ଟ୍ରକ୍ ଧକ୍କାରେ ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ

Published: Nov 2, 2023, 12:03 pm IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଜାତୀୟ ରାଜପଥ ୫୯ ହିଞ୍ଜିଳି ଥାନା ଅନ୍ତର୍ଗତ ଚୈତନ୍ୟପଡା ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ନୀଳକଣ୍ଠ ତ୍ରିପାଠୀ ବୋଲି ଜଣାପଡିଛି। ତାଙ୍କ ଘର ବଡଗଡ ଥାନା ଅନ୍ତର୍ଗତ କେନ୍ଦୁଆପଲୀ ଓ ସେ ବ୍ରହ୍ମପୁରରୁ କାମ ସାରି ନିଜ ମୋଟରସାଇକେଲ (ଓ ଆର୍୦୭ ଏଲ୍୪୩୯୩) ଯୋଗେ ନିଜ ଗ୍ରାମକୁ ଫେରୁଥିଲେ।

ସେହି ସମୟରେ ଉକ୍ତ ଛକରେ ଏକ ବଡ଼ ଟ୍ରକ୍ (ଓ ଆର୍୦୨ ବିକେ ୫୭୬୩) ପଛପଟୁ ଧକ୍କା ଦେବା ଫଳରେ ନୀଳକଣ୍ଠ ଓ ତାଙ୍କର ମୋଟରସାଇକେଲ ଟ୍ରକ୍ ଚକ୍କା ତଳେ ଚାପି ହୋଇ ଯାଇଥିଲା। ଘଟଣାସ୍ଥଳରେ ହିଁ ନୀଳକଣ୍ଠଙ୍କ ମୃତ୍ୟୁ ଘଟିଥିଲା।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଉଭୟ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି କେଶ୍ ନଂ ୮୩୧/୨୩ ଅନୁଯାୟୀ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Related posts