Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ହେଉଛି ବିଜୟା ଦଶମୀ, ଦଶହରାରେ ଏହି ଚାରୋଟି ଜିନିଷ ଦେଖିଲେ ବର୍ଷ ସାରା ହୁଏ ଶୁଭ ପ୍ରାପ୍ତି
ଆଜିର ଖବର

ଆଜି ହେଉଛି ବିଜୟା ଦଶମୀ, ଦଶହରାରେ ଏହି ଚାରୋଟି ଜିନିଷ ଦେଖିଲେ ବର୍ଷ ସାରା ହୁଏ ଶୁଭ ପ୍ରାପ୍ତି

October 24, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଦ୍ୱିତୀୟ ଦିନ ମାତା ବ୍ରହ୍ମଚରିଣୀଙ୍କ ପୂଜା
ଦ୍ୱିତୀୟ ଦିନ ମାତା ବ୍ରହ୍ମଚରିଣୀଙ୍କ ପୂଜାରେ ଏହି ଭୋଗ ଅର୍ପଣ କରନ୍ତୁ, ଜାଣନ୍ତୁ ତାଙ୍କର ପୂଜା ପଦ୍ଧତି ଓ କଥା

ନୂଆଦିଲ୍ଲୀ, ଅସତ୍ୟ ଉପରେ ସତ୍ୟର ବିଜୟ। ଆଜି ସାରା ଦେଶରେ ବିଜୟ ଦଶମୀ ପାଳନ କରାଯାଉଛି। ଶାରଦୀୟ ନବରାତ୍ରୀର ସମାପ୍ତି ପରେ ଦଶହରା ପାଳନ କରାଯାଇ ଥାଏ। ହିନ୍ଦୁ ଧର୍ମର ବିଶ୍ୱାସ ଅନୁଯାୟୀ, ଭଗବାନ ରାମ ଦଶହରା ଦିନ ରାବଣକୁ ହତ୍ୟା କରିଥିଲେ। ପାପ ଉପରେ ପୂଣ୍ୟର ବିଜୟ ଲାଭ ହୋଇ ଥିଲା। ଏହି ପର୍ବ ସାରା ଦେଶରେ ବହୁତ ଉତ୍ସାହର ସହିତ ପାଳନ କରାଯାଇଥାଏ। ତେବେ ଚଳିତ ବର୍ଷ କରୋନା ପାଇଁ ଏହା ଫିକା ପଡିଯାଇଛି।

ତେବେ ଅନେକ ଲୋକ ଜାଣନ୍ତି ନାହିଁ ଯେ, ଏହି ପର୍ବରେ ଏପରି ଜିନିଷ ଅଛି ଯାହା ଦେଖିଲେ ଅତ୍ୟନ୍ତ ଶୁଭ ପ୍ରାପ୍ତ ହୋଇଥାଏ। ଜ୍ୟୋତିଷମାନେ ମଧ୍ୟ ବିଶ୍ବାସ କରନ୍ତି, ଯଦି ଦଶହରା ଦିନରେ ଏହି ଚାରୋଟି ଜିନିଷ ଦେଖନ୍ତି, ତେବେ ତାହା ସମଗ୍ର ବର୍ଷ ଅତ୍ୟନ୍ତ ଶୁଭ ଏବଂ ଭାଗ୍ୟ ଉଜ୍ଜ୍ୱଳ ହେବାର ସମ୍ଭାବନା ରହିଛି।

ଏହି ଚାରୋଟି ଜିନିଷ ହେଲା..

୧- ବିଜୟା ଦଶମୀକୁ ସାଧାରଣତଃ ଯାତ୍ରାର ଦିନ ବୋଲି ଧରାଯାଇଥାଏ। ଏହି ଦିନ ଯଦି କୁଆଡେ ଯାତ୍ରା କରାଯାଏ ତେବେ ସେଥିରେ ନିଶ୍ଚିତ ବିଜୟ ହେବ ବୋଲି ବିଶ୍ବାସ ରହିଛି। ଯଦି ଆପଣ ଏହି ଦିନ କୈଣସି ସ୍ଥାନକୁ ଯାତ୍ରା କରୁଛନ୍ତି, ତେବେ ଯିବା ପୂର୍ବରୁ ମନ୍ଦିରକୁ ଯାଇ ଭଗବାନଙ୍କୁ ଦର୍ଶନ କରନ୍ତୁ। ବିଶେଷ କରି ଦଶହରାରେ ରାମମନ୍ଦିର କିମ୍ବା ଶିବ ମନ୍ଦିର ଯିବା ସବୁଠାରୁ ଶୁଭ ଦାୟକ ଅଟେ।

