ବରିଷ୍ଠ ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ

Published: Mar 24, 2023, 11:02 pm IST

ଭୁବନେଶ୍ବର: ଆଜି ବରିଷ୍ଠ ଆଇଏଏସ ସ୍ତରରେ ଛୋଟ ଧରଣ ଅଦଳ ବଦଳ କରାଯାଇଛି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହି ଅନୁସାରେ

1- ସତ୍ୟବ୍ରତ ସାହୁ– ରାଜସ୍ବ-ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଅତିରିକ୍ତ ଭାବେ ସ୍ବତନ୍ତ୍ର ରିଲିଫ କମିଶନର ଦାୟିତ୍ବ ଦିଆଯାଇଛି।

2- ନିକୁଞ୍ଜ ବିହାରୀ ଧଳ- ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି। ସେ ଯେଉଁଦିନ ଦାୟିତ୍ବ ନେବେ ସେହିଦିନ ତାଙ୍କ ପାଖରେ ଥିବା ସମସ୍ତ ବିଭାଗ ଦାୟିତ୍ବରୁ ମୁକ୍ତ ହେବେ।

3-ସୁଶୀଳ କୁମାର ଲୋହାନୀ- ପଞ୍ଚାୟତ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଅବକାରୀ ବିଭାଗ ଅତିରିକ୍ତ ଦାୟିତ୍ବ ପ୍ରଦାନ।

4-ସଂଜୟ କୁମାର ସିଂ- ପ୍ରମୁଖ ଶାସନ ସଚିବ ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକ ସଂପର୍କ, ଜିଏସଟି କମିଶନରଙ୍କୁ ଅତିରିକ୍ତ ଭାବେ ଶକ୍ତି ବିଭାଗ ଦାୟିତ୍ବ ପ୍ରଦାନ।

5-ଜ୍ଞାନ ରଂଜନ ଦାସ– ଓଡିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷର ଏକ୍ସକ୍ୟୁଟିଭ ନିର୍ଦ୍ଦେଶକରୁ ତାଙ୍କୁ ସେହି ବିଭାଗର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ପ୍ରଦାନ।

Related posts