ଦାୟିତ୍ବ

ନୂଆଦିଲ୍ଲୀ: କେନ୍ଦ୍ରୀୟରେ ଥିବା ତିନି ଜଣ ବରିଷ୍ଠ ଓଡିଆ ଆଇଏଏସଙ୍କ ପଦନ୍ନୋତି ହୋଇ ନୂଆ ବିଭାଗରେ ନିଯୁକ୍ତି ଦିଆଯାଇଛି। ସେମାନେ ହେଲେ ପ୍ରମୋଦ କୁମାର ମେହେର୍ଦ୍ଦା, ସଂଜୀବ କୁମାର ମିଶ୍ର ଏବଂ ସଂଜୟ ରସ୍ତୋଗୀ।

ବରିଷ୍ଠ ଆଇଏଏସ ପ୍ରମୋଦ କୁମାର ମେହେର୍ଦ୍ଦା ଏବେ ‘ନ୍ୟାସନାଲ ଫୁଡ ସିକ୍ୟୁରିଟି ମିଶନ’ର ନୂଆ ପରିଚାଳନା ନିର୍ଦେଶକ ଭାବରେ କାର୍ଯ୍ୟ ସମ୍ପାଦନା କରିବେ। ସେ ଅତିରିକ୍ତ ଶାସନ ସଚିବ ପାହ୍ୟାକୁ ପଦନ୍ନୋତି ହୋଇଛି। ସେ ପୂର୍ବରୁ କେନ୍ଦ୍ର ପାହ୍ୟାର ଯୁଗ୍ନ ସଚିବ ଥିଲେ। ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ଅଧୀନରେ ଉକ୍ତ ଏନଏଫସିଏମ ପଦବୀଟି ଅତିରିକ୍ତ ଶାସନ ସଚିବ ପାହ୍ୟା କରାଯାଇଛି।

ସେହିପରି ବରିଷ୍ଠ ଆଇଏଏସ ସଂଜୀବ କୁମାର ମିଶ୍ର ପରସୋନେଲ ଓ ଟ୍ରେନିଂ ମନ୍ତ୍ରଣାଳୟ ଅଧିନସ୍ଥ ନ୍ୟାସନାଲ ରିକ୍ରୁଟମେଣ୍ଟ ଏଜେନ୍ସିର ସେକ୍ରେଟାରୀ ଓ ଏକ୍ସାମିନର ଭାବେ ନିଯୁକ୍ତି ପାଇଛନ୍ତି। ଏହି ପଦବୀ ବି ଅତିରିକ୍ତ ଶାସନ ସଚିବ ପାହ୍ୟା କରାଯାଇଛି।

ଅନ୍ୟତମ ଓଡିଶା କ୍ୟାଡର ଆଇଏଏସ ସଂଜୟ ରସ୍ତୋଗୀଙ୍କୁ ମଧ୍ୟ ନୂଆ ଦାୟିତ୍ବ ଦିଆଯାଇଛି। ସେ ରସାୟନ ଏବଂ ସାର ବିଭାଗର ଅତିରିକ୍ତ ଶାସନ ସଚିବ ତଥା ଅର୍ଥ ପରାମର୍ଶ ଦାତା ଭାବେ କାର୍ଯ୍ୟ କରିବେ। ସେ ବର୍ତ୍ତମାନ ହସ୍ତତନ୍ତ ବିଭାଗର ଉନ୍ନୟନ କମିଶନର ଅଛନ୍ତି। ଏନେଇ ଭାରତ ସରକାରଙ୍କ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Categories
ଆଜିର ଖବର ଜୀବନ ଶୈଳୀ

IRS ଅଧିକାରୀ ହେବାକୁ ଚାହାଁନ୍ତି କି?, ଜାଣନ୍ତୁ ସମସ୍ତ ସୂଚନା, ଉପଲବ୍ଧ ହୁଏ ଏହି ବିଶେଷ ସୁବିଧା

ନୂଆଦିଲ୍ଲୀ: UPSC ସିଭିଲ ସର୍ଭିସେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ କରି IAS, IPS, IRS, IFS ହେବା ଦେଶର ଲକ୍ଷ ଲକ୍ଷ ଯୁବକଙ୍କର ସ୍ୱପ୍ନ। ପ୍ରତିବର୍ଷ ଫେବୃଆରୀ ମାସରେ, କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍ସି) ସିଭିଲ ସର୍ଭିସେସ୍ ପରୀକ୍ଷାର ବିଜ୍ଞପ୍ତି ପ୍ରକାଶ କରିଥାଏ ଏବଂ ଏହି ସର୍ବୋଚ୍ଚ ନାଗରିକ ସେବା ନିଯୁକ୍ତି ପରୀକ୍ଷା ପାଇଁ 10 ଲକ୍ଷରୁ ଅଧିକ ଯୁବକ ଆବେଦନ କରନ୍ତି। ପ୍ରତିବର୍ଷ UPSC ସିଭିଲ ସର୍ଭିସେସ୍ ପରୀକ୍ଷଣର ତିନୋଟି ପର୍ଯ୍ୟାୟ ଅଛି। ପ୍ରାଥମିକ, ମୁଖ୍ୟ ପରୀକ୍ଷା ଏବଂ ସାକ୍ଷାତକାର। ଏହା ମାଧ୍ୟମରେ ଭାରତୀୟ ପ୍ରଶାସନିକ ସେବା (IAS), ଭାରତୀୟ ପୋଲିସ୍ ସେବା (ଆଇପିଏସ୍), ଭାରତୀୟ ରାଜସ୍ୱ ସେବା (ଆଇଆରଏସ୍) ଏବଂ ଭାରତୀୟ ବୈଦେଶିକ ସେବା (ଆଇଏଫଏସ୍) ସହିତ ଅନ୍ୟାନ୍ୟ ସେବା ପାଇଁ ଚୟନ କରାଯାଇଥାଏ। ଏଠାରେ ଆମେ ଆପଣଙ୍କୁ IRS ଅଧିକାରୀ ହେବା ପାଇଁ ଆବଶ୍ୟକ ଯୋଗ୍ୟତା, କାର୍ଯ୍ୟ ଏବଂ ଦରମା ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେବୁ।

