Categories
ଆଜିର ଖବର ରାଜ୍ୟ ଖବର

ଡିଏଭି ପୋଖରୀପୁଟର ପୁରାତନ ବିଦ୍ୟାର୍ଥୀମାନଙ୍କର ୨୨ ତମ ବନ୍ଧୁମିଳନ

ଭୁବନେଶ୍ୱର: ଡିଏଭି ପୋଖରୀପୁଟର ପୁରାତନ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ଏକ ବନ୍ଧୁମିଳନ ଉତ୍ସବ ବଡ଼ଦିନ ଅବସରରେ ଆୟୋଜିତ ହୋଇଯାଇଛି। ପ୍ରତିବର୍ଷ ନିର୍ଦ୍ଧାରିତ ଏହି ଦିନରେ ବନ୍ଧୁମିଳନର ଆୟୋଜନ କରାଯାଇଥାଏ। ଏଥିରେ ବିଦ୍ୟାଳୟର ଅଧ୍ୟକ୍ଷ ତଥା ଏହି ପରିଷଦର ଶିକ୍ଷକ ସଭାପତି ବିପିନ କୁମାର ସାହୁ ଯୋଗଦାନ କରି ନିଜର ଅଭିଭାଷଣରେ ‘ପୁରାତନ ବିଦ୍ୟାର୍ଥୀମାନେ ବିଦ୍ୟାଳୟର ଗୌରବ, ସେମାନେ ସମାଜରେ ପ୍ରତିଷ୍ଠା ଲାଭ କଲେ ମାତା-ପିତା ତଥା ଶିକ୍ଷକ ଶିକ୍ଷୟିତ୍ରୀ ଆନନ୍ଦିତ ହେବେ’ ବୋଲି କହିଥିଲେ।

ଏହି ଅବସରରେ ପୁରାତନ ଛାତ୍ର ପରିଷଦର ଶିକ୍ଷକ ଉପସଭାପତି ଶିତିକଣ୍ଠ ପତି ବିଦ୍ୟାଳୟର ଗୌରବ ବୃଦ୍ଧିନିମନ୍ତେ ପୁରାତନ ଛାତ୍ରମାନେ ପ୍ରୟାସ କରିବା ଉଚିତ ବୋଲି କହିଥିଲେ। ପ୍ରାକ୍ତନ ସମାଜବିଜ୍ଞାନ ଶିକ୍ଷୟିତ୍ରୀ ମୃଣାଳିନୀ ଦାସ ପୁରାତନ ବିଦ୍ୟାର୍ଥୀମାନଙ୍କୁ ନିଜର ଦୀର୍ଘଦିନର ଶିକ୍ଷା ଅଭିଜ୍ଞତାରୁ କିଛି ଉପଦେଶାତ୍ମକ କଥା କହିବା ସହ ଦୁନିଆରେ ଭଲ ମଣିଷ ହେବାପାଇଁ ପରାମର୍ଶ ଦେଇଥିଲେ। ଏହି ପରିଷଦର ସଂଯୋଜିକା ଶିକ୍ଷୟିତ୍ରୀ ଜ୍ୟୋସ୍ନା ମଙ୍ଗରାଜ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଏଥିରେ ଶିକ୍ଷକ କୋଷାଧ୍ୟକ୍ଷ ସୁଶାନ୍ତ କୁମାର ସାମଲ, ଶୁଭ୍ରାଂଶୁ ମୋହନ ଦାଶ, ଅଖିଳ ରଞ୍ଜନ ଦାଶ ଆଦି ଅନେକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ। ପରିଶେଷରେ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Categories
Christmas22 ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ପିଆଜରେ ସାନ୍ତକ୍ଲଜ ନିର୍ମାଣ କରି ବିଶ୍ବ ରେକର୍ଡ ହାସଲ କଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି ଖ୍ରୀଷ୍ଟମାସ ବା ବଡଦିନ ଉପଲକ୍ଷେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଆଣିଦେଇଛି ବଡ ଖୁସି। କାରଣ ସେ ପୁରୀ ବେଳାଭୂମିରେ ନିର୍ମାଣ କରିଥିବା ସାନ୍ତକ୍ଲଜ ବିଶ୍ବ ରେକର୍ଡ ହାସଲ କରିଛି। ଓର୍ଲଡ ରେକର୍ଡ ବୁକ ତରଫରୁ ଅନୁଧ୍ୟାନ କରାଯାଇ ଏହି ମାନ୍ୟତା ପ୍ରଦାନ କରାଯାଇଛି।

