Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଯନ୍ତ୍ରୀ ସାଜିଲେ ଠିକାଦାର, ଜୁନାଗଡ ଏନ ଏ ସି ଅଞ୍ଚଳକୁ ବ୍ଲକ ଯନ୍ତ୍ରୀଙ୍କ ଜବର ଦଖଲ
ଆଜିର ଖବର

ଯନ୍ତ୍ରୀ ସାଜିଲେ ଠିକାଦାର, ଜୁନାଗଡ ଏନ ଏ ସି ଅଞ୍ଚଳକୁ ବ୍ଲକ ଯନ୍ତ୍ରୀଙ୍କ ଜବର ଦଖଲ

October 30, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

କଳାହାଣ୍ଡି(ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଳ୍ଲା ଜୁନାଗଡ ବ୍ଲକରେ କାର୍ଯ୍ୟରତ ଯନ୍ତ୍ରୀ ମାନେ ଠିକାଦାର ସାଜି ସରକାରୀ ନୀତି ନିୟମକୁ କୁ ଆଖି ଠାର ମାରି ଅନେକ ଗୁଡାଏ ଉନ୍ନାୟନ ମୂଳକ କାର୍ଯ୍ୟ କରିଚାଲିଥିବା ଅଭିଯୋଗ ହେଉଛି। ବ୍ଲକ ସ୍ତରରେ ପାଞ୍ଚ ଲକ୍ଷ ଟଙ୍କାରୁ ଅଧିକ ଅଟକଳ ଥିବା କାର୍ଯ୍ୟକୁ ଟେଣ୍ଡର ପ୍ରକ୍ରିୟାରେ ଠିକାଦାର ଚୟନ କରିବାକୁ ପଞ୍ଚାୟତିରାଜ ବିଭାଗ ପତ୍ର ସଂଖ୍ୟା ୧୨୬୭୨ ତା୧୩.୦୭.୨୦୧୭, ୧୩୪୮୩ ତା ୨୨.୦୭.୨୦୧୭ ଏବଂ ୧୭୪୩୪ ତା ୧୨.୦୯.୨୦୧୭ ଯୋଗେ ସ୍ପଷ୍ଟ ନିର୍ଦ୍ଦେଶ ଥିବା ବେଳେ ସେସବୁ ପ୍ରତି ଅଣଦେଖା କରାଯାଇ ବିଭାଗୀୟ କାର୍ଯ୍ୟ ସମ୍ପାଦନ ନାମରେ ଯନ୍ତ୍ରୀ ମାନେ ନିଜ ନାମରେ କାର୍ଯ୍ୟାଦେଶ ନେବା ସହିତ ଲକ୍ଷ ଲକ୍ଷ ତାଙ୍କର ଉନ୍ନତି ମୂଳକ କାର୍ଯ୍ୟ କରୁଥିବାର ଦେଖା ଯାଉଛି।

ରାଜ୍ୟ ଓ କେନ୍ଦ୍ର ଅର୍ଥ କମିଶନ ପାଣ୍ଠି ହେଉ କିମ୍ବା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠି ହେଉ ଅଥବା ବିଜୁ କେବିକେ ଯୋଜନା ପାଣ୍ଠି ହେଉ ସବୁଯାକ ପାଣ୍ଠି ର କାର୍ଯ୍ୟକୁ ଯନ୍ତ୍ରୀ ମାନେ ହିଁ ସମ୍ପାଦନ କରୁଥିବା ଅଭିଯୋଗ ହେଉଛି। ଅନ୍ୟ ପକ୍ଷରେ ଟେଣ୍ଡର ପ୍ରକ୍ରିୟା ହେଲେ ସରକାରୀ ରାଜସ୍ବ ବୃଦ୍ଧି ସାଙ୍ଗକୁ ପ୍ରତିଯୋଗିତା ମୂଳକ ଭାବେ କମ ମୂଲ୍ୟରେ ମଧ୍ୟ କାର୍ଯ୍ୟ ସମ୍ପାଦନ ହେବାର ସମ୍ଭାବନା ଥିବା ବେଳେ ଯନ୍ତ୍ରୀ ମାନେ ସରକାରୀ ରାଜସ୍ବ ବୃଦ୍ଧି ପ୍ରତି ଦୃଷ୍ଟି ନ ଦେଇ ବ୍ୟକ୍ତିଗତ ରାଜସ୍ବ ବୃଦ୍ଧି ପ୍ରତି ଅଧିକ ଚେଷ୍ଟିତ ରହୁଥିବା ଅଭିଯୋଗ ହେଉଛି। ଏପରିକି ଜୁନାଗଡ ବ୍ଲକ ର ଯନ୍ତ୍ରୀ ମାନେ ଜୁନାଗଡ ଏନ ଏ ସି ର ସହରାଞ୍ଚଳ ମଧ୍ୟରେ ବ୍ଲକ ପାଣ୍ଠି ବିନିଯୋଗ କରି ମଧ୍ୟ ଅନେକ ଉନ୍ନାୟନ ମୂଳକ କାର୍ଯ୍ୟ କରୁଥିବା ହେତୁ ଏନ ଏ ସି ର ଯନ୍ତ୍ରୀ ମାନଙ୍କ କାର୍ଯ୍ୟ ଦକ୍ଷତା ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