IRS ପାଇଁ ଯୋଗ୍ୟତା ମାନଦଣ୍ଡ:

ଏହି ପଦବୀ ପାଇଁ ଆବେଦନ କରିବାକୁ, ପ୍ରାର୍ଥୀ ଯେକୌଣସି ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏଟ ହେବା ଜରୁରୀ।

ବୟସ ସୀମା:

ପ୍ରାର୍ଥୀଙ୍କ ବୟସ ସୀମା 1 ଅଗଷ୍ଟ 2022 ସୁଦ୍ଧା 21 ବର୍ଷରୁ 32 ବର୍ଷ ମଧ୍ୟରେ ହେବା ଉଚିତ୍। ଉପର ବୟସ ସୀମା OBC ବର୍ଗ ପ୍ରାର୍ଥୀଙ୍କ ପାଇଁ ତିନି ବର୍ଷ, SC / ST ପାଇଁ ପାଞ୍ଚ ବର୍ଷ ଏବଂ ଶାରୀରିକ ଭିନ୍ନକ୍ଷମ ବର୍ଗ ପ୍ରାର୍ଥୀଙ୍କ ପାଇଁ ଦଶ ବର୍ଷ ଆଶ୍ଵସ୍ତି ମିଳିବ। ପରୀକ୍ଷାରେ ଉପସ୍ଥିତ ଥିବା ପ୍ରତ୍ୟେକ ପ୍ରାର୍ଥୀଙ୍କୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ମୋଟ 6 ଟି ଚେଷ୍ଟା ଅନୁମତି ଦିଆଯାଇଛି। ଅବଶ୍ୟ, ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିର ପ୍ରାର୍ଥୀଙ୍କ ପାଇଁ ଏହି ନିୟମ ପ୍ରଯୁଜ୍ୟ ନୁହେଁ।

ଚୟନ ପ୍ରକ୍ରିୟା ଜାଣନ୍ତୁ:

UPSC ସିଭିଲ ସର୍ଭିସେସ୍ ପରୀକ୍ଷା ପ୍ରାର୍ଥୀମାନେ 3 ପର୍ଯ୍ୟାୟ ପରୀକ୍ଷା ମାଧ୍ୟମରେ ମନୋନୀତ ହୁଅନ୍ତି। ପ୍ରଥମେ ଆପଣଙ୍କୁ ପ୍ରିଲିମସ୍ ପରୀକ୍ଷାରେ ବସିବାକୁ ପଡିବ। ଏଥିରେ ପାସ୍ କରିଥିବା ପ୍ରାର୍ଥୀଙ୍କୁ ମୁଖ୍ୟ ପରୀକ୍ଷାରେ ବସିବାକୁ କୁହାଯାଏ। ଯେଉଁମାନେ ମୁଖ୍ୟ ପରୀକ୍ଷାରେ ପାସ୍ କରନ୍ତି, ସେମାନଙ୍କୁ ସାକ୍ଷାତକାର (ବ୍ୟକ୍ତିତ୍ୱ ପରୀକ୍ଷା) ପାଇଁ ଡକାଯାଏ।

ଦରମା ବିବରଣୀ ଜାଣନ୍ତୁ:

– ସହକାରୀ ଆୟକର କମିଶନରଙ୍କ ଗ୍ରେଡ୍ ପେ ₹ 15,600 – 39100 + ₹ 1400
– ଆୟକର ଡେପୁଟି କମିଶନର ₹ 15,600 – 39100 + ଗ୍ରେଡ୍ ପେ 6600
– ଆୟକର ଯୁଗ୍ମ କମିଶନର ₹ 15,600 – 39100 + ଗ୍ରେଡ୍ ପେ 7600
– ଆୟକର ଅତିରିକ୍ତ କମିଶନର ₹ 37,400 – 67,000 + ଗ୍ରେଡ୍ ପେ 8700
– ଆୟକର କମିଶନରଙ୍କ ଗ୍ରେଡ୍ ପେ ₹ 37,400 – 67,000 + ₹ 10000
– ପ୍ରଧାନ ଆୟକର କମିଶନର ₹ 75,000 ରୁ 80,000
– ଆୟକର ମୁଖ୍ୟ କମିଶନର ₹ 75,000 ରୁ 80,000
– ଆୟକର ମୁଖ୍ୟ କମିଶନର ₹ 80,000 ସ୍ଥିର କରାଯାଇଛି।

ଏହି ସୁବିଧାଗୁଡିକ ଉପଲବ୍ଧ ହୁଏ:

ଆଇଆରଏସ ଅଧିକାରୀଙ୍କୁ ଘର, ବଙ୍ଗଳା ଇତ୍ୟାଦି ସହିତ ସରକାରୀ ଯାନ ମଧ୍ୟ ଯୋଗାଇ ଦିଆଯାଉଛି। ଆଇଆରଏସ ଅଧିକାରୀଙ୍କ ଉଚ୍ଚ ପଦବୀ ମଧ୍ୟ ସେମାନଙ୍କ ଗାଡି ପାଇଁ ଡ୍ରାଇଭର ମିଳିଥାଏ। DA ଏବଂ CCA ପରି ଅନ୍ୟାନ୍ୟ ଭତ୍ତା ମଧ୍ୟ IRS ଅଧିକାରୀମାନଙ୍କୁ ଦିଆଯାଏ। ଏହା ବ୍ୟତୀତ ସେମାନେ ଡାକ୍ତରୀ, ବିଦ୍ୟୁତ୍ ଏବଂ ଜଳ ବିଲ୍ ମଧ୍ୟ ପାଇଥାନ୍ତି, ବିଦେଶରେ ଅଧ୍ୟୟନ ପାଇଁ ବିକଳ୍ପ, ମାଗଣା ଫୋନ୍ କଲ୍, ପେନ୍ସନ୍ ଏବଂ ଅବସରକାଳୀନ ସୁବିଧା, ସୁରକ୍ଷାକର୍ମୀ ଏବଂ ଘରୋଇ ସହାୟକକାରୀ, ଆପାର୍ଟମେଣ୍ଟ (2 କିମ୍ବା 3 BHK) ଏବଂ ପରିବହନ ସୁବିଧା ମଧ୍ୟ ମିଳିଥାଏ।

