Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହୁଆ ମୋଇତ୍ରା ମାମଲା-୭ ନୁହେଁ, ନଭେମ୍ବର ୯ରେ ବସିବ ଲୋକସଭା ନୈତିକତା କମିଟି ବୈଠକ
ଆଜିର ଖବର

ମହୁଆ ମୋଇତ୍ରା ମାମଲା-୭ ନୁହେଁ, ନଭେମ୍ବର ୯ରେ ବସିବ ଲୋକସଭା ନୈତିକତା କମିଟି ବୈଠକ

November 6, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମହୁଆ ମୋଇତ୍ରା 
"RSS କୁ ସମସ୍ତ ପାଣ୍ଠି ଯିବା ପାଇଁ ବ୍ୟବସ୍ଥା": FCRA ବିଲ୍ କୁ ତାଚ୍ଛଲ୍ୟ କଲେ ମହୁଆ ମୋଇତ୍ରା 

ନୂଆଦିଲ୍ଲୀ: ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ଆସିଥିବା ‘କ୍ୟାସ୍ ଫର୍ କ୍ୱେରି’ ଅଭିଯୋଗର ତଦନ୍ତ ପାଇଁ ନଭେମ୍ବର ୯ (ଗୁରୁବାର) ଲୋକସଭା ନୈତିକତା କମିଟିର ଏକ ବୈଠକ ଡକାଯାଇଛି। ସୂଚନାଯୋଗ୍ୟ, ପୂର୍ବରୁ ଏହି ବୈଠକ ଆସନ୍ତାକାଲି (ମଙ୍ଗଳବାର) ହେବାର ଥିଲା।

ବିଜେପି ନେତା ବିନୋଦ କୁମାର ସୋନକରଙ୍କ ଅଧ୍ୟକ୍ଷତାରେ ଗଠିତ ଲୋକସଭାର ନୈତିକତା କମିଟି ଏହାର ତଦନ୍ତ ଶେଷ କରିଛି। ମିଳିଥିବା ସୂଚନା ଅନୁଯାୟୀ, ତଦନ୍ତ କମିଟି ମୋଇତ୍ରାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିପାରେ। ସମ୍ଭବତଃ ମହୁଆ ମୋଇତ୍ରାଙ୍କ ସଂସଦ ସଦସ୍ୟତା ମଧ୍ୟ ରଦ୍ଦ ହୋଇପାରେ।

ସମ୍ପୂର୍ଣ୍ଣ ଘଟଣାଟି ଏପରି

ବିଜେପି ସାଂସଦ ନିଶିକାନ୍ତ ଦୁବେ ଅଭିଯୋଗ କରିଛନ୍ତି ଯେ ମହୁଆ ମୋଇତ୍ରା ଲାଞ୍ଚ ବଦଳରେ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ନିର୍ଦ୍ଦେଶରେ ଆଦାନୀ ଗ୍ରୁପକୁ ଟାର୍ଗେଟ କରି ଲୋକସଭାରେ ପ୍ରଶ୍ନ ପଚାରିଥିଲେ। ସେ ଅଭିଯୋଗ କରିଛନ୍ତି ଯେ ମହୁଆ ତାଙ୍କ ଲୋକସଭା ମେଲ୍ ଆଇଡିର ଲଗଇନ୍ ହିରାନନ୍ଦାନୀଙ୍କୁ ଦେଇଥିଲେ ଏବଂ ସେ ଏହାକୁ ବିଭିନ୍ନ ସ୍ଥାନରୁ ପ୍ରଶ୍ନ ଅପଲୋଡ଼ କରୁଥିଲେ। ଅନ୍ୟପକ୍ଷରେ ମହୁଆ ମଧ୍ୟ ସ୍ୱୀକାର କରିଛନ୍ତି ଯେ ହିରାନନ୍ଦାନୀ ତାଙ୍କ ଲଗଇନ୍ ବ୍ୟବହାର କରିଥିଲେ, କିନ୍ତୁ ଟିଏମସି ସାଂସଦ କହିଛନ୍ତି ଯେ ଲାଞ୍ଚ ପାଇବା ପାଇଁ କିମ୍ବା କୌଣସି ଉପହାର ପାଇବା ପାଇଁ ସେ ଏପରି କରିନଥିଲେ।

ମୋଇତ୍ରା ତଦନ୍ତ ଅଧାରୁ ଛାଡ଼ି ଚାଲିଗଲେ

‘କ୍ୟାସ୍ ଫର୍ କ୍ୱେରି’ ମାମଲାରେ ଗୁରୁବାର (ନଭେମ୍ବର ୨) ସଂସଦର ନୈତିକତା କମିଟି ସମ୍ମୁଖରେ ହାଜର ହୋଇଥିଲେ ମହୁଆ ମୋଇତ୍ରା । ତେବେ ସେ ତଦନ୍ତକୁ ଅଧାବାଟରେ ଛାଡ଼ି ଚାଲିଯାଇଥିଲେ। ବୈଠକରେ ନୈତିକତା କମିଟି ପକ୍ଷରୁ ତାଙ୍କୁ ଆପତ୍ତିଜନକ ଓ ବ୍ୟକ୍ତିଗତ ପ୍ରଶ୍ନ ପଚରାଯାଇଥିଲା ବୋଲି ସେ ପରେ ଅଭିଯୋଗ କରିଛନ୍ତି।

