କଲମ୍ବିଆ ସହିତ ରହିଥିବା ଭେନେଜୁଏଲା ସୀମାକୁ ଆଂଶିକ ଭାବରେ ଖୋଲିଛି ଭେନେଜୁଏଲା । ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମଡୁରୋ ଶୁକ୍ରବାର କଲମ୍ବିଆ ସୀମାକୁ ଆଂଶିକ ଭାବରେ ଖୋଲିବାର ନିଷ୍ପତ୍ତି ନେଇଛନ୍ତି । ସାମରିକ ଅସ୍ଥିରତା ପାଇଁ ଗତ ଫେବୃୟାରୀ ମାସରେ ଏହି ସୀମାକୁ ବନ୍ଦ କରିବାର ନିଷ୍ପତ୍ତି ନେଇଥିଲେ ଭେନେଜୁଏଲା ସରକାର । ବିପକ୍ଷ ନେତା ଜୁଆନ୍ ଗୁଆଡିଓ ଆମେରିକାରୁ ସହାୟତା ଆଣିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିବା ପରେ ଏହି ରାସ୍ତା ଖୋଲାଯାଇଛି । ଗତ ମାସରେ ଭେନେଜୁଏଲା ସରକାର ବ୍ରାଜିଲ ଏବଂ ଅରୁବା ଦ୍ବୀପପୁଞ୍ଜ ସହିତ ଏହାର ସୀମାକୁ ଖୋଲିଥିଲା । ବ୍ରାଜିଲ ନିଜ ତରଫରୁ ସୀମାର ରାସ୍ତା ଖୋଲିଥିବା ବେଳେ ଅରୁବା ଦ୍ବୀପପୁଞ୍ଜ ପକ୍ଷରୁ ସୀମାକୁ ବନ୍ଦ ରଖାଯାଇଛି ।