Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆରଆଇଇ, ଭୁବନେଶ୍ୱର ପକ୍ଷରୁ ଜାତୀୟ ଶିକ୍ଷା ଦିବସ ପାଳିତ
ଆଜିର ଖବର

ଆରଆଇଇ, ଭୁବନେଶ୍ୱର ପକ୍ଷରୁ ଜାତୀୟ ଶିକ୍ଷା ଦିବସ ପାଳିତ

November 11, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ତଥା ମହାନ ସ୍ୱାଧୀନତା ସଂଗ୍ରାମୀ ମୌଲାନା ଆବୁଲ କଲାମ ଆଜାଦଙ୍କ ଜୟନ୍ତୀ ଅବସରରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ ଜାତୀୟ ଶିକ୍ଷା ଦିବସ ପାଳିତ ହୋଇଯାଇଛି। ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଭୁବନେଶ୍ୱର ଆରଆଇଇର ପ୍ରିନ୍‌ସିପାଲ୍ ପ୍ରଫେସର ପି.ସି. ଅଗ୍ରୱାଲ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ନିଜ ଅଭିଭାଷଣରେ ସେ ଜାତୀୟ ଏକତା, ଗୁଣାତ୍ମକ ବିଦ୍ୟାଳୟ ଶିକ୍ଷା, ସମାବେଶୀ ଶିକ୍ଷା, ଉଚ୍ଚଶିକ୍ଷା ଏବଂ କଳା ଓ ସଂସ୍କୃତିର ପ୍ରୋତ୍ସାହନ ଭଳି ବିଭିନ୍ନ କ୍ଷେତ୍ରରେ ମୌଲାନା ଆବୁଲ କଲାମ ଆଜାଦଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ।  ଶିକ୍ଷାରେ ଦକ୍ଷତା ବିକାଶ ଓ ନବୋନ୍ମେଷର ଆବଶ୍ୟକତା ବିଷୟରେ ଉଦାହରଣ ଦେଇ ସେ ସମ୍ଭାବ୍ୟ ଶିକ୍ଷକମାନଙ୍କୁ ବିଦ୍ୟାଳୟ ଶିକ୍ଷାର ଗୁଣବତ୍ତା ବୃଦ୍ଧି ଦିଗରେ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ।

କାର୍ଯ୍ୟକ୍ରମରେ ଛାତ୍ରୀ ବୈଷ୍ଣବୀ କୁମାରୀ ସାହୁ, ସ୍ନିଗ୍ଧା ସୁପ୍ରଜ୍ଞା, ଅବିନାଶ କୁମାର ଓ ଜି ରତ୍ନପ୍ରିୟା ମହାନ ନେତାଙ୍କ କାର୍ଯ୍ୟ ସମ୍ପର୍କରେ ନିଜର ମତ ରଖିଥିଲେ। ପ୍ରଫେସର ସନ୍ଧ୍ୟାରାଣୀ ସାହୁ, ଡିନ୍ ଅଫ୍ ଇନଷ୍ଟ୍ରକସନ୍, ଅନୁଷ୍ଠାନର ପ୍ରଫେସର ଆଇ.ପି. ଗୌରମ୍ମା ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଡ. କଳିଙ୍ଗ କେତକି ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ପୁଷ୍ପଲତା ନେଗି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଶିକ୍ଷା ବିଭାଗ ମୁଖ୍ୟ ପ୍ରଫେସର ଲକ୍ଷ୍ମୀଧର ବେହେରା, ସମ୍ପ୍ରସାରଣ ଶିକ୍ଷା ମୁଖ୍ୟ ପ୍ରଫେସର ରୀତାଞ୍ଜଳି ଦାଶଙ୍କ ସମେତ ଅନ୍ୟ ଅଧ୍ୟାପକମାନେ ଉପସ୍ଥିତ ଥିଲେ।

 

ଜାତୀୟ ଶିକ୍ଷା ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ସୁନାର ଚମକ ଜାରି!: ଜାଣନ୍ତୁ ଆଜି କେତେ ମହଙ୍ଗା ହେଲା ସୁନା?

November 26, 2025

ବ୍ରିକ୍-ଆଇଏଲ୍ଏସରେ ଅନୁଷ୍ଠିତ ଅନ୍ତର୍ଜାତୀୟ ସମ୍ମିଳନୀ

November 26, 2025

ଆଜି ଘୋଷଣା ହେବ ଟି-୨୦ ବିଶ୍ୱକପ୍ ୨୦୨୬ ର ସୂଚୀ?: ଜାଣନ୍ତୁ କେଉଁ ସମୟରେ ହେବ ସିଧା ପ୍ରସାରଣ

November 26, 2025

ଆସନ୍ତା ୨୯ ରେ ଜୀ ସାର୍ଥକରେ “ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ– ସେଲିବ୍ରିଟି ୱିଥ୍ ଲିଟିଲ ମାଷ୍ଟର୍” ଗ୍ରାଣ୍ଡ ପ୍ରିମିୟର 

November 26, 2025
Latest News

ଟିମ୍ ଇଣ୍ଡିଆର ସବୁଠାରୁ ବଡ଼ ପରାଜୟ, ୪୦୮ ରନରେ ଜିତିଲା ଦକ୍ଷିଣ ଆଫ୍ରିକା

November 26, 2025

ସୁନାର ଚମକ ଜାରି!: ଜାଣନ୍ତୁ ଆଜି କେତେ ମହଙ୍ଗା ହେଲା ସୁନା?

November 26, 2025

ବ୍ରିକ୍-ଆଇଏଲ୍ଏସରେ ଅନୁଷ୍ଠିତ ଅନ୍ତର୍ଜାତୀୟ ସମ୍ମିଳନୀ

November 26, 2025

ଆଜି ଘୋଷଣା ହେବ ଟି-୨୦ ବିଶ୍ୱକପ୍ ୨୦୨୬ ର ସୂଚୀ?: ଜାଣନ୍ତୁ କେଉଁ ସମୟରେ ହେବ ସିଧା ପ୍ରସାରଣ

November 26, 2025

ଆସନ୍ତା ୨୯ ରେ ଜୀ ସାର୍ଥକରେ “ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ– ସେଲିବ୍ରିଟି ୱିଥ୍ ଲିଟିଲ ମାଷ୍ଟର୍” ଗ୍ରାଣ୍ଡ ପ୍ରିମିୟର 

November 26, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.