Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାରେ ଷ୍ଟ୍ରୋକ ମୃତ୍ୟୁସଂଖ୍ୟା କମାଇବା ଲାଗି ହାତକୁ ନିଆଯିବ ବିଶେଷ ସଚେତନତା କାର୍ଯ୍ୟକ୍ରମ 
ଆଜିର ଖବର

ଓଡ଼ିଶାରେ ଷ୍ଟ୍ରୋକ ମୃତ୍ୟୁସଂଖ୍ୟା କମାଇବା ଲାଗି ହାତକୁ ନିଆଯିବ ବିଶେଷ ସଚେତନତା କାର୍ଯ୍ୟକ୍ରମ 

October 28, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବ୍ରେନ୍ ଷ୍ଟ୍ରୋକ ବା ମସ୍ତିଷ୍କାଘାତ ଆଜି ସାରା ବିଶ୍ୱରେ ଏକ ବଡ଼ ଜନସ୍ୱାସ୍ଥ୍ୟ ଆହ୍ୱାନ ହୋଇଛି। ଓଡ଼ିଶାରେ ଏହାର ମୁକାବିଲା କିପରି କରାଯାଇ ପାରିବ ସେନେଇ ଡାକ୍ତର, ଜନସ୍ୱାସ୍ଥ୍ୟ ଓ ପଲିସି ବିଶେଷଜ୍ଞମାନଙ୍କୁ ଏକାଠିକରି ବିଶ୍ୱ ଷ୍ଟ୍ରୋକ ଦିବସ ପୂର୍ବରୁ ଏକ ରାଜ୍ୟସ୍ତାରୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ତଥା ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟପ୍ଲସର ମିଳିତ ଆନୁକୂଲ୍ୟରେ ଅକ୍ଟୋବର ୧୬ରୁ ୩୧ ପର୍ଯ୍ୟନ୍ତ ପ୍ରାୟ ଦୁଇ ସପ୍ତାହ ଧରି “ଷ୍ଟ୍ରୋକମୁକ୍ତ ଜୀବନ” ଶୀର୍ଷକରେ ସଚେତନତା ଅଭିଯାନ ଜାରି ରହିଛି। ଏହା ଅଧୀନରେ ଭୁବନେଶ୍ୱରଠାରେ ଶୁକ୍ରବାର ଦିନ ଏକ ବିଶେଷ ବୈଷୟିକ ଆଲୋଚନାଚକ୍ର ତଥା କନକ୍ଲେଭ କରାଯାଇଥିଲା।

“ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ବର୍ତ୍ତମାନ ଷ୍ଟ୍ରୋକ ଭଳି ବିଭିନ୍ନ ଅଣସଂକ୍ରାମକ ରୋଗର ମାତ୍ରା ବଢ଼ିଚାଲିଛି। କେବଳ ବୟସ୍କ ନୁହନ୍ତି, ଯୁବପିଢ଼ି ମଧ୍ୟ ଷ୍ଟ୍ରୋକ ଦ୍ୱାରା ପ୍ରଭାବିତ ହେଉଛନ୍ତି। ତେଣୁ ଆମେ ସମସ୍ତେ ଷ୍ଟ୍ରୋକର ଲକ୍ଷଣ ଜାଣିବା ସହ ଠିକଣା ସମୟରେ ରୋଗୀଙ୍କୁ ଡାକ୍ତରଖାନା ପହଞ୍ଚାଇ ଚିକିତ୍ସା ବ୍ୟବସ୍ଥା କରିପାରିଲେ ଷ୍ଟ୍ରୋକର ପ୍ରଭାବକୁ ମୁକାବିଲା କରିପାରିବା”, ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ। ଷ୍ଟ୍ରୋକ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ସଚେତନତା କାର୍ଯ୍ୟକ୍ରମ କରୁଥିବାରୁ ସେ ଆଇଏଫଆଇ ଫାଉଣ୍ଡେସନ ସହିତ ଏହାର ପାର୍ଟନରମାନଙ୍କୁ ପ୍ରଶଂସା କରିଥିଲେ।

ଓଡ଼ିଶାରେ ଷ୍ଟ୍ରୋକଜନିତ ମୃତ୍ୟୁ ସଂଖ୍ୟା କମାଇବା ଲାଗି ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ଏକ ବିଶେଷ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ଫାଉଣ୍ଡେସନ ନିଜ ପକ୍ଷରୁ ୨୦ ହଜାର ଆମେରିକୀୟ ଡଲାର ପାଣ୍ଠି ବ୍ୟବସ୍ଥା କରିବ। ଏ ବିଷୟରେ ଫାଉଣ୍ଡେସନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସିଦ୍ଧାର୍ଥ ରଥ ଘୋଷଣା କରି କହିଛନ୍ତି ଯେ, ଓଡ଼ିଶା ସହ ପରବର୍ତ୍ତି ସମୟରେ ଦେଶର ବିଭିନ୍ନ ପ୍ରାନ୍ତରେ ଷ୍ଟ୍ରୋକ ସଚେତନତା କାର୍ଯ୍ୟକ୍ରମ ଲାଗି ପଦକ୍ଷେପ ନିଆଯିବ। ଏଥିଲାଗି ସହଯୋଗ କରିବାକୁ ସେ ବିଭିନ୍ନ ଜାତିସଂଘ ସଂଗଠନ, ସରକାର ଏବଂ ଜନସ୍ୱାସ୍ଥ୍ୟ କ୍ଷେତ୍ରରେ କାମ କରୁଥିବା ପ୍ରମୁଖ ଅନୁଷ୍ଠାନଗୁଡ଼ିକୁ ଅନୁରୋଧ କରିଛନ୍ତି।