ସୁଦର୍ଶନ ବଡଦିନ ଉପଲକ୍ଷେ ପୁରୀ ବେଳାଭୂମିରେ ନିର୍ମାଣ କରିଛନ୍ତି ବାଲୁକାର ଏକ ସାନ୍ତକ୍ଲଜ। ତେବେ ଏଥିରେ ସେ ବାଲି ଉପରେ ପ୍ରାୟ ଦୁଇ ଟନ ପିଆଜକୁ ସ୍ଥାପନ କରିଛନ୍ତି। ଯାହା ବାଲୁକା କଳା ଜଗତରେ ଏକ ନୂଆ ରେକର୍ଡ। ସେ ଏହି ପିଆଜକୁ ସାନ୍ତକ୍ଲଜର କୋର୍ଟକୁ ସୁନ୍ଦର ଭାବେ ନିର୍ମାଣ କରିଛନ୍ତି।

ସେ ୧୦୦ ଫୁଟ ଲମ୍ବ, ୨୦ ଫୁଟ ଉଚ୍ଚ ଓ ୪୦ ଫୁଟ ପ୍ରସ୍ଥ ବିଶିଷ୍ଟ ସାନ୍ତାକ୍ଲଜ ସ୍ଥାପତ୍ୟ ପ୍ରସ୍ତୁତ କରିଛନ୍ତି। ଏଥିସହିତ ସେ ଏହି କଳା ମାଧ୍ୟମରେ ଏକ ସାମାଜିକ ବାର୍ତ୍ତା ମଧ୍ୟ ପ୍ରେରଣ କରିଛନ୍ତି। ତାହା ହେଲା ଚାରାଟିଏ ଉପହାର ଦିଅ, ବିଶ୍ବକୁ ସବୁଜମୟ କର। ବର୍ତ୍ତମାନ ବଡଦିନକୁ ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କୁ ଏହା ବେଶ ଆକର୍ଷିତ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ବଡ ଦିନ ଏବଂ ନୂଆବର୍ଷ ପାଇଁ କମିଶନରେଟ ପୋଲିସର କଡା ପଦକ୍ଷେପ

ଭୁବନେଶ୍ବର: ଆସନ୍ତାକାଲି ବଡ ଦିନ ଏବଂ କିଛି ଦନ ପରେ ନୂଆବର୍ଷ ପାଳନ ହେବ। ସେଥିପାଇଁ କଟକ ଭୁବନେଶ୍ବର କମିଶନରେଟ ପୋଲିସ ତରଫରୁ ପଦକ୍ଷେପ ଆରମ୍ଭ ହୋଇଯାଇଛି। ବିଶେଷ କରି ମଦ ପିଇ ଗାଡି ଚଳାଉଥିବା ବ୍ୟକ୍ତିଙ୍କ ଉପରେ ପୋଲିସ ନଜର ଅଧିକ ରଖିବ।

ଏହି ମଦୁଆ ଚାଳକଙ୍କୁ ନିୟନ୍ତ୍ରଣ କରିବା ପାଇଁ ଆସନ୍ତାକାଲିଠାରୁ ରାଜଧାନୀର ବିଭିନ୍ନ ରାସ୍ତାକୁ ଜାମ କରାଯାଇ ଚେକିଂ କରାଯିବ। ଯେଉଁମାନେ ମଦ ପିଇ ଗାଡି ଚାଳନା କରୁଥିବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠନ ନିଆଯିବ। ଏଥିସହିତ ଜିରୋ ନାଇଟ ପାଳନ କରୁଥିବା ସ୍ଥାନଗୁଡିକରେ ବିଶେଷ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ଭୁବନେଶ୍ବର ଡିସିପି କହିଛନ୍ତି।