ମୋଇତ୍ରା ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖି କହିଛନ୍ତି ଯେ ବୈଠକରେ ତାଙ୍କୁ ‘ନଗ୍ନ’ କରାଯାଇଛି। ନୈତିକତା କମିଟି ବ୍ୟକ୍ତିଗତ ଓ ଅନୈତିକ ପ୍ରଶ୍ନ ପଚାରିଥିବା ସେ ଅଭିଯୋଗ କରିଛନ୍ତି।

ମୋଇତ୍ରାଙ୍କ ଅଭିଯୋଗକୁ ଖଣ୍ଡନ କଲେ ସୋନକର

ନୈତିକତା କମିଟିରେ ୧୫ ଜଣ ସଦସ୍ୟ ଅଛନ୍ତି, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ବିଜେପିର। ବିଶେଷ କରି ଗତ ବୈଠକରେ ସୋନକର ତାଙ୍କୁ ଅଯଥା ଓ ବ୍ୟକ୍ତିଗତ ପ୍ରଶ୍ନ ପଚାରିଥିବା ଅଭିଯୋଗ କରିବା ପରେ କମିଟି ମୋଇତ୍ରାଙ୍କ ଆଚରଣକୁ ଗମ୍ଭୀରତାର ସହ ନେବାର ସମ୍ଭାବନା ରହିଛି।

ସୋନକର ମୋଇତ୍ରାଙ୍କ ଅଭିଯୋଗକୁ ଖଣ୍ଡନ କରିଥିଲେ। କମିଟିରେ ଥିବା ବିରୋଧୀ ଦଳର ସଦସ୍ୟମାନେ ମୋଇତ୍ରାଙ୍କ ଆଭିମୁଖ୍ୟକୁ ସମର୍ଥନ କରିଥିଲେ ଏବଂ ହଙ୍ଗାମା ପରେ ନଭେମ୍ବର ୨ ବୈଠକରୁ ଓହରି ଯାଇଥିଲେ।

କ୍ୟାସ୍ ଫର୍ କ୍ୱେରି ଟିଏମସି ସାଂସଦ ନୈତିକତା କମିଟି ମହୁଆ ମୋଇତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱକପରେ ଭାରତର ବୃହତ ବିଜୟ: ପୁଣି ପାକିସ୍ତାନକୁ ଚଟାଇଲା ଧୂଳି

August 19, 2026

ଜମି ବିବାଦରୁ କାକାଙ୍କୁ ହତ୍ୟା ଅଭିଯୋଗ: ଦୁଇ ଅଭିଯୁକ୍ତ ଗିରଫ

August 19, 2026

ଅନଲାଇନ୍ ଚାଳକଙ୍କ ବିଶୃଙ୍ଖଳା ଘଟଣା: ୪୦୦ ଗାଡ଼ିର ପରମିଟ୍ ବାତିଲ ପାଇଁ ପ୍ରକ୍ରିୟା ଆରମ୍ଭ

August 19, 2026

ଘୋଷଣା ହେଲା ୪୭ତମ ଶାରଳା ପୁରସ୍କାର: ‘ବିଶ୍ବାସ ଦେ ପୃଥିବୀ’ ପାଇଁ ସମ୍ମାନିତ ହେବେ ଡ. ଆଶୁତୋଷ ପରିଡ଼ା

August 19, 2026
Latest News

ବିଶ୍ୱକପରେ ଭାରତର ବୃହତ ବିଜୟ: ପୁଣି ପାକିସ୍ତାନକୁ ଚଟାଇଲା ଧୂଳି

August 19, 2026

ଜମି ବିବାଦରୁ କାକାଙ୍କୁ ହତ୍ୟା ଅଭିଯୋଗ: ଦୁଇ ଅଭିଯୁକ୍ତ ଗିରଫ

August 19, 2026

ଅନଲାଇନ୍ ଚାଳକଙ୍କ ବିଶୃଙ୍ଖଳା ଘଟଣା: ୪୦୦ ଗାଡ଼ିର ପରମିଟ୍ ବାତିଲ ପାଇଁ ପ୍ରକ୍ରିୟା ଆରମ୍ଭ

August 19, 2026

ଘୋଷଣା ହେଲା ୪୭ତମ ଶାରଳା ପୁରସ୍କାର: ‘ବିଶ୍ବାସ ଦେ ପୃଥିବୀ’ ପାଇଁ ସମ୍ମାନିତ ହେବେ ଡ. ଆଶୁତୋଷ ପରିଡ଼ା

August 19, 2026

Online drivers protest: ମାଷ୍ଟରକ୍ୟାଣ୍ଟିନ୍‌ରେ ଅନ୍‌ଲାଇନ୍‌ ଚାଳକଙ୍କ ତାଣ୍ଡବ, ୧୫ରୁ ଅଧିକ ଗାଡ଼ି ଭଙ୍ଗାରୁଜା

August 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.