Categories
ଆଜିର ଖବର ରାଜ୍ୟ ଖବର

ଛଅ ଜଣ ଆଇଏଏସଙ୍କୁ ମିଳିଲା ନୂଆବର୍ଷ ଭେଟି, ଅତିରିକ୍ତ ମୁଖ୍ୟ ଶାସନ ସଚିବକୁ ପଦୋନ୍ନତି

ଭୁବନେଶ୍ବର : ନୂଆବର୍ଷରେ ଓଡିଶାର ଛଅଜଣ ଆଇଏଏସଙ୍କୁ ମିଳିଛି ନୂଆବର୍ଷ ଭେଟି। ସେମାନଙ୍କୁ ରାଜ୍ୟ ସରକାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି। ଏହି ପଦବୀ ହେଉଛି ଆଇଏଏସର ସର୍ବୋଚ୍ଚ ପଦୋନ୍ନତି। ଯେଉଁମାନଙ୍କୁ ଏହି ପଦବୀକୁ ପଦନ୍ନୋତି ଦିଆଯାଇଛି ସେମାନେ ହେଲେ

1-ଅନୁ ଗର୍ଗ

2-ମଧୂସୁଦନ ପାଢୀ

3-ସତ୍ୟବ୍ରତ ସାହୁ

4-ବିଜୟ ଆରୋରା

5-ଜି ଶ୍ରୀନିବାସ

6-ଆରତୀ ଆହୁଜା

ଜି ଶ୍ରୀନିବାସ ଏବଂ ଆରତୀ ଆହୁଜା ବର୍ତ୍ତମାନ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ବରିଷ୍ଠ ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ସ୍କୁଲ ଓ ଗଣଶିକ୍ଷା ବିଭାଗରେ ନୂଆ ମୁଖିଆ

ଭୁବନେଶ୍ବର: ନୂଆବର୍ଷରେ ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ସେହି ଅନୁସାରେ କୃଷି ଉତ୍ପାଦନ କମିଶନର ରାଜକୁମାର ଶର୍ମାଙ୍କୁ ନୂଆ ଦାୟିତ୍ବ ମିଳିଛି। ସେହିପରି ସ୍କୁଲ ଓ ଗଣ ଶିକ୍ଷା ବିଭାଗକୁ ଆସିଛନ୍ତି ନୂଆ ସଚିବ। ବିଜ୍ଞପ୍ତି ଅନୁସାରେ ଯେଉଁମାନଙ୍କୁ ନୂଆ ଦାୟିତ୍ବ ମିଳିଛି ସେମାନେ ହେଲେ

1- ରାଜ କୁମାର ଶର୍ମା- ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

2-ସଂଜୀବ ଚୋପ୍ରା- ଅତିରିକ୍ତ ମୁଖ୍ୟ ଶାସନ ସଚିବ କୃଷି ଉତ୍ପାଦନ କମିଶନର, ପୂର୍ବପରି ସେ ଗୃହ ବିଭାଗ ଦାୟିତ୍ବରେ ରହିବେ।

3-ମଧୁସୂଦନ ପାଢୀ- ପ୍ରିନସପାଲ ସଚିବ ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ

4-ସତ୍ୟବ୍ରତ ସାହୁ- ପ୍ରିନସପାଲ ସଚିବ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ

5-ରଂଜନା ଚୋପ୍ରା- ଏସଟି ଏସି ଉନ୍ନୟନ ପ୍ରିନସପାଲ ସଚିବ ସହିତ ତାଙ୍କୁ ଏମଏସଏମଇ ର ଅତିରିକ୍ତ ଦାୟିତ୍ବ ପ୍ରଦାନ

6- ହେମନ୍ତ ଶର୍ମା-  ଇଡକୋ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ, ସେ ପୂର୍ବପରି ତାଙ୍କର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଏବଂ ଇପିକଲର ଅଧ୍ୟକ୍ଷ ରହିବେ।

7-ବିଷ୍ଣପଦ ସେଠୀ- ସ୍କୁଲ ଓ ଗଣଶିକ୍ଷା ବିଭାଗର  ପ୍ରିନସପାଲ ସଚିବ ଏଥିସହିତ ବାଣିଜ୍ୟ ଓ ପରିବହନ ସହିତ ସୂଚନା ଓ ଲୋକ ସଂପର୍କ ବିଭାଗ ଅତିରିକ୍ତ ଦାୟିତ୍ବ

8-ସୁରେଶ ବୈଷିଷ୍ଠ-ଅଫିସର ଅନ ସ୍ପେଶାଲ ଡିୟୁଟି , ସାଧାରଣ ପ୍ରଶାସନ ବିଭାଗ

9-ଭାସ୍କରଜ୍ୟୋତି ଶର୍ମା- ମହିଳା ଓ ଶିଶୁ କଲ୍ୟାଣ ବିଭାଗର ସଚିବ, ସେ ପୂର୍ବପରି ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ଶସକ୍ତିକରଣ ବିଭାଗ ଦାଟିତ୍ବରେ ରହିବେ।