ଅନ୍ୟପକ୍ଷରେ ଆସନ୍ତାକାଲି ହେଉଥିବା ବଡ ଦିନ ଉପଲକ୍ଷେ ବିଭିନ୍ନ ଚର୍ଚ୍ଚରେ ଆଜିଠାରୁ ସୁରକ୍ଷା ବ୍ୟବସ୍ଥା କରାଯାଉଛି। ସେଠାରେ ଯେପରି କୈଣସି ଅସୁବିଧା ନ ହୁଏ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ଡିସିପି ପ୍ରତୀକ ସିଂ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ବଡ଼ଦିନ ପୂର୍ବରୁ ଏସ୍‌ଏଚ୍‌ଏମ୍‌ରେ କେକ୍ ମିକ୍ସିଙ୍ଗ୍ ଉତ୍ସବ

ଭୁବନେଶ୍ୱର: ବଡ଼ଦିନ ଆଉ ମାତ୍ର ଦେଢ଼ ମାସ ବାକି ଥିବା ବେଳେ ଏହି ଉତ୍ସବକୁ ଅଧିକ ଚଳଚଂଚଳ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟରେ ଶନିବାର ଦିନ ଏକ କେକ୍ ମିକ୍ସିଙ୍ଗ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ କେକ୍ ମିକ୍ସିଙ୍ଗ ଉତ୍ସବରେ ସାମିଲ ହେବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏଭଳି ଏକ ଆନନ୍ଦଦାୟକ କାର୍ଯ୍ୟକ୍ରମ ସକରାତ୍ମକ ମନୋଭାବ ସୃଷ୍ଟି କରିବ ବୋଲି କହିଥିଲେ।

ଦେଢ଼ ମାସ ପୂର୍ବରୁ ଏହି କେକ୍ ମିକ୍ସିଙ୍ଗ ପ୍ରସ୍ତୁତି ଆରମ୍ଭ ହେଉଥିବା ବେଳେ ବଡ଼ଦିନ ଅର୍ଥାତ ଡିସେମ୍ବର ୨୫ ତାରିଖର ଦୁଇ ଦିନ ପୂର୍ବରୁ କେକ୍ ପ୍ରସ୍ତୁତି ଆରମ୍ଭ କରାଯାଏ ଏବଂ ନିଜ ବନ୍ଧୁ, ପରିଜନ ଓ ପରିବାରବର୍ଗଙ୍କ ସହ ଅଂଶୀ କରାଯାଇଥାଏ ବୋଲି ଏସ୍‌ଏଚ୍‌ଏମ୍‌ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି କହିଛନ୍ତି। ବଡ଼ଦିନ ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନଙ୍କ ପର୍ବ ଏବଂ କେବଳ ଭାରତ ନୁହେଁ ସାରା ବିଶ୍ୱରେ ଏହି ପର୍ବ ପାଳନ କରାଯାଇଥାଏ। ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ମଧ୍ୟ ଭବିଷ୍ୟତରେ କିଭଳି ବଡ଼ଦିନ କେକ୍ ପ୍ରସ୍ତୁତ କରିବେ ସେ ନେଇ ନୂତନ ଶିକ୍ଷା ଗ୍ରହଣ କରିଥାନ୍ତି ବୋଲି ସେ କହିଥିଲେ।

୧୭୦୦ ଶତାବ୍ଦୀରେ ୟୁରୋପରେ ଏହି ପାରମ୍ପରିକ କେକ୍ ମିକ୍ସିଙ୍ଗ ପ୍ରସ୍ତୁତି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଏହାକୁ ଶୁଭ ସମୟ ଓ ଆନନ୍ଦର ବାର୍ତାବହ ବୋଲି କୁହାଯାଇଥାଏ। ଏହି ସମୟରେ ଅଧିକ ପରିମାଣର ଫଳ ଏବଂ ବାଦାମ ଜାତୀୟ ଫସଲ ଉତ୍ପାଦନ ହେଉଥିବାରୁ କେକ୍ ପ୍ରସ୍ତୁତ କରିବା ଖୁବ୍ ସହଜ ହୋଇଥାଏ।

