ପାଖେଇ ଆସିଲା ନବୋଦୟ ବିଦ୍ୟାଳୟରେ ନାମଲେଖା ପାଇଁ ଆବେଦନ କରିବାର ଶେଷ ତାରିଖ

Published: Oct 26, 2023, 2:08 pm IST

ନୂଆଦିଲ୍ଲୀ: ନବୋଦୟ ବିଦ୍ୟାଳୟର ନବମ, ଏକାଦଶ ଶ୍ରେଣୀରେ ଆଡମିଶନ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି, ଯାହା ଶୀଘ୍ର ଶେଷ ହେବାକୁ ଯାଉଛି। ନବୋଦୟ ବିଦ୍ୟାଳୟ ସମିତି (NVS) ୩୧ ଅକ୍ଟୋବର ୨୦୨୩ ରେ ଲେଟରଲ୍ ଏଣ୍ଟ୍ରି ଆଡମିଶନ ୨୦୨୪-୨୫ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଶେଷ କରିବ। ଛାତ୍ରଛାତ୍ରୀମାନେ ଅଫିସିଆଲ୍ ୱେବସାଇଟ୍ navodaya.gov.in ମାଧ୍ୟମରେ ନବମ, ଏକାଦଶ ଶ୍ରେଣୀ ଲେଟରଲ୍ ଏଣ୍ଟ୍ରି ପାଇଁ ଆବେଦନ କରିପାରିବେ। JNV ଲେଟରଲ୍ ଏଣ୍ଟ୍ରି ଚୟନ ପରୀକ୍ଷା ଆଧାରରେ ଜବାହର ନବୋଦୟ ବିଦ୍ୟାଲଳୟର ୯ ମ ଓ ଏକାଦଶ ଶ୍ରେଣୀରେ ଖାଲିଥିବା ଆସନରେ ଛାତ୍ରଛାତ୍ରୀମାନେ ଆଡମିଶନ ପାଇବେ। ଏହି ପରୀକ୍ଷାରେ ପ୍ରଦର୍ଶନ ଆଧାରରେ ଛାତ୍ରଛାତ୍ରୀମାନଙ୍କୁ ଚୟନ କରାଯିବ।

ପୂର୍ବରୁ NVS କେବଳ ୯ମ ଶ୍ରେଣୀ ପାଇଁ ଲେଟରଲ୍ ଏଣ୍ଟ୍ରି ଆଡମିଶନ କରୁଥିଲା। କିନ୍ତୁ ୨୦୨୩ ମସିହାରୁ ଏହା ମଧ୍ୟ ଏକାଦଶ ଶ୍ରେଣୀ ପାଇଁ ଲେଟରଲ୍ ଏଣ୍ଟ୍ରି ଆଡମିଶନ କରିବା ଆରମ୍ଭ କରିଛି। NVS ଏହାର ସରକାରୀ ବିଜ୍ଞପ୍ତିରେ କହିଛି ଯେ, ୨୦୨୩-୨୪ ଅଧିବେଶନରୁ କ୍ଲାସ୍ ଏକାଦଶରେ ଖାଲି ସିଟ୍ ପାଇଁ ଲେଟରଲ୍ ଏଣ୍ଟ୍ରି ପାଇଁ ଚୟନ ପରୀକ୍ଷା କରିବାକୁ JNV ନିଷ୍ପତ୍ତି ନେଇଛି।

JNV ଲେଟରଲ୍ ଏଣ୍ଟ୍ରି ଚୟନ ପରୀକ୍ଷା ତାରିଖ:

୯ ମ ଓ ଏକାଦଶ ଶ୍ରେଣୀରେ ଆଡମିଶନ ପାଇଁ JNV ଲେଟରଲ୍ ଏଣ୍ଟ୍ରି ଚୟନ ପରୀକ୍ଷା ଆସନ୍ତା ବର୍ଷ କରାଯିବ। ଏହି ପରୀକ୍ଷା ୧୦ ଫେବୃଆରୀ ୨୦୨୪ ରେ ଅନୁଷ୍ଠିତ ହେବ। ପରୀକ୍ଷଣର ଅବଧି ୨ ଘଣ୍ଟା ୩୦ ମିନିଟ୍ ହେବ।

JNV ନବମ ଶ୍ରେଣୀ ଲେଟରଲ୍ ଏଣ୍ଟ୍ରି ୨୦୨୪ ଯୋଗ୍ୟତା:

NVS ନବମ ଶ୍ରେଣୀରେ ଆଡମିଶନ ପାଇଁ ଛାତ୍ର କିମ୍ବା ଛାତ୍ରୀ ଜଣକ ସେହି ଜିଲ୍ଲାର ବାସିନ୍ଦା ହେବା ଆବଶ୍ୟକ ଯେଉଁଠାରେ ଜବାହର ନବୋଦୟ ବିଦ୍ୟାଳୟ ଅବସ୍ଥିତ। ଏଥିସହ, ସେ ଜିଲ୍ଲାର ଏକ ସ୍ୱୀକୃତିପ୍ରାପ୍ତ ବିଦ୍ୟାଳୟରେ ୨୦୨୩-୨୦୨୪ ଶିକ୍ଷାବର୍ଷରେ ଅଷ୍ଟମ ଶ୍ରେଣୀରେ ନାମ ଲେଖିଥିବା ଉଚିତ୍।

JNV ଏକାଦଶ ଶ୍ରେଣୀ ଲେଟରଲ୍ ଏଣ୍ଟ୍ରି ୨୦୨୪ ଯୋଗ୍ୟତା”

କେବଳ ସେହି ଛାତ୍ରଛାତ୍ରୀମାନେ ଯେଉଁମାନେ ସେହି ଜିଲ୍ଲାର ଏକ ସ୍ୱୀକୃତିପ୍ରାପ୍ତ ବିଦ୍ୟାଳୟରେ ଦଶମ ଶ୍ରେଣୀରେ padhuଛନ୍ତି, ସେମାନେ NVS ଏକାଦଶ ଶ୍ରେଣୀରେ ଆଡମିଶନ ପାଇଁ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି। ଛାତ୍ରର ସର୍ବନିମ୍ନ ବୟସ ୧୫ ବର୍ଷ ଏବଂ ସର୍ବାଧିକ ୧୭ ବର୍ଷ ହେବା ଉଚିତ୍।

Related posts