10-ଭୂପେନ୍ଦ୍ର ସିଂ ପୁନଲା- ଇଡିକୋର ଏମଡି ଭାବେ ଅତିରିକ୍ତ ଦାୟିତ୍ବ, ସେ ପୂର୍ବ ପରି  ଏମଡି ଇପିକୋଲ, ଏମଡି ଓଏଫଡିସିରେ କାର୍ଯ୍ୟ କରିବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରକାଶ ପାଇଲା ଆଇଏଏସ୍‌ ରେଜଲ୍ଟ : ପ୍ରଦୀପ ସିଂହ ହେଲେ ଆଇଏଏସ୍‌ ଟପ୍ପର, ଟପ୍‌ ଟେନ୍‌ରେ ରହିଛନ୍ତି ଦୁଇ ଓଡ଼ିଆ

ନୂଆଦିଲ୍ଲୀ : ପ୍ରକାଶ ପାଇଲା 2019ର ୟୁନିଅନ୍‌ ପବ୍ଲିକ୍‌ ସର୍ଭିସ୍‌ ରେଜଲ୍ଟ  । ପ୍ରଦୀପ ସିଂହ ଆଇଏଏସ୍‌ ଟପ୍ପର ହୋଇଥିବାବେଳେ ଯତୀନ୍‌ କିଶୋର ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସେହିପରି ପ୍ରତିଭା ବର୍ମାଙ୍କୁ ତୃତୀୟ ସ୍ଥାନ ମିଳିଛି ।  ଓଡ଼ିଶାର ଅଭିଷେକ ସରାଫଙ୍କୁ ଅଷ୍ଟମ ସ୍ଥାନ ମିଳିଛି । ସେହିପରି ଓଡ଼ିଶାର ସଂଜିତା ମହାପାତ୍ରଙ୍କୁ ଦଶମ ରାଙ୍କ ମିଳିଛି । 107ତମ ସ୍ଥାନରେ ରହିଛନ୍ତି ଅଂଶୁମାନ ରାଜ୍‌, 120 ତମ ସ୍ଥାନରେ ରହିଛନ୍ତି ଅନୁପ ଦାସ । 125 ନମ୍ବର ସ୍ଥାନରେ ଓଡ଼ିଶାର ନବଲ କୁମାର ଜୈନ୍‌ ରହିଛନ୍ତି । 190ତମ ସ୍ଥାନରେ ରହିଛନ୍ତି ଶୈଳଜା ଦାସ, 202ରେ ରହିଛନ୍ତି ରାହୁଲ୍‌ ମିଶ୍ର, 225 ତମ ସ୍ଥାନରେ ରହିଛନ୍ତି ହେମା ନାୟକ, 229 ତମ ସ୍ଥାନରେ ରହିଛନ୍ତି ଆରୁଷି ମିଶ୍ର । 291ତମ ସ୍ଥାନ ରେ ଆଶିଷ ଦାସ, 294 ତମ ସ୍ଥାନରେ ଅଙ୍କିତ ଶଙ୍କର ମିଶ୍ର, 300ତମ ସ୍ଥାନରେ ସୋନାଲି ମିଶ୍ର, 312 ତମ ସ୍ଥାନରେ ଦିବ୍ୟା ମିଶ୍ର, 361ରେ ଅର୍ଘ୍ୟ ପଟ୍ଟନାୟକ, 379ରେ ଜୁବିନ ମହାପାତ୍ର ପ୍ରମୁଖ ରହିଛନ୍ତି । 441ତମ ସ୍ଥାନରେ ସମୀର କୁମାର ଜେନା, 567 ତମ  ସ୍ଥାନରେ ମାନସ ରଂଜନ ସାହୁ, 712 ତମ ସ୍ଥାନରେ ଶିବମ ମିଶ୍ର, 715 ତମ ସ୍ଥାନରେ ଓମ୍‌ ପ୍ରସାଦ ମହାନ୍ତି, 819 ତମ ସ୍ଥାନରେ ବିଭୂତି ଭୂଷଣ ନାୟକ ପ୍ରମୁଖ ରହିଛନ୍ତି । ମୋଟ୍‌ 829 ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବାର ସୂଚନା ରହିଛି ।

ୟୁପିଏସ୍‌ସି‌ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ପାଇଁ ଜୁଲାଇ 20 ତାରିଖରୁ ଇଣ୍ଟରଭ୍ୟୁ ଆରମ୍ଭ ହୋଇଥିଲା । ଆଶାୟୀ ପରୀକ୍ଷାର୍ଥୀ ୟୁପିଏସସିର ଅଫିସିଆ୍ଲ୍‌ ଓ୍ବେବସାଇଟ୍‌ରେ ନିଜ ରୋଲ୍‌ ନମ୍ବର ଅନୁସାରେ ରେଜଲ୍ଟ ଦେଖିପାରିବେ । କରୋନା ସଂକ୍ରମଣ ପାଇଁ ଲକ୍‌ଡାଉନ୍‌ ଯୋଗୁଁ ଆଇଏଏସ୍‌ ଇଣ୍ଟରଭ୍ୟୁ ସ୍ଥଗିତ ରଖାଯାଇଥିଲା । 180 ଜଣ ଆଇଏଏସ୍‌, 24 ଜଣ ଆଇଏଫ୍‌ଏସ୍‌ ଓ 150ଜଣ ଆଇପିଏସ୍‌ଙ୍କୁ ନିଯୁକ୍ତି ମିଳିବ ।

Categories
ଜାତୀୟ ଖବର ବିଶେଷ ଖବର

ଦିନକ ପାଇଁ ଜିଲ୍ଲାପାଳ ଚଉକିରେ ବସିଲେ ପିଅନ, ଅବସର ବେଳେ ତାଙ୍କୁ ଏପରି ସମ୍ମାନ ଦେଲେ ଜିଲ୍ଲାପାଳ