ଏହି ପାରମ୍ପରିକ ବଡ଼ଦିନ କେକ୍ ବା ବଡ଼ଦିନ ପୁଡିଙ୍ଗ୍‌ରେ ଅନେକ ପରିମାଣର ଡ୍ରାଏ ଫ୍ରୁଟ, ଅଣ୍ଡା ଏବଂ ମଇଦା ପ୍ରୟୋଗ କରାଯାଇଥାଏ। ଅନେକ କେକ୍‌ରେ ଡ୍ରାଏ ଫ୍ରୁଟ୍‌, ଚେରି, ଫ୍ରୁଟି, କାନ୍‌ବେରୀ, ଖଜୁରୀ ଓ ବିଭିନ୍ନ ପାନୀୟ ବ୍ୟବହୃତ ହୋଇଥାଏ।

ଏହି କାର୍ଯ୍ୟକ୍ରମରେ ୟୁନିଭର୍ସିଟି ଆଉଟରିଚ୍ ପ୍ରୋଗ୍ରାମ୍‌ର ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ଓ ଏସ୍‌ଏଚ୍‌ଏମ୍‌ର ଫ୍ୟାକଲ୍ଟି, ଛାତ୍ରଛାତ୍ରୀ ଏବଂ ମେମ୍ବର୍ସମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ଡିସେମ୍ବର ୨୫ରେ ମେଷ, ସିଂହ, କନ୍ୟା ଓ ମକର ରାଶିଙ୍କ ଭାଗ୍ୟ ଖୋଲିବ, ଜାଣନ୍ତୁ ଆପଣଙ୍କ ରାଶି ସମ୍ବନ୍ଧରେ

ଭୁବନେଶ୍ବର: ଡିସେମ୍ବର ୨୫ ଅର୍ଥାତ୍‌ ବଡଦିନ। ଆଜିର ଦିନରେ ପ୍ରଭୁ ଯୀଶୁ ଧରାବତରଣ କରିଥିଲେ। ଆଜି ଦିନଟି ବହୁତଶୁଭ। ତେବେ ଆସନ୍ତୁ ଜାଣିବା ଆପଣଙ୍କ ରାଶି କ’ଣ କହୁଛି–

ମେଷ ରାଶି: ମେଷ ରାଶିରେ ମଙ୍ଗଳର ଗୋଚର ହୋଇସାରିଛି। ଆପଣ ଆଜି ସକାରାତ୍ମକ ଶକ୍ତିର ଅନୁଭବ କରିବେ। ଆଜି ଆପଣ ସମ୍ପର୍କକୁ ମଜବୁତ୍‌ କରିବା ପାଇଁ ଚେଷ୍ଟା କରନ୍ତୁ।

ବୃଷ ରାଶି: ବୃଷ ରାଶିର ବ୍ୟକ୍ତିମାନେ ଆଜି ନିଜ ମିତ୍ରମାନଙ୍କସହିତ ଭଲ ସମୟ ବ୍ୟତୀତ କରିବେ। ପରିବାରରେ ଖୁସିର ମାହୋଲ୍‌ ରହିବ। ଯଦି ଆପଣ  କାହାକୁ ଉପହାର ଦେବାକୁ ଚାହୁଁଛନ୍ତି ତେବେ ଆଜି ଦିନର ଉପହାର ଦିଅନ୍ତୁ ଭଲ ରହିବ।

ମିଥୁନ ରାଶି: ମିଥୁନ ରାଶିର ବ୍ୟକ୍ତିବିଶେଷଙ୍କୁ ଚିନ୍ତା ମୁକ୍ତ ରହିବା ପାଇଁ ମନରେ ସକାରାତ୍ମକ ବିଚାର ଆଣନ୍ତୁ। ଆଜି ଆପଣଙ୍କୁ ଯିଏ ହୃଦୟରୁ ପସନ୍ଦ କରନ୍ତି ତାଙ୍କୁ ଧନ୍ୟବାଦ ଦିଅନ୍ତୁ। ଆପଣ ଦିନଟିଖୁସିରେ କଟିବ।

