Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାତୀୟ ହେମାଟୋଲୋଜି ସମ୍ମିଳନୀ ସମ୍ ହସ୍ପିଟାଲରେ ୪ଟି ପ୍ରାକ୍‌-ସମ୍ମିଳନୀ କର୍ମଶାଳା ଆୟୋଜିତ
ଆଜିର ଖବର

ଜାତୀୟ ହେମାଟୋଲୋଜି ସମ୍ମିଳନୀ ସମ୍ ହସ୍ପିଟାଲରେ ୪ଟି ପ୍ରାକ୍‌-ସମ୍ମିଳନୀ କର୍ମଶାଳା ଆୟୋଜିତ

November 4, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭୁବନେଶ୍ୱରରେ ଆୟୋଜିତ ହେଉଥିବା ୪ ଦିନିଆ ଇଣ୍ଡିଆନ୍ ସୋସାଇଟି ଅଫ୍‌
ହେମାଟୋଲୋଜି ଆଣ୍ଡ ବ୍ଲଡ ଟ୍ରାନ୍ସଫ୍ୟୁଜନ୍‌ର ୬୪ତମ ବାର୍ଷିକ ସମ୍ମିଳନୀ ପରିପ୍ରେକ୍ଷୀରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍‌ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଗତ ଗୁରୁବାର ୪ଟି ପ୍ରାକ୍‌-ସ୧ିଳନୀ କର୍ମଶାଳା ଆୟୋଜିତ ହୋଇଯାଇଛି।

ଏହି ପ୍ରାକ୍‌-ସମ୍ମିଳନୀ ଅଧିବେଶନଗୁଡ଼ିକରେ ‘ଅଟୋମେସନ୍ ଇନ୍ ସିବିସି ଆଣ୍ଡ କ୍ୱାଲିଟି କଂଟ୍ରୋଲ୍‌’, ‘ମାଇଲୋମା ୱାର୍କ-ଅପ୍ ଫ୍ରମ୍ ଡାଏଗ୍ନୋସିସ୍ ଟୁ ପ୍ରୋଗ୍ନୋସିସ୍‌’, ‘ପ୍ଲେଟଲେଟ୍ ଫଙ୍କସନ୍ ଆସେ- ଟେକ୍ନିକ୍ସ ଆଣ୍ଡ ଇନ୍‌ଟରପି ୍ରଟେସନ୍ସ’ ଏବଂ ‘ନେକ୍ସଟ ଜେନେରେସନ୍ ସିକ୍ୱେନ୍ସିଂ ଇନ୍ ହେମାଟୋପାଥୋଲୋଜି’ ବିଷୟବସ୍ତୁକୁ ନେଇ ଆଲୋଚନା କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ ଚିକିତ୍ସା ବିଜ୍ଞାନକୁ ନେଇ ବିଶ୍ୱବିଦ୍ୟାଳୟ ସ୍ତରରେ ନିୟମିତ ଆଲୋଚନାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍  ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଆଡିସ୍‌ନାଲ ଡିନ୍ ପ୍ରଫେସର (ଡାକ୍ତର) ଅଜୟ କୁମାର ଜେନା ଓ କ୍ଲିନିକାଲ୍‌ ହେମାଟୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ପ୍ରୀତିଶ ପାତ୍ର ବକ୍ତବ୍ୟ ରଖିଥିଲେ।

ପ୍ରଫେସର ସାମନ୍ତସିଂହାର ଓ ପ୍ରଫେସର ଜେନା ହେମାଟୋଲୋଜି ଓ ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଂଟେସନ୍‌ର ଭୂମିକା ଓ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଏ ଦିଗରେ କିଭଳି କାର୍ଯ୍ୟ କରାଯାଉଛି ସେ ନେଇ ବିସ୍ତୃତ ଭାବେ ତଥ୍ୟ ରଖିଥିଲେ।

