ଆଇଏଏସ ସ୍ତରରେ ହେବ ବଡ ଧରଣର ଅଦଳବଦଳ, ଚାଲିଛି ପ୍ରସ୍ତୁତି

Published: Mar 19, 2023, 5:20 pm IST
lokaseba

ଭୁବନେଶ୍ବର: ଖୁବ ଶିଘ୍ର ଆଇଏଏସ ସ୍ତରରେ ହେବ ବଡ ଧରଣର ଅଦଳବଦଳ। ସେ ନେଇ ସାଧାରଣ ପ୍ରଶାସନ ତରଫରୁ ଚାଲିଛି ବଡ ପ୍ରସ୍ତୁତି। ଓଡିଶାର ନୂଆ ମୁଖ୍ୟ ଶାସନ ସଚିବ ଭାବେ ପ୍ରଦୀପ ଜେନା ଦାୟିତ୍ବ ନେବା ପରେ ସେ ଏହି ପରିବର୍ତ୍ତନ କରିବେ।

ସୁତ୍ର ଅନୁସାରେ ପ୍ରଥମେ ସେ ସଚିବାଳୟର ବରିଷ୍ଠ ଅଧିକାରୀଙ୍କ ବିଭାଗ ଅଦଳ ବଦଳ କରିବେ। ଏଥିରେ ବିଭିନ୍ନ ବିଭାଗର ନିର୍ଦ୍ଦେଶକଠାରୁ ଆରମ୍ଭ କରି ପ୍ରମୁଖ ଶାସନ ସଚିବଙ୍କ ପର୍ଯ୍ୟନ୍ତ ଏହି ବଦଳ କରାଯିବ।

ଏହାପରେ ଜିଲ୍ଲା ସ୍ତରରେ ମଧ୍ୟ ବଡ ଅଦଳବଦଳ କରାଯିବ। ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ବିରୋଧରେ ଅଭିଯୋଗ ଆସିବାରେ ଲାଗିଛି। ସେଥିପାଇଁ ସେ ଅପାରଗ ଜିଲ୍ଲାପାଳଙ୍କୁ ବଦଳି କରିବେ ବୋଲି ଜଣାପଡିଛି। ବର୍ତ୍ତମାନ ସାଧାରଣ ପ୍ରଶାସନ ବିଭାଗ ତରଫରୁ ଏହି ପ୍ରସ୍ତୁତି କରାଯାଉଛି। ଖୁବ ଶିଘ୍ର ଏହି ଅଦଳବଦଳର ଘୋଷଣା କରାଯିବ।

Related posts