କର୍କଟ ରାଶି: ଏହି ରାଶିର ଲୋକମାନେ ଆଜି ପାର୍ଟି କରିପାରନ୍ତି। ଆପଣଙ୍କ ଖୁସିମିଜାଜ ଗୁଣ ପାଇଁ ଆପଣଙ୍କୁ ସମେସ୍ତ ବହୁତ ସ୍ନେହ କରନ୍ତି।

ସିଂହ ରାଶି: ସିଂହରାଶିର ବ୍ୟକ୍ତିମାନେ ଆଜିନିଜ ମନର କଥା ଶୁଣନ୍ତୁ। ଯଦି ଆପଣ କାହାକୁ ପ୍ରେମ କରୁଛନ୍ତି ତେବେ ପ୍ରକାଶ କରନ୍ତୁ। ଲାଭର ସ୍ଥିତି ମଧ୍ୟ ରହିଛି। କ୍ରୋଧ କରନ୍ତୁନି।

କନ୍ୟା ରାଶି: ଆଜି ଆପଣଙ୍କୁ ଉପହାର ମିଳିପାରେ। ସାଙ୍ଗ ସାଥୀମାନଙ୍କ ସହିତ ପାର୍ଟି ମଧ୍ୟ କରିପାରନ୍ତି।

ତୁଳା ରାଶି: ତୁଳା ରାଶିର ବ୍ୟକ୍ତିମନେ ଆଜି ବାହାରକୁ ବୁଲିଯିବାର କାର୍ଯ୍ୟକ୍ରମ କରିପାରନ୍ତି। ସମସ୍ତଙ୍କୁ କ୍ରିସମାସର ଶୁଭେଚ୍ଛା ଜଣାନ୍ତୁ। ଯଦି ଆପଣଙ୍କ ବସ୍‌ ଆପଣଙ୍କ ଉପରେ ରାଗିଛନ୍ତି ତେବେ କିଛି ଉପହାର ଦେଇ ତାଙ୍କୁ ରାଗ ଶାନ୍ତ କରନ୍ତୁ।

ବିଛା ରାଶି: ଏହି ରାଶିର ବ୍ୟକ୍ତିମାନେ ଆଜି ଏକୁଟିଆ ନ ରହି ନିଜ ଜୀବନସାଥୀ ସହିତ ରୁହନ୍ତୁ। ଯଦି ଅବିବାହିତା ଥିବେ ତେବେ ନିଜ ଜୀବନସାଥୀଙ୍କ ସହିତ ନିଜ ଭବିଷ୍ୟତ ସମ୍ପର୍କରେ ଯୋଜନା ପ୍ରସ୍ତୁତ କରନ୍ତୁ। ଚିନ୍ତାରୁ ମୁକ୍ତ ରୁହନ୍ତୁ।

ଧନୁ ରାଶି: ଧନୁ ରାଶିର ଲୋକମାନେ ଆଜି କିଛି ମାମଲାରେ ସାବଧାନତା ଅବଲମ୍ବନ କରନ୍ତୁ। ଯାନବାହନ ଚଲାଇବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ଆଜି ଦିନରେ ଏପରି କିଛି କରନ୍ତୁ, ଯେଉଁଥିରେ ଆପଣଙ୍କ ମାନ ସମ୍ମାନ ବଢିବ।

ମକର ରାଶି: ଏହି ରାଶିର ଲୋକମାନଙ୍କ ପାଇଁ ଆଜି ଦିନଟି ବେଶ୍‌ ଭଲରେ କଟିବ। ଆପଣଙ୍କ ବିଚାରକୁ ସମସ୍ତେ ପ୍ରଶଂସା କରିବେ। ଆଜି ହୃଦୟ ଖୋଲି ଶୁଭକାମନା ଜଣାନ୍ତୁ।

କୁମ୍ଭ ରାଶି: ଏହି ରାଶିର ଲୋକମାନେ ଆଜି ଆନନ୍ଦ ମଜା ମଜଲିସ୍‌ରେ ଦିନ କାଟିପାରନ୍ତି।

ମୀନ ରାଶି: ଏହି ରାଶିର ବ୍ୟକ୍ତିମାନେ ଆଜି ସବୁ ଭୁଲ୍‌ ବୁଝାମଣାକୁ ଭୁଲି ସମ୍ପର୍କ ସ୍ଥାପନ କରନ୍ତୁ। ଆପଣଙ୍କ ହୃଦୟ ବଡ, କ୍ଷମା କରି ନୂଆ ସମ୍ପର୍କ ଆରମ୍ଭ କରନ୍ତୁ।

