
ଦିଲ୍ଲୀ: ୨୦୨୩ ଅକ୍ଟୋବର ମାସରେ ମୋଟ ଜିଏସ୍ଟି ରାଜସ୍ୱ ଆଦାୟ ୧,୭୨,୦୦୩ କୋଟି ଟଙ୍କା ରହିଛି, ସେଥି ମଧ୍ୟରୁ ୩୦,୦୬୨ କୋଟି ଟଙ୍କା ସିଜିଏସ୍ଟି, ୩୮,୧୭୧ କୋଟି ଟଙ୍କା ଏସ୍ଜିଏସ୍ଟି, ୯୧,୩୧୫ କୋଟି ଟଙ୍କା (ସାମଗ୍ରୀ ଆମଦାନୀ ଉପରେ ଆଦାୟ ହୋଇଥିବା ୪୨,୧୨୭ କୋଟି ଟଙ୍କାକୁ ଅନ୍ତର୍ଭୁକ୍ତ କରି) ହେଉଛି ଆଇଜିଏସ୍ଟି ଏବଂ ୧୨,୪୫୬ କୋଟି ଟଙ୍କା (ସାମଗ୍ରୀ ଆମଦାନୀ ଉପରେ ଆଦାୟ ହୋଇଥିବା ୧,୨୯୪ କୋଟି ଟଙ୍କାକୁ ଅନ୍ତର୍ଭୁକ୍ତ କରି) ହେଉଛି ସେସ୍।
ଆଇଜିଏସ୍ଟିରୁ ସରକାର ସିଜିଏସ୍ଟିକୁ ୪୨,୮୭୩ କୋଟି ଟଙ୍କା ଏବଂ ଏସ୍ଜିଏସ୍ଟିକୁ ୩୬,୬୧୪ କୋଟି ଟଙ୍କା ପ୍ରଦାନ କରିଛନ୍ତି। ନିୟମିତ ବନ୍ଦୋବସ୍ତ ପରେ ୨୦୨୩ ଅକ୍ଟୋବର ମାସରେ କେନ୍ଦ୍ର ଓ ରାଜ୍ୟର ମୋଟ ରାଜସ୍ୱ ସିଜିଏସ୍ଟି ପାଇଁ ୭୨,୯୩୪ କୋଟି ଟଙ୍କା ଏବଂ ଏସ୍ଜିଏସ୍ଟି ପାଇଁ ୭୪,୭୮୫ କୋଟି ଟଙ୍କା ରହିଛି।
୨୦୨୩ ଅକ୍ଟୋବର ମାସର ମୋଟ ଜିଏସ୍ଟି ରାଜସ୍ୱ ଗତ ବର୍ଷ ସମାନ ମାସ ତୁଳନାରେ ୧୩% ଅଧିକ ଅଟେ। ଏହି ମାସରେ ଘରୋଇ କାରବାର (ସେବା ଆମଦାନୀକୁ ଅନ୍ତର୍ଭୁକ୍ତ କରି) ରୁ ସଂଗୃହୀତ ରାଜସ୍ୱ ମଧ୍ୟ ଗତ ବର୍ଷ ସମାନ ମାସରେ ଏହି ଉତ୍ସରୁ ସଂଗ୍ରହ ହୋଇଥିବା ରାଜସ୍ୱ ତୁଳନାରେ ୧୩% ଅଧିକ ରହିଛି। ୨୦୨୩ – ୨୪ ଆର୍ଥିକ ବର୍ଷରେ ହାରାହାରି ମୋଟ ମାସିକ ଜିଏସ୍ଟି ସଂଗ୍ରହ ବର୍ତ୍ତମାନ ୧.୬୬ ଲକ୍ଷ କୋଟି ଟଙ୍କା ରହିଛି ଏବଂ ପୂର୍ବ ଆର୍ଥିକ ବର୍ଷର ସମାନ ସମୟ ତୁଳନାରେ ଏହା ୧୧% ଅଧିକ।