
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ତାରକା କ୍ରିକେଟର ଶୁବମାନ ଗିଲ ତାଙ୍କ ବୃତ୍ତିଗତ ତଥା ବ୍ୟକ୍ତିଗତ ଜୀବନ ପାଇଁ ଆଜିକାଲି ହେଡଲାଇନରେ ଅଛନ୍ତି। ତାଙ୍କ ନାମ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କ ସହ ଯୋଡି ହୋଇଛି। ଯଦିଓ ଉଭୟ ଆନୁଷ୍ଠାନିକ ଭାବରେ ଏହି ସମ୍ପର୍କକୁ ଗ୍ରହଣ କରିନାହାଁନ୍ତି। ବର୍ତ୍ତମାନ ଏହି ଦୁହିଁଙ୍କର ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଉଭୟ ଏକାଠି ନଜର ଆସିଛନ୍ତି। ପ୍ରଶଂସକମାନେ ବର୍ତ୍ତମାନ ନିଶ୍ଚିତ ଯେ, ଉଭୟ ପରସ୍ପରକୁ ଡେଟ୍ କରୁଛନ୍ତି। ଏହାପୂର୍ବରୁ ସାରା ମଧ୍ୟ ଶୁଭମନଙ୍କୁ ଉତ୍ସାହିତ କରିବା ପାଇଁ ଷ୍ଟାଡିୟମକୁ ଆସିଥିଲେ।
ବାସ୍ତବରେ ମଙ୍ଗଳବାର ରାତିରେ ମୁମ୍ବାଇରେ ବିଳାସପୂର୍ଣ୍ଣ ମଲ୍ ‘ଜିଓ ୱାର୍ଲ୍ଡ ପ୍ଲାଜା’ ଲଞ୍ଚ କରାଯାଇଥିଲା। ଏହି ଅବସରରେ ବହୁ ବଡ ବ୍ୟକ୍ତିତ୍ୱ ସେଠାରେ ପହଞ୍ଚିଥିଲେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ସାରା ଏବଂ ଶୁଭମାନ ଏକାଠି ନଜର ଆସିଛନ୍ତି। ଭିଡିଓରେ ସାରା ଏବଂ ଶୁବମାନ ‘ଜିଓ ୱାର୍ଲ୍ଡ ପ୍ଲାଜା’ରେ ଇଭେଣ୍ଟରୁ ବାହାରକୁ ଆସୁଥିବା ନଜର ଆସିଛନ୍ତି। କିନ୍ତୁ କ୍ୟାମେରାମ୍ୟାନଙ୍କ ଆଖି ପଡ଼ିବା ମାତ୍ରେ ଶୁଭମାନ ସେଠାରେ ଅଟକି ଯାଆନ୍ତି। ଏହା ପରେ ଉଭୟ ଅଲଗା ଭାବରେ ବାହାରକୁ ଯାଆନ୍ତି। ଏହାପୂର୍ବରୁ ସାରା ଏବଂ ଶୁଭମାନଙ୍କ ନାମ ଅନେକ ଥର ପରସ୍ପର ସହ ଯୋଡି ହୋଇ ରହିଥିଲା। ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ ମଧ୍ୟ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି।