Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନିର୍ବାଚନ ପୂର୍ବରୁ ଆଇଏଏସ ସ୍ତରରେ ରାଜ୍ୟ ସରକାର କଲେ ଏକ ବଡ ଧରଣର ଅଦଳବଦଳ

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡଧରଣର ଅଦଳବଦଳ କରିଛନ୍ତି। ଏଥିରେ ପୁର ଖୋର୍ଦ୍ଧା ଜିଲ୍ଲାପାଳ ସହିତ …ଜଣଙ୍କୁ ବଦଳି କରିଛନ୍ତି। ସେହିପରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ମଧ୍ୟ ରାଜ୍ୟ ସରକାର ବଦଳି କରିଛନ୍ତି। ଯେଉଁମାନଙ୍କର ବଦଳି ହୋଇଛି ସେମାନେ ହେଲେ

1- ତେମଜେନୱାପଙ୍ଗ ଆଓ- ପବ୍ଲିକ ଏଣ୍ଟରପ୍ରାଇଜେସ ସଚିବ

2- ରଞ୍ଜନ ଦାସ- କେନ୍ଦ୍ରାଞ୍ଚଳ ଆରଡିସି

3- ଶ୍ରୀକାନ୍ତ ପୃଷ୍ଟି- ଉତ୍ତରାଞ୍ଚଳ ଆରଡିସି,

4- ସମର୍ଥ ବର୍ମା- ଶ୍ରୀ ଜଗନ୍ନାଥ ମନ୍ଦିରର ଅତିରିକ୍ତ ମୁଖ୍ୟ ପ୍ରଶାସକ

5-ଆଶିଷ ଠାକରେ- ମୟୁରଭଞ୍ଜ ଜିଲ୍ଲାପାଳ

6- କେ ସୁଦର୍ଶନ ଚକ୍ରବର୍ତ୍ତୀ- ଲଘୁ ଖଣିଜ ବିଭାଗ ନିର୍ଦ୍ଦେଶକ

7- ବିନୀତ ଭରଦ୍ୱାଜ- କଟକ ଜିଲ୍ଲାପାଳ

8- ନିଖିଳ ପବନ କଲ୍ୟାଣ- ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦ୍ଦେଶକ

9- ବିଜୟ କୁମାର ଦାସଙ୍କୁ ପୁରୀ ଜିଲ୍ଲାପାଳ

10- ମୋନିସା ବାନାର୍ଜୀ- ସାମାଜିକ କଲ୍ୟାଣ ବିଭାଗର ନିର୍ଦ୍ଦେଶିକା

11- ଚଞ୍ଚଳ ରଣା- ଖୋର୍ଦ୍ଧା ଜିଲ୍ଲାପାଳ

12- ସ୍ଵଧା ଦେବ ସିଂହ- ନୟାଗଡ ଜିଲ୍ଲାପାଳ

13- ସିଦ୍ଧାର୍ଥ ଶଙ୍କର ସ୍ୱାଇଁ- ସିଏମସି କମିଶନର

14- ଚକ୍ରବର୍ତ୍ତୀ ସିଂହ ରାଠୋର- ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଯୁଗ୍ମସଚିବ