ରାଜ୍ୟ ଓ କେନ୍ଦ୍ର ଅର୍ଥ କମିଶନ ପାଣ୍ଠି,ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠି ଓ ବିଜୁ କେବିକେ ଯୋଜନା ପାଣ୍ଠି ବିନିମୟରେ ଜୁନାଗଡ ଏନ ଏ ସି ସହରାଞ୍ଚଳ ମଧ୍ୟରେ ଗତ ରାସ୍ତା, କମ୍ୟୁନିଟି ହଲ ଇତ୍ୟାଦି ଜୁନାଗଡ ବ୍ଲକ ତରଫରୁ ନିର୍ମାଣ କରାଯାଇଥିବା ଜଣା ପଡିଛି। ଡବ୍ଲୁଓଡିସି/୨୦୧୮-୧୯/ପି/୩୭ ରେ ଏନଏସି ର ୱାର୍ଡ ନଂ ୩ ରେ କମ୍ୟୁନିଟି ହଲ, ଡବ୍ଲୁଓଡିସି/୨୦୨୧-୨୨/ପି/୮ ରେ ଏନଏସି ର ବଜାରପଡା ରାସ୍ତା, ବିକେବିକେ/୨୦୨୦-୨୧/ପି/୪୪ ରେ ଏନଏସି ର ୱାର୍ଡ ନଂ ୭ ରେ ରାସ୍ତା, ପି/୪୩ ରେ ୱାର୍ଡ ନଂ ୨ ରେ ରାସ୍ତା, ପି/୩୯ ରେ ୱାର୍ଡ ନଂ ୧୨ ରେ ରାସ୍ତା, ପି/୩୮ ରେ ୱାର୍ଡ ନଂ ୨ ରେ ରାସ୍ତା, ସ୍ବତନ୍ତ୍ର ଉନ୍ନାୟନ ପାଣ୍ଠି ଏସପିପିଏଫ/୨୦୨୦-୨୧/ପି/୧୧ ରେ ଏନ ଏ ସି ୱାର୍ଡ ନଂ ୮ ରେ କମ୍ୟୁନିଟି ହଲ ଭଳି ଜୁନାଗଡ ଏନ ଏ ସି ଅଞ୍ଚଳ ମଧ୍ୟରେ ଅନେକ କାର୍ଯ୍ୟ ବ୍ଲକ ଯନ୍ତ୍ରୀ ମାନେ ବ୍ଲକ ମାଧ୍ୟମରେ ନିଜ ନିଜ ନାମରେ କାର୍ଯ୍ୟାଦେଶ ନେଇ କାର୍ଯ୍ୟ ସମ୍ପାଦନ କରିଥିବା ଜଣାପଡିଛି।

ଏପରିକି ବିଜୁ ପଟ୍ଟନାୟକ ଷ୍ଟାଡିୟମ ମଧ୍ୟରେ ଅନେକ ଗୁଡାଏ କାର୍ଯ୍ୟ ବ୍ଲକ ଯନ୍ତ୍ରୀ ମାନଙ୍କ ଦ୍ବାରା ସମ୍ପାଦିତ ହେଉଛି। ବିଭିନ୍ନ ଯୋଜନାରେ ବିଡିଓ କାର୍ଯ୍ୟାଦେଶ ଦେଲେ ଆମେ କାର୍ଯ୍ୟ କରୁଛୁ ବୋଲି ବ୍ଲକ ର ଯନ୍ତ୍ରୀ ମାନେ ପ୍ରକାଶ କରୁଥିବା ବେଳେ ଏନ ଏ ସି ରେ ନିଯୁକ୍ତ ଯନ୍ତ୍ରୀ ମାନେ କାମ ନ ଥାଇ ଚୁପ ବସି ରହୁଥିବା ଦେଖା ଯାଉଛି।