ବଦୋଦରା, ସେ ହେଉଛନ୍ତି ଜିଲ୍ଲାପାଳଙ୍କ ପିଅନ, ଦୀର୍ଘ ୩୮ ବର୍ଷ ଧରି ଜିଲ୍ଲାପାଳଙ୍କ ଚ୍ୟାମ୍ବର ଆଗରେ ବସନ୍ତି। ଜିଲ୍ଲାପାଳଙ୍କ ପାଖକୁ ଯେଉଁମାନେ ଆସନ୍ତି, ସେମାନେ ଭିତରକୁ ଯିବେ କି ନାହିଁ ପ୍ରଥମେ ତାଙ୍କୁ ପଚାରନ୍ତି। ସେ ହଁ କଲେ ଭିତରକୁ ଯାଆନ୍ତି। ହେଲେ ସେ କେବେ ଭାବି ନ ଥିଲେ ଯେ, ଯେଉଁ ଚ୍ୟାମ୍ବର ଆଗରେ ସେ ପିଅନ, ସେହି ଚ୍ୟାମ୍ବର ଚଉକିରେ ସେ ବସିବେ। କେବେ ଭାବି ନ ଥିଲେ ଯେ, ସକାଳୁ ସକାଳୁ  ଅଫିସ ଆସିଲେ ସେ ଯେଉଁ ଚ୍ୟାୟରକୁ ପୋଛାପୋଛି କରି ସଫା କରନ୍ତି ସେହି ଚ୍ୟାୟରରେ ସେ ବସିବେ। ହେଲେ ସେହି ଅସମ୍ଭବ କଥାଟି  ସମ୍ଭବ ହୋଇଛି।

ଘଟଣାଟି ଗୁଜୁରାଟ ରାଜ୍ୟର ଆନନ୍ଦ ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସରେ ଘଟିଛି। ୬୦ ବର୍ଷ ବୟସ୍କ ପିଅନ ଫତେ ସିଂ ମାଖୱାନା। ଦୀର୍ଘ ୩୮ ବର୍ଷ ଧରି ସେ ପିଅନ ଭାବେ ସେହି ଗୋଟିଏ ଅଫିସରେ କାମ କରି ସେହିଠାରୁ ଅବସର ନେଲେ। ତାଙ୍କର ଚାକିରୀ କାଳ, କେବଳ ଜିଲ୍ଲାପାଳଙ୍କ ଚ୍ୟାମ୍ବର ଆଗରେ ବସିବାରୁ ଆରମ୍ଭ ହୋଇ ସେହିଠାରେ ଶେଷ ହେଲା। ତାଙ୍କର ଉତ୍ତମ ବ୍ୟବହାର ସହିତ ସଚ୍ଚୋଟ ଭାବେ କାମ କରିବା ଶୈଳୀ ସେହି ଅଫିସରେ ସମସ୍ତଙ୍କୁ ଭଲ ଲାଗେ। ଗତ ଶୁକ୍ରବାର ଦିନ ସେ ଦୀର୍ଘ ଚାକିରୀ ଜୀବନରୁ ଅବସର ନେଉଥିବାରୁ ତାଙ୍କୁ କର୍ମଚାରୀମାନେ ଏକ ଭଲ ବିଦାୟ କାଳିନ ସମ୍ବର୍ଧନା ମଧ୍ୟ ଦେଲେ।

ସେହି ସମ୍ବର୍ଧନା ଉତ୍ସବରେ ସ୍ବୟଂ ଜିଲ୍ଲାପାଳ ଆର.ଜି ଗୋହିଲ ମଧ୍ୟ ଉପସ୍ଥିତ ଥିଲେ। ସେ ତାଙ୍କ ବେକରେ ଫୁଲ ହାରଟିଏ ଲମ୍ବାଇ ଦେଲେ। ହେଲେ ସେ ସବୁ ଭିତରେ ହଠାତ ଜିଲ୍ଲାପାଳ ଉତ୍ସବ ସ୍ଥଳରୁ ଫତେ ସିଂଙ୍କୁ ତାଙ୍କ ଚ୍ୟାମ୍ବର ଭିତରକୁ ଭିଡି ଭିଡି ନେଇ ଆସିଲେ। ଆଉ ତାଙ୍କ ଚ୍ୟାୟରରେ ବସାଇ ତାଙ୍କ ପାଖରେ ଛିଡା ହେଲେ। ହଠାତ କେହି କିଛି ବୁଝିପାରିଲେ ନାହିଁ।

ସମସ୍ତଙ୍କ ମୁହଁକୁ ଦେଖି ଜିଲ୍ଲାପାଳ କହିଲେ, ଫତେ ସିଂ ଯେଉଁ ଚ୍ୟାୟରକୁ ଆଜି ପର୍ଯ୍ୟନ୍ତ ସୁରକ୍ଷିତ କରି ରଖିଛନ୍ତି ଆଜି ତାଙ୍କ ଅବସରରେ ତାଙ୍କୁ ସେହି ଚ୍ୟାୟରରେ ବସାଇ ସମ୍ମାନ ଦେବାର ଆବଶ୍ୟକତା ରହିଛି। ଏହା ଜାଣିବା ପରେ ସେଠାରେ ଥିବା ସମସ୍ତ କର୍ମଚାରୀ ଆଶ୍ଚର୍ଯ୍ୟ ହେବା ସହ ତାଳିମାରି ସମ୍ମାନ ପ୍ରଦାନ କରିଥିଲେ। ଏହା ଗୁଜୁରାଟରେ ଏକ ଚର୍ଚ୍ଚାର ବିଷୟ ପାଲଟିଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବରିଷ୍ଠ ଆଇଏଏସ୍‌ ସ୍ତରରେ ଅଦଳବଦଳ : ଅନୁ ଗର୍ଗ ହେଲେ ଜଳ ସମ୍ପଦ ବିଭାଗ ସଚିବ