Categories
Hockey Worldcup23 ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ବଡଦିନରେ ସୋଆ କ୍ୟାମ୍ପସ୍ ପରିଭ୍ରମଣ କରିବ ବିଶ୍ୱକପ୍ ହକି ଟ୍ରଫି

ଭୁବନେଶ୍ୱର: ଓଡ଼ିଶାରେ ପୁରୁଷ ହକି ବିଶ୍ୱକପ୍ ପ୍ରତିଯୋଗିତା ଆସନ୍ତା ଜାନୁଆରୀ ୧୩ ରୁ ୨୯ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ବେଳେ ଏହାର ଟ୍ରଫି ବଡ଼ଦିନ ଦିନ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିସରକୁ ଆସିବ। ଭାରତ ସମେତ ୧୬ଟି ଦେଶ ଏହି ବିଶ୍ୱକପ୍‌ରେ ଭାଗ ନେଉଥିôବା ବେଳେ ଡିସେମ୍ବର ୨୫ରେ ମନ୍ଦିରମାଳିନୀ ସହର ଭୁବନେଶ୍ୱର ସାରା ବୁଲିବ ଏହି ଟ୍ରଫି।

ଏହି ଟ୍ରଫି ବର୍ତ୍ତମାନ ସାରା ଦେଶରେ ବୁଲି ବୁଲି ପ୍ରଦର୍ଶିତ ହେଉଥିବା ବେଳେ ଆସନ୍ତା ଡିସେମ୍ବର ୨୫ ରେ ଭୁବନେଶ୍ୱରରେ ପହଂଚିବ ଏବଂ ସାଧାରଣ ଜନତା ଏହାକୁ ଦେଖିବା ନିମନ୍ତେ ସହରର ବିଭିନ୍ନ ସ୍ଥାନରେ ପ୍ରଦର୍ଶିତ କରାଯିବ।

ଏହି ଟ୍ରଫିଟି ସୋଆର କ୍ୟାମ୍ପସ ୨ ସଂଲଗ୍ନ ନୂତନ ଷ୍ଟାଡିୟମ୍‌ରେ କିଛି ସମୟ ପାଇଁ ରଖାଯିବାର କାର୍ଯ୍ୟକ୍ରମ ଥିôବା ବେଳେ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟତ୍ରୀ ଓ କର୍ମକର୍ତାମାନେ ଏହି ଟ୍ରଫିକୁ ଦେଖବାର ସୁଯୋଗ ପାଇବେ ଏବଂ ହକି ବିଶ୍ୱକପ୍ ଭଳି ଆନ୍ତର୍ଜାତୀୟ କାର୍ଯ୍ୟକ୍ରମର ଅଂଶୀ ହୋଇପାରିବେ। ସୋଆ କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ସୋଆ ପକ୍ଷରୁ ଏହି ଟ୍ରଫିକୁ ସ୍ୱାଗତ କରିବେ। ଏନ୍‌ସିସି କ୍ୟାଡେଟ୍‌ମାନେ ପରେଡ୍ ମାର୍ଚ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାର ଯୋଜନା ରଖାଯାଇଛି।

ଦ୍ୱିତୀୟ ଥର ପାଇଁ ଓଡ଼ିଶାରେ ବିଶ୍ୱକପ ହକି ଚାମ୍ପିଅନସିପ୍ ଅନୁଷ୍ଠିତ ହେଉଥିବା ବେଳେ ୨୦୧୮ରେ ଆୟୋଜିତ ହୋଇଥିବା ବିଶ୍ୱ ଚାମ୍ପିଅନ୍‌ସିପ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ଠାରେ ଆୟୋଜନ କରାଯାଇଥିଲା। ହକି ବିଶ୍ୱକପ୍‌ର ୧୫ ତମ ସଂସ୍କରଣର ମ୍ୟାଚଗୁଡ଼ିକ ଚଳିତ ଥର ଓଡ଼ିଶାର ଦୁଇଟି ସ୍ଥାନ- ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ଏବଂ ରାଉରକେଲା ସ୍ଥିତ ନୂତନ ଭାବେ ନିର୍ମିତ ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌ରେ ଖେଳାଯିବାର ଆୟୋଜନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବଡ଼ଦିନ ପୂର୍ବରୁ ଏସ୍‌ଏଚ୍‌ଏମ୍‌ରେ କେକ୍ ମିକ୍ସିଙ୍ଗ୍ ଉତ୍ସବ