ଅଲ୍ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ (ଏମ୍ସ), ନୂଆଦିଲ୍ଲୀ, ପୋଷ୍ଟ ଗ୍ରାଜୁଏଟ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ମେଡିକାଲ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ପିଜିଆଇଏମ୍‌ଇଆର୍‌), ଚଣ୍ଡିଗଡ଼, ଟାଟା ମେମୋରିଆଲ୍ ହସ୍ପିଟାଲ୍‌, ମୁ୍‌ମ୍ବାଇ, ବିଏଲ୍‌କେ ମ୍ୟାକ୍ସ ସୁପର ସ୍ପେଶିଆଲିଟି ହସ୍ପିଟାଲ୍‌, ନୁଆଦିଲ୍ଲୀ, ଖ୍ରୀଷ୍ଟିଆନ୍ ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲ୍‌ (ସିଏମ୍‌ସି), ଭେଲୋର ଓ ଅନ୍ୟ ଅନୁଷ୍ଠାନ ଗୁଡ଼ିକର ବିଶେଷଜ୍ଞମାନେ ବିଭିନ୍ନ ସେସନ୍‌ଗୁଡ଼ିକରେ ବକ୍ତବ୍ୟ ରଖିଥିଲେ।

ଏହି କାର୍ଯ୍ୟକ୍ରମକୁ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଲ୍ୟାବ୍ ହେମାଟୋଲୋଜି ବିଭାଗର ପ୍ରଫେସର (ଡାକ୍ତର) ରାଜେଶ କୁମାର ଭୋଳ, ପ୍ରଫେସର (ଡାକ୍ତର) ସମନ୍ୱୟ ଗୋଚ୍ଛାୟତ, ଡାକ୍ତର ରିପୁଞ୍ଜୟ ମହାନ୍ତି, ଡାକ୍ତର ସରିତା ପ୍ରଧାନ, ଡାକ୍ତର ରାକା ହୋତା, ଡାକ୍ତର ଗାୟତ୍ରୀ ବେହେରା ଓ ଡାକ୍ତର ଶିଭାଙ୍ଗୀ ହାରାଣ୍ଡଖେଦକର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି କର୍ମଶାଳାରେ ସାରା ଦେଶରୁ ପ୍ରାୟ ୧୦୦ ଜଣ ପ୍ରତିନିଧି ଯୋଗ ଦେଇଥିଲେ।

ସମ୍‌ ହସ୍ପିଟାଲ
Share. Facebook Twitter LinkedIn Email WhatsApp Copy Link

Related Posts

କାର ଛାଡ଼ି ବାଇକରେ ବୁଲିଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ

September 18, 2026

ଆଗାମୀ ନିର୍ବାଚନ ପାଇଁ ୱାର୍ଡ ସୀମା ଓ ଆସନ ସଂରକ୍ଷଣ ନିମନ୍ତେ ସଂଶୋଧିତ କାର୍ଯ୍ୟସୂଚୀ ଜାରି

September 18, 2026

ଗଞ୍ଜାମରେ CSR ରାଶିର ସୁବ୍ୟବହାର ପାଇଁ ବ୍ରହ୍ମପୁର ସାଂସଦଙ୍କ ପ୍ରସ୍ତାବ

September 18, 2026

ଦକ୍ଷତା ବିକାଶର ମଡେଲ ଭାବେ ‘ବିଶ୍ୱ ଦକ୍ଷତା କେନ୍ଦ୍ର’କୁ ନୀତି ଆୟୋଗର ପ୍ରଶଂସା

September 18, 2026
Latest News

କାର ଛାଡ଼ି ବାଇକରେ ବୁଲିଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ

September 18, 2026

ଖେଳ କରିଦେଲେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ: ନାମାଙ୍କନ ପ୍ରତ୍ୟାହାର କଲେ ମମତା ବାନାର୍ଜୀଙ୍କ ନନ୍ଦିଗ୍ରାମ ପ୍ରାର୍ଥୀ

September 18, 2026

ଆଗାମୀ ନିର୍ବାଚନ ପାଇଁ ୱାର୍ଡ ସୀମା ଓ ଆସନ ସଂରକ୍ଷଣ ନିମନ୍ତେ ସଂଶୋଧିତ କାର୍ଯ୍ୟସୂଚୀ ଜାରି

September 18, 2026

ଗଞ୍ଜାମରେ CSR ରାଶିର ସୁବ୍ୟବହାର ପାଇଁ ବ୍ରହ୍ମପୁର ସାଂସଦଙ୍କ ପ୍ରସ୍ତାବ

September 18, 2026

ଦକ୍ଷତା ବିକାଶର ମଡେଲ ଭାବେ ‘ବିଶ୍ୱ ଦକ୍ଷତା କେନ୍ଦ୍ର’କୁ ନୀତି ଆୟୋଗର ପ୍ରଶଂସା

September 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.