ଏହି କନକ୍ଲେଭରେ “ଷ୍ଟ୍ରୋକ ମୁକାବିଲା ପାଇଁ ଏକାଠି ହେବା” ଶୀର୍ଷକରେ ଏକ ବୈଷୟିକ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା। ଏଥିରେ ବରିଷ୍ଠ ନ୍ୟୁରୋଲୋଜି ବିଶେଷଜ୍ଞ ଡାକ୍ତର ମାୟା ଗନ୍ତାୟତ, ପବ୍ଲିକ ହେଲଥ ଫାଉଣ୍ଡେସନ ଅଫ ଇଣ୍ଡିଆର (ପିଏଚଏଫଆଇ) ନିର୍ଦ୍ଦେଶକ ଡାକ୍ତର ଶ୍ରୀଧର ମୁରଲୀଧରରାଓ କଦମ, ଆରଏମଆରସି ଭୁବନେଶ୍ୱରର ବୈଜ୍ଞାନିକ ଡାକ୍ତର ଶ୍ରୀକାନ୍ତ କାନୁନଗୋ ଏବଂ ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ, ଭୁବନେଶ୍ୱର ସଂସ୍କରଣର ବରିଷ୍ଠ ବାର୍ତ୍ତା ସମ୍ପାଦକ କସ୍ତୁରୀ ରାୟ ପ୍ରମୁଖ ଯୋଗଦେଇ ଷ୍ଟ୍ରୋକର ପ୍ରତିଷେଧକ ଓ ସଫଳ ପରିଚାଳନା ଉପରେ ଗୁରୁତ୍ୱ ଦେଇଥିଲେ। ଆଇଏଫଆଇ ଫାଉଣ୍ଡେସନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ସ୍ୱାସ୍ଥ୍ୟପ୍ଲସର ସିଇଓ ସିଦ୍ଧାର୍ଥ ରଥ ଅଧିବେଶନ ସଂଚାଳନ କରିଥିଲେ।

କାର୍ଯ୍ୟକ୍ରମର ବିଶେଷ ଅଧିବେଶନରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଷ୍ଟ୍ରୋକ ଭଳି ଏକ ଜଟିଳ ସମସ୍ୟାର ମୁକାବିଲା ଲାଗି ସରକାରଙ୍କ ସହ ଜନସ୍ୱାସ୍ଥ୍ୟ ଗବେଷଣା ଅନୁଷ୍ଠାନ, ଘରୋଇ ହସ୍ପିଟାଲ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ – ସମସ୍ତଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ।

ଷ୍ଟ୍ରୋକ ସଚେତନତା ଅଭିଯାନର ଅଧ୍ୟକ୍ଷ ତଥା ଓଡ଼ିଶାଲାଇଭର ସମ୍ପାଦକ ନୀଳାମ୍ବର ରଥ ସମସ୍ତଙ୍କୁ ସ୍ୱାଗତ କରିଥିଲେ। ସେହିପରି ଅଭିଯାନର ପରାମର୍ଶଦାତା କେୟାର ହସ୍ପିଟାଲ ଭୁବନେଶ୍ୱରର ବରିଷ୍ଠ ନ୍ୟୁରୋଲୋଜି ବିଶେଷଜ୍ଞ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନା ଏବଂ ପିଏଚଏଫଆଇର ନିର୍ଦ୍ଦେଶକ ଡାକ୍ତର ଶ୍ରୀଧର ମୁରଲୀଧରରାଓ କଦମ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।

ସିଦ୍ଧାର୍ଥ ମିଶ୍ର ଏହି କନକ୍ଲେଭର ସଂଚାଳନ କରିଥିବା ବେଳେ ସ୍ୱାସ୍ଥ୍ୟପ୍ଲସର ଅନ୍ୟତମ ପ୍ରଯୋଜିକା ସୁଶ୍ରୀସ୍ମିତା ବେହେରା ଧନ୍ୟବାଦ ଦେଇଥିଲେ। ଏହି ଅବସରରେ “ଷ୍ଟ୍ରୋକ ମୁକ୍ତ ଜୀବନ” ଉପରେ ପ୍ରସ୍ତୁତ ସ୍ୱତନ୍ତ୍ର ସୂଚନାପତ୍ର ଉନ୍ମୋଚନ କରାଯାଇ ବଣ୍ଟନ କରାଯାଇଥିଲା।