ଭୁବନେଶ୍ବର : ବରିଷ୍ଠ ଆଇଏଏସ୍‌ ସ୍ତରରେ ଅଦଳ ବଦଳ କରିଛନ୍ତି ରାଜ୍ୟସରକାର। ରାଜ କୁମାର ଶର୍ମା ହେଲେ କୃଷି ଉତ୍ପାଦନ କମିଶନର । ଅନୁ ଗର୍ଗଙ୍କୁ ଜଳ ସମ୍ପଦ ବିଭାଗର ସଚିବ ଦାୟିତ୍ବ ମିଳିଥିବାବେଳେ ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତିର ଅତିରିକ୍ତ ଦାୟିତ୍ବ  ମଧ୍ୟ ଦିଆଯାଇଛି । ସେହିପରି ଏମଏସ୍‌ମଏମ୍‌ଇ ସଚିବ ସତ୍ୟବ୍ରତ ସାହୁଙ୍କୁ ଗଣଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ବ ମିଳିଛି । ସୁରେନ୍ଦ୍ର କୁମାରଙ୍କୁ  ଖଣି ଓ ଇସ୍ପାତ ବିଭାଗ ସଚିବ ଦାୟିତ୍ବ ମିଳିଥିବାବେଳେ ଚିତ୍ରା ଅରୁମଗମ ହେଲେ ଶ୍ରମ ଓ ଇଏସ୍‌ଆଇ ବିଭାଗ  ସଚିବ ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟର ପ୍ରଥମ ଆଇଏଏସ୍‌ ଅଫିସରଙ୍କୁ କରୋନା

ନୂଆଦିଲ୍ଲୀ : ରାଜ୍ୟରେ ପ୍ରଥମ ଆଇଏଏସ୍‌ ଅଫିସର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ପ୍ରଶାସନିକ ଅଧିକାରୀ ତୁହିନକାନ୍ତ ପାଣ୍ଡେ କରୋନା ଦ୍ବାରା ଆକ୍ରାନ୍ତ ହୋଇଥିବା ନେଇ ମଙ୍ଗଳବାର ସୂଚନା ମିଳିଛି । 1987 ବ୍ୟାଚ୍‌ ଓଡିଶା କ୍ୟାଡରର ଆଇଏଏସ୍‌ ଅଫିସର ତୁହିନକାନ୍ତ ପାଣ୍ଡେ କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ବିନିବେଶ ବିଭାଗରେ କାର୍ଯ୍ୟ କରୁଥିବା ତୁହିନଙ୍କୁ କରୋନା ହୋଇଥିବା ନେଇ ପିଟିଆଇ ସୂତ୍ରରୁ ସୂଚନା ମିଳିଛି ।

Categories
ଆଜିର ଖବର ଜାତୀୟ ଖବର

ସଙ୍ଗରୋଧରୁ ଦୂରେଇ ରହିଥିବା ଆଇଏଏସ୍‌ ଅଧିକାରୀ ନିଲମ୍ବିତ

ଥିରୁଅନନ୍ତପୁରମ୍‌ : କରୋନା ସନ୍ଦିଗ୍ଧ ଜନୈକ ଆଇଏଏସ୍‌ ଅଫିସରଙ୍କୁ କ୍ବାରାଣ୍ଟାଇନ୍‌ରେ ରଖାଯିବାର ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏହାର ଅବମାନନା କରିବାରୁ ତାଙ୍କୁ ନିଲମ୍ବନ କରାଯାଇଛି । ଆଇଏଏସ୍‌ ଅଧିକାରୀ ଅନୁପମ ମିଶ୍ରଙ୍କୁ ସଙ୍ଗରୋଧରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏହାକୁ ଅବମାନନା କରି ଉତ୍ତର ପ୍ରଦେଶ ଯାଇଥିଲେ । ଉତ୍ତରପ୍ରଦେଶରୁ ମିଶ୍ରଙ୍କୁ ଅଟକ ରଖାଯିବା ପରେ ତାଙ୍କୁ ସରକାର ନିଲମ୍ବନ କରିଛନ୍ତି । କୋଲ୍ଲାମ ଜିଲ୍ଲାପାଳ ବି ଅବ୍‌ଦୁଲ୍‌ ନାସାରଙ୍କ ରିପୋର୍ଟ ଆଧାରରେ ମିଶ୍ରଙ୍କୁ ନିଲମ୍ବନ କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟପାଳଙ୍କ ସଚିବ ହେଲେ ପ୍ରମୋଦ ମେହେର୍ଦ୍ଦା

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଶନିବାର ରାଜ୍ୟ ସରକାର ଆଇଏଏସ୍‌ ସ୍ତରରେ ଏକ ଛୋଟଧରରଣ ଅଦଳ ବଦଳ କରିଛନ୍ତି । ରାଜ୍ୟପାଳଙ୍କ ସଚିବ ଭାବରେ ନିଯୁକ୍ତି ପାଇଛନ୍ତି ପ୍ରମୋଦ ମେହେର୍ଦ୍ଦା । ବରିଷ୍ଠ ପ୍ରଶାସନିକ ଅଧିକାରୀ ମେହେର୍ଦ୍ଦାଙ୍କୁ ଶନିବାର ରାଜ୍ୟପାଳଙ୍କ ସଚିବ ଭାବରେ ଘୋଷଣା କରାଯାଇଛି । ପୂର୍ବରୁ ପରିବହନ ସଚିବ ରହିଥିବା ମେହେର୍ଦ୍ଦାଙ୍କୁ ରାଜ୍ୟପାଳଙ୍କ ସଚିବ ଭାବରେ ଦାୟିତ୍ବ ଦିଆଯାଇଛି । ସେହିଭଳି ପୂର୍ବରୁ ରାଜ୍ୟପାଳଙ୍କ ସଚିବ ରହିଥିବା ମଧୁସୂଦନ ପାଢୀଙ୍କୁ ଚକବନ୍ଦୀ ବିଭାଗକୁ ପଠାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ସଚିବ ସ୍ତରରେ ବଡଧରଣର ଅଦଳ ବଦଳ କଲେ ରାଜ୍ୟ ସରକାର

