Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ଇଣ୍ଡିଆ ମେଣ୍ଟର ସ୍ଥିତି ମଜବୁତ ନୁହେଁ’: ବିରୋଧୀ ଏକତା ଉପରେ ଓମାର ଅବଦୁଲ୍ଲାଙ୍କ ବଡ ବିବୃତ୍ତି
ଆଜିର ଖବର

‘ଇଣ୍ଡିଆ ମେଣ୍ଟର ସ୍ଥିତି ମଜବୁତ ନୁହେଁ’: ବିରୋଧୀ ଏକତା ଉପରେ ଓମାର ଅବଦୁଲ୍ଲାଙ୍କ ବଡ ବିବୃତ୍ତି

October 30, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ବିଷୟରେ ଏନସି ଉପସଭାପତି ତଥା ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କହିଛନ୍ତି ଯେ, ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ଲଢେଇ ଯେପରି ହୋଇଛି ତାହା ଦୁର୍ଭାଗ୍ୟଜନକ। ମେଣ୍ଟ ପାଇଁ ଏହା ଭଲ ନୁହେଁ।

ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ ସେ କହିଛନ୍ତି ଯେ, “ଦୁର୍ଭାଗ୍ୟଜନକ ଯେ ବିରୋଧୀ ଦଳର ମେଣ୍ଟର ସ୍ଥିତି ବର୍ତ୍ତମାନ ମଜବୁତ ନୁହେଁ। କିଛି ଆଭ୍ୟନ୍ତରୀଣ ଝଗଡା ଦେଖାଯାଉଛି। ଏହି ଝଗଡା ବିଶେଷ କରି ୪ ରୁ ୫ ରାଜ୍ୟରେ ହେବା ଉଚିତ ନୁହେଁ, ଯେଉଁଠାରେ ନିର୍ବାଚନ ଚାଲିଛି।”

‘ବିଧାନସଭା ନିର୍ବାଚନ ପରେ ସାକ୍ଷାତ’:

ଏନସି ନେତା କହିଛନ୍ତି ଯେ, “ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ଯେଉଁଭଳି ଭାବେ ଲଢେଇ ହୋଇଥିଲା ଏବଂ ଉଭୟ କହିଥିଲେ ଯେ, ସେମାନେ ୟୁପିର ସମସ୍ତ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ, ଏହା ଇଣ୍ଡିଆ ସହଯୋଗୀ ଦଳ ପାଇଁ ଭଲ କଥା ନୁହେଁ। ନିର୍ବାଚନ ପରେ ଆମେ ପୁଣି ଥରେ ଭେଟିବୁ ଏବଂ ଆମେ ଏକାଠି ବସି ଭଲ କାମ କରିବାକୁ ଚେଷ୍ଟା କରିବୁ।

କଂଗ୍ରେସ ଏବଂ ଏସପି ମଧ୍ୟରେ ଶବ୍ଦର ଯୁଦ୍ଧ:

ନିକଟରେ ମଧ୍ୟପ୍ରଦେଶରେ ଆସନ ବାଣ୍ଟିବା ନେଇ କଂଗ୍ରେସ ଓ ଏସପି ମୁହାଁମୁହିଁ ହୋଇଥିଲେ ଏବଂ ଦୁଇ ଦଳ ମଧ୍ୟରେ ଶବ୍ଦ ଯୁଦ୍ଧ ଆରମ୍ଭ ହୋଇଥିଲା। ଏହି କାରଣରୁ, ଅଖିଳେଶ ଯାଦବଙ୍କ ନେତୃତ୍ୱାଧୀନ ସମାଜବାଦୀ ପାର୍ଟି ୨୦୨୩ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମୋଟ ୪୫ ଜଣ ପ୍ରାର୍ଥୀ ଦେଇଛନ୍ତି।

ଏଥି ସହିତ ଆମ୍ ଆଦମୀ ପାର୍ଟି ମଧ୍ୟ ନିଜ ପ୍ରାର୍ଥୀଙ୍କୁ ରାଜସ୍ଥାନରେ ପ୍ରତିଦ୍ୱନ୍ଦିତା କରିବାକୁ ନିଷ୍ପତ୍ତି ନେଇଛି। ଶନିବାର ଦିନ ରାଜସ୍ଥାନ ବିଧାନସଭା ପାଇଁ ଦଳ ଦ୍ୱିତୀୟ ତାଲିକା ପ୍ରକାଶ କରିଛି। ପୂର୍ବରୁ ଦଳ ୨୩ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି।

ଇଣ୍ଡିଆ ମେଣ୍ଟ ଓମାର ଅବଦୁଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ

June 2, 2026

ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ୫ ନୂତନ ବିଚାରପତି

June 2, 2026

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଆସିବେ ପ୍ରଧାନମନ୍ତ୍ରୀ

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026
Latest News

ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ

June 2, 2026

ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ୫ ନୂତନ ବିଚାରପତି

June 2, 2026

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଆସିବେ ପ୍ରଧାନମନ୍ତ୍ରୀ

June 2, 2026

ରକ୍ଷକ ନା ଭକ୍ଷକ? ଓଡ଼ିଶା ପୋଲିସକୁ ନେଇ ବଢ଼ୁଛି ପ୍ରଶ୍ନ ?

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.