ଜିଓ ଦେଶରେ ଏକ ନମ୍ବର ନେଟ୍‌ୱର୍କ, ଓକ୍‌ଲା ସ୍ପିଡ୍ ପରୀକ୍ଷାରେ ଜିତିଲା ସବୁ ପୁରସ୍କାର

Published: Oct 26, 2023, 8:36 am IST

ଭୁବନେଶ୍ୱର: ଜିଓ ହେଉଛି ଭାରତର ସର୍ବଶ୍ରେଷ୍ଠ ନେଟ୍‌ୱର୍କ। ବିଶ୍ୱସ୍ତରୀୟ ଏଜେନ୍ସି ଓକ୍‌ଲା ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ଓକ୍‌ଲା ପକ୍ଷରୁ କରାଯାଇଥିବା ସ୍ପିଡ୍ ପରୀକ୍ଷା ଆୱାର୍ଡରେ ରିଲାଏନ୍ସ ଜିଓ ସବୁ ପୁରସ୍କାର ଜିତି ବାଜିମାରିନେଇଛି। ୨୦୨୩ର ପ୍ରଥମ ଓ ଦ୍ୱିତୀୟ ତ୍ରୈମାସିକ ପ୍ରଦର୍ଶନ ଆଧାରରେ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ଦ୍ରୁତ ମୋବାଇଲ୍ ନେଟ୍‌ୱର୍କ, ଶ୍ରେଷ୍ଠ ମୋବାଇଲ୍ କଭରେଜ୍‌, ଶ୍ରେଷ୍ଠ ମୋବାଇଲ୍ ନେଟ୍‌ୱର୍କ, ଶ୍ରେଷ୍ଠ ମୋବାଇଲ୍ ଗେମିଂ ଅନୁଭୂତି, ଶ୍ରେଷ୍ଠ ମୋବାଇଲ୍ ଭିଡିଓ ଅନୁଭୂତି, ଶ୍ରେଷ୍ଠ ମାନ୍ୟତାପ୍ରାପ୍ତ ମୋବାଇଲ୍ ନେଟ୍‌ୱର୍କ, ଦ୍ରୁତ ୫ଜି ମୋବାଇଲ୍ ନେଟ୍‌ୱର୍କ, ଶ୍ରେଷ୍ଠ ୫ଜି ମୋବାଇଲ୍ ଗେମିଂ ଅନୁଭୂତି ଓ ଶ୍ରେଷ୍ଠ ମୋବାଇଲ୍ ଭିଡିଓ ଅନୁଭୂତି ଶ୍ରେଣୀରେ ଜିଓ ପୁରସ୍କାର ଜିତିଛି।

ଜିଓ ପୁରସ୍କାର ହାସଲ କରିବା ଉପରେ ଖୁସି ବ୍ୟକ୍ତ କରି ରିଲାଏନ୍ସ ଜିଓର ଅଧ୍ୟକ୍ଷ ଆକାଶ ଅମ୍ବାନି କହିଛନ୍ତି ଯେ, “ଭାରତରେ ଏକ ଡିଜିଟାଲ ସମାଜ ଗଠନ କରିବା ଲାଗି ଜିଓ ପରିକଳ୍ପନା ପ୍ରସ୍ତୁତ କରିଛି ଯାହା ଆମ ଜୀବନର ପ୍ରତିଟି କ୍ଷେତ୍ରରେ ସକାରାତ୍ମକ ପ୍ରଭାବ ଆଣିବ। ଏହି ବିପ୍ଳବରେ ଯୋଗଦାନ ଦେବା ଆମ ପାଇଁ ସୌଭାଗ୍ୟର ବିଷୟ। ଯେଉଁ ଦ୍ରୁତ ଗତିରେ ଜିଓ ୫ଜିର ଶୁଭାରମ୍ଭ (ରୋଲ୍‌ଆଉଟ୍‌) କରିଛି ଯାହାକୁ ନେଇ ଆମେ ଗର୍ବିତ। ଭାରତରେ ଯେତେସବୁ ୫ଜି ନେଟ୍‌ୱର୍କର ଶୁଭାରମ୍ଭ କରାଯାଇଛି ସେଥିରେ ୮୫ ପ୍ରତିଶତ ଭାଗ ଜିଓର ରହିଛି। ଆମେ ପ୍ରତି ୧୦ ସେକେଣ୍ଡରେ ଗୋଟିଏ ଲେଖାଏଁ ୫ଜି ସେଲ୍ ସ୍ଥାପନ କରୁଛୁ।’’

ପୁରସ୍କାର ସମ୍ପର୍କରେ ଓକ୍‌ଲାର ସଭାପତି ଓ ସିଇଓ ଷ୍ଟିଫେନ୍ ବାୟ କହିଛନ୍ତି ଯେ, “ଗ୍ରାହକମାନଙ୍କୁ ଉତମ ସେବା ପ୍ରଦାନ କରିବା ଲାଗି ଓକ୍‌ଲାରେ ଆମେ ପ୍ରତିବଦ୍ଧ ରହିଛୁ। ଗ୍ରାହକମାନଙ୍କୁ ସ୍ପିଡ୍‌, ଭିଡିଓ ଓ ଗେମିଂରେ ଶ୍ରେଷ୍ଠ ଅନୁଭବ ପ୍ରଦାନ କରିବା ଲାଗି ଜିଓର ପ୍ରୟାସ ବେଶ ଚମତ୍କାର। ଏହି ପୁରସ୍କାର ଜିଓକୁ ଭାରତର ସବୁଠୁ ସମ୍ମାନିତ ନେଟ୍‌ୱର୍କର ମାନ୍ୟତା ପ୍ରଦାନ କରୁଛି ଏବଂ ନିଜ ଉପଭୋକ୍ତାମାନଙ୍କୁ ଶ୍ରେଷ୍ଠ ନେଟୱର୍କ ପ୍ରଦାନ କରିବା ଲାଗି ଜିଓର ମହତ୍ୱକାଂକ୍ଷାକୁ ସ୍ପଷ୍ଟ କରୁଛି।

Related posts