ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖି ଶାନ୍ତିର ପ୍ରସ୍ତାବ ଦେଇଛନ୍ତି । କାଶ୍ମୀର ସମସ୍ୟା ସହିତ ସମସ୍ତ ମତଭେଦ ଦୂର କରିବା ପାଇଁ ଭାରତ ସହିତ କଥାବାର୍ତ୍ତା କରିବାକୁ ଇଚ୍ଛୁକ ରହିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ । ମୋଦିଙ୍କୁ ଜିତିବାର ଶୁଭେଚ୍ଛା ଜଣାଇବା ସହିତ ଏହି ପତ୍ରରେ ଦୁଇ ରାଷ୍ଟ୍ର ମଧ୍ୟରେ ଉତ୍ତମ ସଂପର୍କ ତଥା ଦୁଇ ରାଷ୍ଟ୍ରର ଏକତା ତଥା କ୍ଷତ୍ରୀୟ ବିକାଶ ପାଇଁ ମିଳିମିଶି କାର୍ଯ୍ୟ କରିବା ଜରୁରୀ ବୋଲି ଉଲ୍ଲେଖ ରହିଛି । ପୂର୍ବରୁ ଇମ୍ରାନ୍ ମଇ ୨୬ ତାରିଖରେ ମୋଦିଙ୍କୁ ନିର୍ବାଚନ ଜିତିବାର ଶୁଭେଚ୍ଛା ଜଣାଇବା ସହିତ ଦୁଇ ରାଷ୍ଟ୍ର ମଧ୍ୟରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ସ୍ଥାପନା ତଥା ହିଂସା ଓ ଆତଙ୍କବାଦ ମୁକ୍ତ କରିବା ପାଇଁ ଅପିଲ୍ କରିଥିଲେ । ସେହିପରି ପାକ୍ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେଶୀ ତାଙ୍କ ଭାରତୀୟ ପ୍ରତିପକ୍ଷ ଏସ. ଜୟଶଙ୍କରଙ୍କୁ ମଧ୍ୟ ଏକ ଚିଠି ଲେଖି ଶୁଭେଚ୍ଛା ଜଣାଇବା ସହିତ ସମସ୍ତ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ପାକିସ୍ତାନ ନୂଆଦିଲ୍ଲୀ ସହ ଆଲୋଚନା କରିବାକୁ ଚାହୁଁଥିବା କହିଛନ୍ତି। ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଲାଗି ଆବଶ୍ୟକ ପଦକ୍ଷେପ ନେବା ପାଇଁ ପାକିସ୍ତାନ ପ୍ରତିବଦ୍ଧ ବୋଲି କ୍ୟୁରେଶୀ ଚିଠିରେ ଦର୍ଶାଇଛନ୍ତି। ୨୦୧୬ ଜାନୁୟାରୀରେ ପଠାନକୋଟସ୍ଥିତ ବାୟୁସେନା ଘାଟିରେ ଆତଙ୍କବାଦୀ ଆକ୍ରମଣ ପରଠାରୁ ଉଭୟ ଦେଶ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ବନ୍ଦ ରହିଛି। ଗୁରୁବାର ଦିନ ଭାରତ ଏସ୍ସିଓ ଶିଖର ବୈଠକରେ ଇମ୍ରାନ୍ ଖାନ୍ ଓ ପିଏମ୍ ମୋଦିଙ୍କ ସହ କୌଣସି ଦ୍ବିପାକ୍ଷିକ ବୈଠକ ହେବ ନାହିଁ ବୋଲି ସୂଚନା ଦେଇଥିଲେ ।
ଭାରତ ସହ ଶାନ୍ତିର ପ୍ରସ୍ତାବ ପାଇଁ ଆଗ୍ରହୀ ପାକ୍ : ମୋଦିଙ୍କୁ ଚିଠି ଦେଲେ ଇମ୍ରାନ୍
Published:
Jun 8, 2019, 3:09 pm IST
Tags: