Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବଡ଼ଦିନ ପୂର୍ବରୁ ଏସ୍‌ଏଚ୍‌ଏମ୍‌ରେ କେକ୍ ମିକ୍ସିଙ୍ଗ୍ ଉତ୍ସବ
ଆଜିର ଖବର

ବଡ଼ଦିନ ପୂର୍ବରୁ ଏସ୍‌ଏଚ୍‌ଏମ୍‌ରେ କେକ୍ ମିକ୍ସିଙ୍ଗ୍ ଉତ୍ସବ

November 11, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବଡ଼ଦିନ ଆଉ ମାତ୍ର ଦେଢ଼ ମାସ ବାକି ଥିବା ବେଳେ ଏହି ଉତ୍ସବକୁ ଅଧିକ ଚଳଚଂଚଳ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟରେ ଶନିବାର ଦିନ ଏକ କେକ୍ ମିକ୍ସିଙ୍ଗ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ କେକ୍ ମିକ୍ସିଙ୍ଗ ଉତ୍ସବରେ ସାମିଲ ହେବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏଭଳି ଏକ ଆନନ୍ଦଦାୟକ କାର୍ଯ୍ୟକ୍ରମ ସକରାତ୍ମକ ମନୋଭାବ ସୃଷ୍ଟି କରିବ ବୋଲି କହିଥିଲେ।

ଦେଢ଼ ମାସ ପୂର୍ବରୁ ଏହି କେକ୍ ମିକ୍ସିଙ୍ଗ ପ୍ରସ୍ତୁତି ଆରମ୍ଭ ହେଉଥିବା ବେଳେ ବଡ଼ଦିନ ଅର୍ଥାତ ଡିସେମ୍ବର ୨୫ ତାରିଖର ଦୁଇ ଦିନ ପୂର୍ବରୁ କେକ୍ ପ୍ରସ୍ତୁତି ଆରମ୍ଭ କରାଯାଏ ଏବଂ ନିଜ ବନ୍ଧୁ, ପରିଜନ ଓ ପରିବାରବର୍ଗଙ୍କ ସହ ଅଂଶୀ କରାଯାଇଥାଏ ବୋଲି ଏସ୍‌ଏଚ୍‌ଏମ୍‌ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି କହିଛନ୍ତି। ବଡ଼ଦିନ ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନଙ୍କ ପର୍ବ ଏବଂ କେବଳ ଭାରତ ନୁହେଁ ସାରା ବିଶ୍ୱରେ ଏହି ପର୍ବ ପାଳନ କରାଯାଇଥାଏ। ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ମଧ୍ୟ ଭବିଷ୍ୟତରେ କିଭଳି ବଡ଼ଦିନ କେକ୍ ପ୍ରସ୍ତୁତ କରିବେ ସେ ନେଇ ନୂତନ ଶିକ୍ଷା ଗ୍ରହଣ କରିଥାନ୍ତି ବୋଲି ସେ କହିଥିଲେ।

୧୭୦୦ ଶତାବ୍ଦୀରେ ୟୁରୋପରେ ଏହି ପାରମ୍ପରିକ କେକ୍ ମିକ୍ସିଙ୍ଗ ପ୍ରସ୍ତୁତି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଏହାକୁ ଶୁଭ ସମୟ ଓ ଆନନ୍ଦର ବାର୍ତାବହ ବୋଲି କୁହାଯାଇଥାଏ। ଏହି ସମୟରେ ଅଧିକ ପରିମାଣର ଫଳ ଏବଂ ବାଦାମ ଜାତୀୟ ଫସଲ ଉତ୍ପାଦନ ହେଉଥିବାରୁ କେକ୍ ପ୍ରସ୍ତୁତ କରିବା ଖୁବ୍ ସହଜ ହୋଇଥାଏ।

ଏହି ପାରମ୍ପରିକ ବଡ଼ଦିନ କେକ୍ ବା ବଡ଼ଦିନ ପୁଡିଙ୍ଗ୍‌ରେ ଅନେକ ପରିମାଣର ଡ୍ରାଏ ଫ୍ରୁଟ, ଅଣ୍ଡା ଏବଂ ମଇଦା ପ୍ରୟୋଗ କରାଯାଇଥାଏ। ଅନେକ କେକ୍‌ରେ ଡ୍ରାଏ ଫ୍ରୁଟ୍‌, ଚେରି, ଫ୍ରୁଟି, କାନ୍‌ବେରୀ, ଖଜୁରୀ ଓ ବିଭିନ୍ନ ପାନୀୟ ବ୍ୟବହୃତ ହୋଇଥାଏ।

ଏହି କାର୍ଯ୍ୟକ୍ରମରେ ୟୁନିଭର୍ସିଟି ଆଉଟରିଚ୍ ପ୍ରୋଗ୍ରାମ୍‌ର ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ଓ ଏସ୍‌ଏଚ୍‌ଏମ୍‌ର ଫ୍ୟାକଲ୍ଟି, ଛାତ୍ରଛାତ୍ରୀ ଏବଂ ମେମ୍ବର୍ସମାନେ ଉପସ୍ଥିତ ଥିଲେ।

ବଡ଼ଦିନ ଶିକ୍ଷା ଓ ଅନୁସନ୍ଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ଏପିଇଡିଏ ସହଯୋଗରେ ଓଡ଼ିଶାରୁ ଅଷ୍ଟ୍ରିଆକୁ ପ୍ରଥମ ଥର ଶୁଖିଲା ଅଣ୍ଡା ଗୁଣ୍ଡ ରପ୍ତାନି

June 21, 2026

‘ପଶ୍ଚିମବଙ୍ଗ ଦିବସ’ ସମାରୋହରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

June 21, 2026

ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬: କୋଲକାତାରେ ଭବ୍ୟ ବିଶ୍ୱ ଯୋଗ ଦିବସ ଉତ୍ସବ

June 21, 2026

ମହିଳା ଏନଜିଓ କର୍ମୀଙ୍କୁ ଦୁର୍ବ୍ୟବହାର ଘଟଣା: ଏବେ ସୁଦ୍ଧା ୨୧ ଗିରଫ

June 21, 2026
Latest News

ଏପିଇଡିଏ ସହଯୋଗରେ ଓଡ଼ିଶାରୁ ଅଷ୍ଟ୍ରିଆକୁ ପ୍ରଥମ ଥର ଶୁଖିଲା ଅଣ୍ଡା ଗୁଣ୍ଡ ରପ୍ତାନି

June 21, 2026

NEET Re-Exam 2026: ଆଜି 22.79 ଲକ୍ଷ ଛାତ୍ରଛାତ୍ରୀ ଦେବେ ପରୀକ୍ଷା, ଜାଣନ୍ତୁ ସମସ୍ତ ବିବରଣୀ

June 21, 2026

‘ପଶ୍ଚିମବଙ୍ଗ ଦିବସ’ ସମାରୋହରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

June 21, 2026

ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬: କୋଲକାତାରେ ଭବ୍ୟ ବିଶ୍ୱ ଯୋଗ ଦିବସ ଉତ୍ସବ

June 21, 2026

ମହିଳା ଏନଜିଓ କର୍ମୀଙ୍କୁ ଦୁର୍ବ୍ୟବହାର ଘଟଣା: ଏବେ ସୁଦ୍ଧା ୨୧ ଗିରଫ

June 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.