୨- ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯଦି ଦଶହରା ଦିନ ନୀଳକଣ୍ଠ ପକ୍ଷୀ ଦୃଷ୍ଟିକୁ ଆସେ, ତେବେ ଏହା ବୁଝିବା ନେବା ଉଚିତ ଯେ ଭଲ ସମୟ ଆରମ୍ଭ ହେବାକୁ ଯାଉଛି। ନୀଳକଣ୍ଠ ପକ୍ଷୀ ହେଉଛି ଏପରି ଏକ ପକ୍ଷୀ ଯାହାର କଣ୍ଠ ନୀଳବର୍ଣ୍ଣ ଦେଖାଯାଇଥାଏ। ଏହା ବିଶ୍ୱାସ କରାଯାଏ ଯେ ଭଗବାନ ରାମ ନୀଳକଣ୍ଠ ପକ୍ଷୀକୁ ଦେଖିବା ପରେ ରାବଣକୁ ହତ୍ୟା କରିଥିଲେ। ନୀଳକଣ୍ଠ ପକ୍ଷୀ ଭଗବାନ ଶିବଙ୍କ ରୂପ ବୋଲି ମଧ୍ୟ ବିବେଚନା କରାଯାଏ।

୩- ବିଜୟା ଦଶମୀ ଦିନ ପାନ ଖାଇବା ମଧ୍ୟ ଶୁଭ ବୋଲି ବିବେଚନା କରାଯାଏ। ବିଶ୍ୱାସ କରାଯାଏ ଯେ ଏହି ବିଶେଷ ଦିନରେ ଭଗବାନ ରାମଙ୍କ ଶ୍ରେଷ୍ଠ ଭକ୍ତ ହନୁମାନଙ୍କୁ ପାନ ଅର୍ପଣ କଲେ ସମସ୍ତ ଇଚ୍ଛା ପୂରଣ ହୁଏ। ଯେହେତୁ ପାନ ହେଉଛି ବିଜୟର ପ୍ରତୀକ ଏବଂ ପାନ ଶବ୍ଦର ମହତ୍ତ୍ୱ ମଧ୍ୟ ଗୁରୁତ୍ୱପୂର୍ଣ୍ଣ, ସେଥିପାଇଁ ପାନକୁ ଦଶହରାରେ ଶୁଭ ବୋଲି ମନେ କରାଯାଇଥାଏ।

୪- ଦଶହରା ସମୟରେ ଆଉ ଏକ ଶୁଭ ଦୃଶ୍ୟ ହେଉଛି ପାଣିରେ ମୀନ ଖେଳୁଥିବାର ଦେଖିବା। ଯଦି ଆପଣ ନଦୀ କିମ୍ବା ପୋଖରୀରେ ମାଛ ଖେଳୁଥିବାର ନଜରକୁ ଆସେ ତେବେ ତାହା ଏକ ଶୁଭଦାୟକ ଦୃଶ୍ୟ ଭାବେ ବିବେଚନା କରାଯାଇଛି।

DurgaPuja ଜ୍ୟୋତିଷ ଶାସ୍ତ୍ର ଦଶହରା ବିଜୟା ଦଶମୀ ରାବଣ ଶାରଦୀୟ ନବରାତ୍ରୀ ଶୁଭ ପ୍ରାପ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

ସାରା ଭାରତରେ ୮୫ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ବିନ୍ଦୁସାଗର

April 19, 2026

ଅକ୍ଷୟ ତୃତୀୟାରେ ନିଜ ବନ୍ଧୁଙ୍କୁ ଜଣାନ୍ତୁ ଶୁଭେଚ୍ଛା, ବାସ୍ ମୋବାଇଲରେ କପି କରି ପଠାନ୍ତୁ ଏହି ବାର୍ତ୍ତା

April 19, 2026

ଅକ୍ଷୟ ତୃତୀୟା ପାଇଁ ରିଲାଏନ୍ସ ଜୁଏଲ୍ସର ନୂଆ ଅଫର: ଆଜି ଶେଷ ଦିନ

April 19, 2026

ଆଜି ରବିବାର ଏପ୍ରିଲ ୧୯ ତାରିଖରେ ତିନୋଟି ରାଶି ଉପରେ ରହିଛି ଖରାପ ଖବର

April 19, 2026
Latest News

ସାରା ଭାରତରେ ୮୫ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ବିନ୍ଦୁସାଗର

April 19, 2026

ଅକ୍ଷୟ ତୃତୀୟାରେ ନିଜ ବନ୍ଧୁଙ୍କୁ ଜଣାନ୍ତୁ ଶୁଭେଚ୍ଛା, ବାସ୍ ମୋବାଇଲରେ କପି କରି ପଠାନ୍ତୁ ଏହି ବାର୍ତ୍ତା

April 19, 2026

ଅକ୍ଷୟ ତୃତୀୟା ପାଇଁ ରିଲାଏନ୍ସ ଜୁଏଲ୍ସର ନୂଆ ଅଫର: ଆଜି ଶେଷ ଦିନ

April 19, 2026

ଆଜି ରବିବାର ଏପ୍ରିଲ ୧୯ ତାରିଖରେ ତିନୋଟି ରାଶି ଉପରେ ରହିଛି ଖରାପ ଖବର

April 19, 2026

୧୯ରୁ ୨୪ ପ୍ରବଳ ଗ୍ରୀଷ୍ମଲହରୀ: ସ୍କୁଲ ଛୁଟି ଘୋଷଣା

April 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.