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,02/01 : ଗୁରୁବାର ରାଜ୍ୟ ସରକାରଙ୍କ ପକ୍ଷରୁ ସଚିବ ସ୍ତରରେ ଅଦଳବଦଳ କରାଯାଇଛି । କୃଷି ଉତ୍ପାଦନ କମିଶନର ରହିଥିବା ପ୍ରଦୀପ୍ତ ମହାପାତ୍ରଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । 1998 ବ୍ୟାଚ୍‌ର ଆଇଏଏସ୍‌ ଶ୍ରୀ ମହାପାତ୍ର ପୂର୍ବରୁ କୃଷି ଉତ୍ପାଦନ କମିଶନର ରହିଛନ୍ତି । ସେହିପରି ସରକାରଙ୍କ ପ୍ରମୁଖ ସଚିବ ରହିଥିବା 1993 ବ୍ୟାଚ୍‌ର ଆଇଏଏସ୍‌ ନିକୁଞ୍ଜ ବିହାରୀ ଧଳଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । ସେହିପରି ସ୍ବାସ୍ଥ୍ୟ ସଚିବ ରହିଥିବା ପ୍ରମୋଦ ମେହେର୍ଦ୍ଦାଙ୍କୁ ପରିବହନ ସଚିବ ଦାୟିତ୍ବ ପ୍ରଦାନ କରାଯାଇଛି । ରାଉରକେଲା ମହାନଗର ନିଗମ କମିଶନର ଏବଂ ଅତିରିକ୍ତ ଭାବରେ ରାଉରକେଲା ସ୍ମାର୍ଟସିଟି ସିଇଓ ରହିଥିବା ୟୁଦୁଲା ବିଜୟଙ୍କୁ ସରକାର ଯୋଜନା ଓ ସଂଯୋଜନା ବିଭାଗର ଉପ ସଚିବ ଦାୟିତ୍ବ ପ୍ରଦାନ କରିଥିବା ବେଳେ ଦିବ୍ୟଜ୍ୟୋତି ପରିଡାଙ୍କୁ ରାଉରକେଲା ମହାନଗର ନିଗମ କମିଶନର ଭାବରେ ନିଯୁକ୍ତ କରିଛନ୍ତି । ଏହାସହିତ ଶ୍ରୀ ପରିଡା ଅତିରିକ୍ତ ଭାବରେ ରାଉରକେଲା ସ୍ମାର୍ଟସିଟି ସିଇଓ ଦାୟିତ୍ବ ନିର୍ବାହ କରିବେ । ସେହିପରି ଆଇପିଏସ୍‌ ଅଫିସର ଅରୁଣ ବୋଥ୍ରାଙ୍କୁ ଓଏସ୍‌ଆରଟିସି ପରିଚାଳନା ନିର୍ଦ୍ଦେଶକ ଭାବରେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । ପୂର୍ବରୁ ଶ୍ରୀ ବୋଥ୍ରା ସେସୁର ସିଇଓ ଏବଂ ସିଆରୟୁଟିର ପରିଚାଳନା ନିର୍ଦ୍ଦେଶକ ରହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଲାଞ୍ଚ ନେଇ ଆଇଏଏସ୍‌ ଗିରଫ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,30/12 : ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି ଆଇଏଏସ୍‌ ଅଫିସର । 2009 ବ୍ୟାଚ୍‌ର ଆଇଏଏସ୍‌ ବିଜୟ କେତନ ଉପାଧ୍ୟାୟଙ୍କୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି । ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ରହିଥିବା ବିଜୟ କେତନ ଏକ ଲକ୍ଷ ଟଙ୍କାର ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଗିରଫ କରାଯାଇଛି । ଏକ ବିଲ୍‌ ପାଶ୍‌ କରାଇବା ପାଇଁ ଉପାଧ୍ୟାୟ ଏହି ଲାଞ୍ଚ ନେଉଥିବା ଜଣାପଡିଛି ।

Categories
ବିଶେଷ ଖବର

ଆଇଏଏସ ସ୍ତରରେ ବଡଧରଣର ଅଦଳ ବଦଳ, ବଦଳିଲେ ୩୨ ଅଫିସର, ବିଏମସି କମିଶନର ହେଲେ ପ୍ରେମଚନ୍ଦ୍ର ଚୌଧୁରୀ

ଆଜି ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ ଧରଣର ଅଦଳ ବଦଳ କରିଛନ୍ତି। ଏକାଥରେ ୩୨ ଜଣ ଅଧିକାରୀଙ୍କୁ ଅଦଳ ବଦଳ କରିଛନ୍ତି। ସେମାନଙ୍କ ମଧ୍ୟରେ ୯ ଜଣ ଜିଲ୍ଲାପାଳଙ୍କୁ ମଧ୍ୟ ବଦଳି କରାଯାଇଛି। ବିଏମସି କମିଶନର ଭାବେ ଯୋଗଦେବେ କେନ୍ଦ୍ରାପଡାର ଜିଲ୍ଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ। ସେହିପରି ସୂଚନା ଓ ଲୋକସଂପର୍କ ନିର୍ଦ୍ଦେଶକ ଭାବେ ଯୋଗଦେବେ କୃପାସିନ୍ଧୁ ମିଶ୍ର। ଯେଉଁ ୩୨ ଜଣ ଆଇଏଏସଙ୍କୁ ଅଦଳବଦଳ କରାଯାଇଛି ସେମାନେ ହେଲେ।

୧-ଅର୍ଚ୍ଚନା ପଟ୍ଟନାୟକ-ପରିଚାଳନା ନିର୍ଦ୍ଦେଶକ ଓଡିଶା ଉଠାଜଳସେଚନ ସହିତ ଜଳସଂପଦ ବିଭାଗ ସ୍ବତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ବ