ଅନ୍ୟ ପକ୍ଷରେ ଏନଏସି ରେ ଏକ ଲକ୍ଷ ରୁ ଅଧିକ ଅଟକଳ ଥିବା କାର୍ଯ୍ୟ କୁ ଟେଣ୍ଡର ପ୍ରକ୍ରିୟା ରେ କାର୍ଯ୍ୟାଦେଶ ଦିଆ ଯାଉଥିବା ହେତୁ କିଛି ଲାଭ ଖୋର ବ୍ୟକ୍ତି ମାନେ ବ୍ଲକ ଯନ୍ତ୍ରୀ ମାନଙ୍କ ନାମରେ ଜୁନାଗଡ ବ୍ଲକ ତରଫରୁ କାର୍ଯ୍ୟାଦେଶ ହାତେଇ ନେଇ ସହରାଞ୍ଚଳ ରେ ମଧ୍ୟ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି। ଏହାରି ସୁଯୋଗରେ ଯନ୍ତ୍ରୀମାନେ ନିଜ ନାମରେ କାର୍ଯ୍ୟାଦେଶ ଥିବା ହେତୁ ସପୃକ୍ତ ଲାଭଖୋର ବ୍ୟକ୍ତି ମାନଙ୍କୁ ଢାଲ କରି ଅଳ୍ପ ରୋଟି ପକାଇ ଦେଇ ଲାଭବାନ ହେଉଥିବା ଅଭିଯୋଗ ହେଉଛି। ଡବ୍ଲୁଓଡିସି ହେଉ କି ବିଜୁକେବିକେ ହେଉ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ପାଣ୍ଠି ମଞ୍ଜୁର କରାଯିବା ସମୟରେ ସହରାଞ୍ଚଳ କି ଗ୍ରାମାଞ୍ଚଳ ସେଥିପ୍ରତି ଦୃଷ୍ଟି ଦିଆ ଗଲେ ଏଭଳି ସମସ୍ୟାକୁ ଏଡାଇ ଦିଆ ଯାଇ ପାରିବ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି। ଏହା ଛଡା ସହରାଞ୍ଚଳରେ ଏନ ଏ ସି କାର୍ଯ୍ୟ କରୁଥିବା ବେଳେ ବ୍ଲକ ଯନ୍ତ୍ରୀ ମାନଙ୍କ ଲାଭ ଖୋର ମନୋବୃତି ସହିତ ଏଭଳି ଜବର ଦଖଲ କୁ ବୁଦ୍ଧିଜୀବି ମହଲରେ ନାପସନ୍ଦ କରାଯାଇଛି।

ଜବର ଦଖଲ
Share. Facebook Twitter LinkedIn Email WhatsApp Copy Link

Related Posts

ସାମ୍ବାଦିକଙ୍କ ପାଇଁ ଖୁସି ଖବର: ଖୋଲିଲା ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ପୋର୍ଟାଲ୍

November 10, 2026

ମଧୁବାବୁ ପେନସନ୍ ଯୋଜନାରେ ୫ ଲକ୍ଷରୁ ଅଧିକ ନୂଆ ହିତାଧିକାରୀ: ଭତ୍ତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

November 10, 2026

ଇତିହାସ ରଚିଲା ‘ରାମାୟଣ’: ୟୁକେ-ଆୟାରଲ୍ୟାଣ୍ଡ ବକ୍ସ ଅଫିସରେ ନମ୍ବର ୱାନ୍

November 10, 2026

୫୦୦ ଟଙ୍କିଆ ନୋଟ୍ ବନ୍ଦ ପାଇଁ ଚନ୍ଦ୍ରବାବୁ ନାଇଡ଼ୁଙ୍କ ପୁନର୍ବାର ଦାବି

November 10, 2026
Latest News

ସାମ୍ବାଦିକଙ୍କ ପାଇଁ ଖୁସି ଖବର: ଖୋଲିଲା ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ପୋର୍ଟାଲ୍

November 10, 2026

ମଧୁବାବୁ ପେନସନ୍ ଯୋଜନାରେ ୫ ଲକ୍ଷରୁ ଅଧିକ ନୂଆ ହିତାଧିକାରୀ: ଭତ୍ତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

November 10, 2026

ଇତିହାସ ରଚିଲା ‘ରାମାୟଣ’: ୟୁକେ-ଆୟାରଲ୍ୟାଣ୍ଡ ବକ୍ସ ଅଫିସରେ ନମ୍ବର ୱାନ୍

November 10, 2026

୫୦୦ ଟଙ୍କିଆ ନୋଟ୍ ବନ୍ଦ ପାଇଁ ଚନ୍ଦ୍ରବାବୁ ନାଇଡ଼ୁଙ୍କ ପୁନର୍ବାର ଦାବି

November 10, 2026

୭ ହଜାର ଲାଞ୍ଚ ନେଇ ଚାକିରିରୁ ବରଖାସ୍ତ ହେଲେ ORS ଅଧିକାରୀ ମନୀଷା ମିଶ୍ର

November 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.