ଭୁବନେଶ୍ୱର: ବଡ଼ଦିନ ଆଉ ମାତ୍ର ଗୋଟିଏ ମାସ ବାକି ଥିବା ବେଳେ ଏହି ଉତ୍ସବକୁ ଅଧିକ ଚଳଚଂଚଳ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟରେ ଶନିବାର ଦିନ ଏକ କେକ୍ ମିକ୍ସିଙ୍ଗ୍ ପ୍ରସ୍ତୁତି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

୧୭୦୦ ଶତାବ୍ଦୀରେ ୟୁରୋପରେ ଏହି ପାରମ୍ପରିକ କେକ୍ ମିକ୍ସିଙ୍ଗ ପ୍ରସ୍ତୁତି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଏହାକୁ ଶୁଭ ସମୟ ଓ ଆନନ୍ଦର ବାର୍ତାବହ ବୋଲି କୁହାଯାଇଥାଏ। ଏହି ସମୟରେ ଅଧିକ ପରିମାଣର ଫଳ ଏବଂ ବାଦାମ ଜାତୀୟ ଦ୍ରବ୍ୟ ଉତ୍ପାଦନ ହେଉଥିବାରୁ କେକ୍ ପ୍ରସ୍ତୁତ କରିବା ଖୁବ୍ ସହଜ ହୋଇଥାଏ।

ଏହି ପାରମ୍ପରିକ ବଡ଼ଦିନ କେକ୍ ବା ବଡ଼ଦିନ ପୁଡିଙ୍ଗ୍‌ରେ ଅନେକ ପରିମାଣର ଡ୍ରାଏ ଫ୍ରୁଟ, ଅଣ୍ଡା ଏବଂ ମଇଦାରେ ପ୍ରସ୍ତୁତ କରାଯାଇଥାଏ। ଅନେକ କେକ୍‌ରେ ଡ୍ରାଏ ଫ୍ରୁଟ୍‌୍‌ସ, ଚେରି ଫ୍ରୁଟି, କାନ୍‌ବେରୀ, ଖଜୁରୀ ପ୍ରଭୃତି ୭୦ ପ୍ରକାର ଦ୍ରବ୍ୟ ବ୍ୟବହୃତ ହୋଇଥାଏ।

ଏହି କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ତଥା ରେଜିଷ୍‌୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ ଓ ଭୁବନେଶ୍ୱର ସ୍ଥିତ ତାଜ ବିଭାନ୍ତ ହୋଟେଲ୍‌ର ଏଚ୍‌ଆର୍ ମ୍ୟାନେଜର ଉଦୟ ଶଙ୍କର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏସ୍‌ଏଚ୍‌ଏମ୍‌ର ଡିନ୍ ଡଃ ସପନ କୁମାର ସାଢ଼ୁଆଲ୍‌, ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି ଏବଂ ଅନ୍ୟାନ୍ୟ ଫ୍ୟାକଲ୍ଟି, ଛାତ୍ରଛାତ୍ରୀ ଏବଂ ମେମ୍ବର୍ସମାନେ ଉପସ୍ଥିତ ଥିଲେ।

ଏହି କେକ୍ ମିକ୍ସିଙ୍ଗ ପ୍ରସ୍ତୁତି କାର୍ଯ୍ୟକ୍ରମରେ ଭୁବନେଶ୍ୱରର ବିଭିନ୍ନ ସ୍କୁଲ୍ ଏବଂ କଲେଜର ଛାତ୍ରଛାତ୍ରୀମାନେ ମଧ୍ୟ ସାମିଲ ହୋଇଥିଲେ।