୨-ନିରଂଜନ ସାହୁ- ଉଚ୍ଚଶିକ୍ଷା ନିର୍ଦ୍ଦେଶକ, ଶ୍ରମ କମିଶନର ଭାବେ ଅତିରିକ୍ତ ଦାୟିତ୍ବ

୩-ପ୍ରଶାନ୍ତ କୁମାର ସେନାପତି- ଆଇଜି ରେଜିଷ୍ଟ୍ରେସନ

୪-ଦାଶରଥୀ ଶତପଥୀ-ଓଡିଶା ବିଧାନସଭା ସଚିବ

୫-ନିର୍ମଳ ଚନ୍ଦ୍ର ମିଶ୍ର-ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ, ଏମଡି ଓଟିଡିସି

୬-ଅଂଜନ କୁମାର ମାନିକ- ଅବକାରୀ କମିଶନର

୭-ବିଭୂତି ଭୂଷଣ ପଟ୍ଟନାୟକ-ସମବାୟ ରେଜିଷ୍ଟାର

୮-ତ୍ରିବିକ୍ରମ ପ୍ରଧାନ-ଅତିରିକ୍ତ ସଚିବ ଅବକାରୀ ବିଭାଗ

୯-ଅରବିନ୍ଦ ଅଗ୍ରୱାଲା- ନିର୍ଦ୍ଦେଶକ ସାମାଜିକ କଲ୍ୟାଣ ଓ ମିଶନଶକ୍ତି

୧୦-ଶରତ ଚନ୍ଦ୍ର ନାୟକ- ଅତିରିକ୍ତ ସଚିବ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ

୧୧-ଜାମିନୀ ଷଡଙ୍ଗୀ-ପରିଚାଳନା ନିର୍ଦ୍ଦେଶକ ଓଡିଶା ଔଷଧ ନିଗମ

୧୨-ଭୂପେନ୍ଦ୍ର ପୁନିଆ-ପ୍ରକଳ୍ପ ନିର୍ଦ୍ଦେଶକ ଓପେପା, ନିର୍ଦ୍ଦେଶକ ଓଡିଶା ଆଦର୍ଶ ବିଦ୍ୟାଳୟ

୧୩-ଗୁହା ପୁନମ ତାପସ କୁମାର-ଯୁଗ୍ନ ସଚିବ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ

୧୪-ପ୍ରେମ ଚନ୍ଦ୍ର ଚୌଧୁରୀ-କମିଶନର ଭୁବନେଶ୍ବର ମହାନଗର ନିଗମ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ସ୍ମାଟ ସିଟି

୧୫-ସମର୍ଥ ବର୍ମା- କେନ୍ଦ୍ରପଡା ଜିଲ୍ଲାପାଳ

୧୬-ରଘୁ ଜି- ନିର୍ଦ୍ଦେଶକ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ

୧୭-ସୁଦର୍ଶନ ଚକ୍ରବର୍ତ୍ତି- ବାଲେଶ୍ବର ଜିଲ୍ଲାପାଳ

୧୮-ସୁରେନ୍ଦ୍ର କୁମାର ମିନା-ବୋର୍ଡ ଅଫ ରେଭିନ୍ୟୁ ସଚିବ

୧୯-ପୋମା ଟୁଡୁ- କୋରାପୁଟ ଜିଲ୍ଲାପାଳ

୨୦-ମଧୁସ୍ମିତା ସାହୁ- ନୂଆପଡା ଜିଲ୍ଲାପାଳ

୨୧-ଅବଦୁଲ ଅକତର- ପ୍ରକଳ୍ପ ନିର୍ଦ୍ଦେଶକ କଟକ

୨୨-ଅନ୍ୟନ୍ୟା ଦାସ-କଟକ ମହାନଗର କମିଶନର

୨୩-ଲଲାଟେନ୍ଦୁ ମିଶ୍ର- ବୈଦ୍ଧ ଜିଲ୍ଲାପାଳ

୨୪-ସିତାଂଶୁ କୁମାର ରାଉତ-ଖୋର୍ଦ୍ଧା ଜିଲ୍ଲାପାଳ

୨୫-ଭବାନୀ ଶଙ୍କର ଚଇନି- କଟକ ଜିଲ୍ଲାପାଳ

୨୬-ସଂଗ୍ରାମ କେଶରୀ ମହାପାତ୍ର-ଜଗତସିଂହପୁର ଜିଲ୍ଲାପାଳ

୨୭-ଜ୍ୟୋତିରଂଜନ ପ୍ରଧାନ- ଝାରସୁଗୁଡା ଜିଲ୍ଲାପାଳ

୨୮-ଜ୍ୟୋତି ପ୍ରକାଶ ଦାସ- ବୟନ ଶିଳ୍ପ ନିର୍ଦ୍ଦେଶକ,ଏମଡି ବୟନିକା

୨୯-କୃପାସିନ୍ଧୁ ମିଶ୍ର- ସୂଚନା ଓ ଲୋକସଂପର୍କ ନିର୍ଦ୍ଦେଶକ

୩୦-ଲକ୍ଷ୍ମୀଧର  ମହାନ୍ତି- ଅତିରିକ୍ତ ସଚିବ ସଚିବ ଉଚ୍ଚ ଶିକ୍ଷା

୩୧-ରମେଶ ଚନ୍ଦ୍ର ରାଉତ-ଇଏସଆଇ ନିର୍ଦ୍ଦେଶକ

୩୨-ବିଭୂତି ଭୂଷଣ ଦାସ- ଅତିରିକ୍ତ ସଚିବ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା

ସେହିପରି ଇଲୋଟ୍ରୋନିକ୍ସ ଏବଂ  ଆଇଟି ବିଭାଗର ଯୁଗ୍ନ ସଚିବ ଆଦିତ୍ୟ ମହାପାତ୍ରଙ୍କୁ ସରକାର ତାଙ୍କର ମୂଳ ଦାୟିତ୍ବ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଇଟି ସଚିବ ଭାବେ ନିଯୁକ୍ତି ଦିଆଯାଇଛି।