15- ଅବଦଲ ଏମ ଅଖତାର- ଅନୁଗୁଳ ଜିଲ୍ଲାପାଳ

16- ଅମୃତ ଋତୁରାଜ- ଶ୍ରମ କମିଶନର

17- ଅନନ୍ୟା ଦାସ- ହସ୍ତଶିଳ୍ପ ଯୁଗ୍ମ ସଚିବ

18- ବିଶାଳ ସିଂହ- କେଉଁଝର ଜିଲ୍ଲାପାଳ

19- ଡ଼.ଶୁଭଙ୍କର ମହାପାତ୍ର- ଯାଜପୁର ଜିଲ୍ଲାପାଳ

20- କୀର୍ତ୍ତି ଭାଶନ- କୋରାପୁଟ ଜିଲ୍ଲାପାଳ

21- ସୂର୍ଯ୍ୟବଂଶୀ ମୟୁର ବିକାଶ- କେନ୍ଦ୍ରାପଡା ଜିଲ୍ଲାପାଳ

22- ଜେ ସୋନାଲ- ବୌଦ୍ଧ ଜିଲ୍ଲାପାଳ,

23- ଅଗ୍ରୱାଲ ଅକ୍ଷୟ ସୁନୀଲ- ସମ୍ୱଲପୁର ଜିଲ୍ଲାପାଳ

24- ଆଦିତ୍ୟ ଗୋୟଲ- ବରଗଡ଼ ଜିଲ୍ଲାପାଳ

25- ଅନୟା ଦାସ- ସୋନପୁର ଜିଲ୍ଲାପାଳ

26- ମନୋଜ ମହାଜନ- ରାୟଗଡା ଜିଲ୍ଲାପାଳ

27- ପାୱାର ସଚିନ ପ୍ରକାଶ- ମାଲକାନଗିରି ଜିଲ୍ଲାପାଳ

28- ଗୌରବ ଶିବାଜୀ ଇସାଲୱାର- ବଲାଙ୍ଗୀର ଜିଲ୍ଲାପାଳ

29- କୁଲକମି ଆଶୁତୋଷ- ରାଉରକେଲା ମ୍ୟୁନିସିପାଲଟି କମିଶନର

30- ମଧୁମିତା- ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନର କମିଶନର

31- ବିଭୁତି ଭୂଷଣ ନାୟକ- ମୟୁରଭଞ୍ଜ ଏଡ଼ିଏମ

32- ଦୀନ ଦାସ୍ତାଗର- ବ୍ରହ୍ମପୁର ମୁନିସପାଲର ଡେପୁଟି କମିଶନର

33-ରୀନା ପ୍ରଧାନ- ଉପଜିଲ୍ଲାପାଳ ବାଲିଗୁଡା

34-ପ୍ରଥାମିଶ ଅରବିନ୍ଦ- ବାଲେଶ୍ବର ଉପଜିଲ୍ଲାପାଳ

35-କୀରଣଦୀପ ସୋହତା- ରାୟଗଡା ଉପଜିଲ୍ଲାପାଳ

36-ରେହେନ ଖାତ୍ରୀ- ଟିଟିଲାଗଡ ଉପଜିଲ୍ଲାପାଳ

37-ଧୀମନ ଚମକା- ଧର୍ମଗଡ ଉପଜିଲ୍ଲାପାଳ

38- ବିମଳେନ୍ଦୁ ରାୟ- ନିର୍ଦ୍ଦେଶକ ଇପିଏମ

39-ନୃସିଂହ ସ୍ବାଇଁ- ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ବତନ୍ତ୍ର ସଚିବ

40- ନରହରି ସେଠୀ- ଅତିରିକ୍ତ ସଚିବ ଜଳ ସଂପଦ ବିଭାଗ

Categories
ଆଜିର ଖବର ରାଜ୍ୟ ଖବର

ଆଇଏଏସ ସ୍ତରରେ ହେବ ବଡ ଧରଣର ଅଦଳବଦଳ, ଚାଲିଛି ପ୍ରସ୍ତୁତି

ଭୁବନେଶ୍ବର: ଖୁବ ଶିଘ୍ର ଆଇଏଏସ ସ୍ତରରେ ହେବ ବଡ ଧରଣର ଅଦଳବଦଳ। ସେ ନେଇ ସାଧାରଣ ପ୍ରଶାସନ ତରଫରୁ ଚାଲିଛି ବଡ ପ୍ରସ୍ତୁତି। ଓଡିଶାର ନୂଆ ମୁଖ୍ୟ ଶାସନ ସଚିବ ଭାବେ ପ୍ରଦୀପ ଜେନା ଦାୟିତ୍ବ ନେବା ପରେ ସେ ଏହି ପରିବର୍ତ୍ତନ କରିବେ।

ସୁତ୍ର ଅନୁସାରେ ପ୍ରଥମେ ସେ ସଚିବାଳୟର ବରିଷ୍ଠ ଅଧିକାରୀଙ୍କ ବିଭାଗ ଅଦଳ ବଦଳ କରିବେ। ଏଥିରେ ବିଭିନ୍ନ ବିଭାଗର ନିର୍ଦ୍ଦେଶକଠାରୁ ଆରମ୍ଭ କରି ପ୍ରମୁଖ ଶାସନ ସଚିବଙ୍କ ପର୍ଯ୍ୟନ୍ତ ଏହି ବଦଳ କରାଯିବ।

ଏହାପରେ ଜିଲ୍ଲା ସ୍ତରରେ ମଧ୍ୟ ବଡ ଅଦଳବଦଳ କରାଯିବ। ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ବିରୋଧରେ ଅଭିଯୋଗ ଆସିବାରେ ଲାଗିଛି। ସେଥିପାଇଁ ସେ ଅପାରଗ ଜିଲ୍ଲାପାଳଙ୍କୁ ବଦଳି କରିବେ ବୋଲି ଜଣାପଡିଛି। ବର୍ତ୍ତମାନ ସାଧାରଣ ପ୍ରଶାସନ ବିଭାଗ ତରଫରୁ ଏହି ପ୍ରସ୍ତୁତି କରାଯାଉଛି। ଖୁବ ଶିଘ୍ର ଏହି ଅଦଳବଦଳର ଘୋଷଣା କରାଯିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ, ଡେପୁଟେସନରୁ ଫେରିଲେ ଉଷା ପାଢୀ

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଇଏଏସ ସ୍ତରରେ ଛୋଟ ଅଦଳବଦଳ କରିଛନ୍ତି। କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ଉଷା ପାଢୀଙ୍କୁ ମିଳିଛି ନୂଆ ଦାୟିତ୍ବ। ସେହିପରି ଅନ୍ୟ ଦୁଇ ବରିଷ୍ଠ ଆଇଏଏସ ବିଷ୍ଣୁ ସେଠୀ ଏବଂ ହେମନ୍ତ ଶର୍ମାଙ୍କ ଦାୟିତ୍ବକୁ ହାଲକା କରାଯାଇଛି।

ବର୍ତ୍ତମାନ ବରିଷ୍ଠ ଆଇଏଏ, ଉଷା ପାଢୀଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଏଥିସହିତ ସେ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ଦାୟିତ୍ବରେ ରହିବେ।

ବରିଷ୍ଠ ଆଇଏଏସ ହେମନ୍ତ ଶର୍ମାଙ୍କ ବିଭାଗକୁ ହାଲକା କରାଯାଇଛି। ସେ ବର୍ତ୍ତମାନ କେବଳ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ରହିବେ। ଏଥିସହିତ ପୂର୍ବ ପରି ସେ ଇପିକଲ ଏବଂ ଇଡକୋର ଅଧ୍ୟକ୍ଷ ଭାବେ ଦାୟିତ୍ବରେ ରହିବେ। ସେହିପରି ବରିଷ୍ଠ ଆଇଏଏ, ବିଷ୍ଣୁପଦ ସେଠୀ କେବଳ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ରହିବେ।