ଆରଏମଆରସି ଭୁବନେଶ୍ୱର, ଇଣ୍ଡିଆନ ପବ୍ଲିକ ହେଲଥ ଆସୋସିଏସନ, ପବ୍ଲିକ ହେଲଥ ଫାଉଣ୍ଡେସନ ଅଫ ଇଣ୍ଡିଆ (ପିଏଚଏଫଆଇ) ଏବଂ କେୟାର ହସ୍ପିଟାଲସ୍‌, ଏହି ସ୍ୱାସ୍ଥ୍ୟ ସଚେତନତା ଅଭିଯାନର ପାର୍ଟନର ଭାବେ ଯୋଡ଼ି ହୋଇଛନ୍ତି।

ସାରା ବିଶ୍ୱରେ ପ୍ରତିବର୍ଷ ଷ୍ଟ୍ରୋକରେ ପ୍ରାୟ ୧୫ ନିୟୁତ ବ୍ୟକ୍ତି ପ୍ରଭାବିତ ହେଉଥିବା ବେଳେ ସେମାନଙ୍କ ଭିତରୁ ୫ ନିୟୁତ ମୃତ୍ୟୁବରଣ କରୁଛନ୍ତି। ସେହିପରି ଆଉ ୫ ନିୟୁତ ରୋଗୀ ବିଭିନ୍ନ ପ୍ରକାର ଗୁରୁତର ଶାରୀରିକ ଓ ମାନସିକ ଅକ୍ଷମତାର ଶିକାର ହେଉଛନ୍ତି। ତେବେ ୯୦ ଭାଗ ଘଟଣାରେ ଷ୍ଟ୍ରୋକକୁ ଏଡ଼ାଇ ଦିଆଯାଇପାରିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ତେଣୁ ଏ ଦିଗରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଇ ପାରିଲେ ଷ୍ଟ୍ରୋକ ମୃତ୍ୟୁ ଉପରେ ନିୟନ୍ତ୍ରଣ ଆଣିବା ସହ ହଜାର ହଜାର ଘଟଣାରେ ଏହାକୁ ରୋକାଯାଇ ପାରିବ।

ଷ୍ଟ୍ରୋକର ପ୍ରଭାବ ଓ ଏହାର ମୁକାବିଲା ସମ୍ପର୍କରେ ସମସ୍ତଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ଅକ୍ଟୋବର ୨୯ ତାରିଖ ଦିନ ବିଶ୍ୱ ଷ୍ଟ୍ରୋକ ଦିବସ ଭାବେ ପାଳନ କରାଯାଉଛି। ଏହାର ନେତୃତ୍ୱ ନେଉଥିବା ବିଶ୍ୱ ଷ୍ଟ୍ରୋକ ସଙ୍ଗଠନର ସଦସ୍ୟ ରହିଛି ଆଇଏଫଆଇ ଫାଉଣ୍ଡେସନ।

ବିଶ୍ୱ ଷ୍ଟ୍ରୋକ ଦିବସ ବ୍ରେନ୍ ଷ୍ଟ୍ରୋକ ସଚେତନତା କାର୍ଯ୍ୟକ୍ରମ
Share. Facebook Twitter LinkedIn Email WhatsApp Copy Link

Related Posts

କେରଳର SAI ହଷ୍ଟେଲରେ ଦୁଇ ନାବାଳିକା ଖେଳାଳିଙ୍କ ସନ୍ଦେହଜନକ ମୃତ୍ୟୁ: ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

January 15, 2026

ଯୁବକଙ୍କୁ ଆତର୍କିତ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

January 15, 2026

ରନ୍ଧା ମଦ କାରଖାନା ଉପରେ ଚଢ଼ାଉ, ବହୁ ସାମଗ୍ରୀ ସହ ୫ ଗିରଫ

January 15, 2026

ଇରାନର ଖରାପ ପରିସ୍ଥିତି ମଧ୍ୟରେ ଏୟାର ଇଣ୍ଡିଆର ମାର୍ଗଦର୍ଶିକା ଜାରି 

January 15, 2026
Latest News

କେରଳର SAI ହଷ୍ଟେଲରେ ଦୁଇ ନାବାଳିକା ଖେଳାଳିଙ୍କ ସନ୍ଦେହଜନକ ମୃତ୍ୟୁ: ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

January 15, 2026

ମମତା ସରକାରଙ୍କୁ ବଡ଼ ଝଟକା: ED ଅଧିକାରୀଙ୍କ ବିରୁଦ୍ଧରେ FIR ଉପରେ ରୋକ ​​ଲଗାଇଲେ ସୁପ୍ରିମକୋର୍ଟ

January 15, 2026

ଯୁବକଙ୍କୁ ଆତର୍କିତ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

January 15, 2026

National Startup Day 2026: ଶୁକ୍ରବାରରେ ଆରମ୍ଭ ହେବ ଷ୍ଟାର୍ଟଅପ ଦିବସ, ଦିଆଯିବ 20 ଟି ପୁରସ୍କାର 

January 15, 2026

ରନ୍ଧା ମଦ କାରଖାନା ଉପରେ ଚଢ଼ାଉ, ବହୁ ସାମଗ୍ରୀ ସହ ୫ ଗିରଫ

January 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.