୧୮ କୋଟିରୁ ଅଧିକ ମୂଲ୍ୟର ହିରୋଇନ ଜବତ, ମିଆଁମାରର ୫ ନାଗରିକ ଗିରଫ

Published: Nov 12, 2023, 1:47 pm IST

ଆଇଜୋଲ୍: ମିଜୋରାମରେ ତିନିଟି ପୃଥକ ଅପରେସନ୍ ରେ ମିଆଁମାରର ପାଞ୍ଚଜଣ ନାଗରିକଙ୍କଠାରୁ ୧୮ କୋଟିରୁ ଅଧିକ ମୂଲ୍ୟର ହିରୋଇନ୍ ଏବଂ ନଗଦ ୧.୨୧ କୋଟି ଟଙ୍କ ଜବତ କରାଯାଇଛି। ସମସ୍ତଙ୍କୁ ଗିରଫ କରାଯାଇଛି। ଅଧିକାରୀମାନେ ଶନିବାର ଏହି ସୂଚନା ଦେଇଛନ୍ତି।

ଏକ ନିର୍ଦ୍ଦିଷ୍ଟ ସୂଚନା ଉପରେ କାର୍ଯ୍ୟ କରି ଆସାମ ରାଇଫଲ୍ସ ଏବଂ ରାଜ୍ୟ ପୋଲିସର ମିଳିତ ଦଳ ଶୁକ୍ରବାର ଦିନ ମିଜୋରାମ-ମିଆଁମାର ସୀମାରେ ଥିବା ଜୋଟେ ଏବଂ ଜୋଖାୱଥର ଗ୍ରାମରେ ଅପରେସନ୍ କରିଥିଲେ ଯେଉଁଥିରେ ୨.୬୧ କିଲୋଗ୍ରାମ ଡ୍ରଗ୍ସ ଜବତ କରାଯାଇଥିଲା।

ଆସାମ ରାଇଫଲ୍ସ ଅଧିକାରୀଙ୍କ ଅନୁଯାୟୀ, ଜବତ ହୋଇଥିବା dଡ୍ରଗ୍ସର ମୂଲ୍ୟ ପ୍ରାୟ ୧୮.୩୦ କୋଟି ଟଙ୍କା। ଏଥିସହ ସେମାନଙ୍କଠାରୁ ୫୦୦, ୨୦୦, ୧୦୦ ଏବଂ ୫୦ ଟଙ୍କାର ନୋଟରେ ଅଗଣିତ ନଗଦ ଜବତ କରାଯାଇଛି।

ଆସାମ ରାଇଫଲ୍ସ ଅଧିକାରୀ କହିଛନ୍ତି ଯେ, ମିଳିତ ଅପରେସନରେ ପାଞ୍ଚ ମିଆଁମାର ନାଗରିକଙ୍କୁ ଗିରଫ କରାଯାଇଛି। ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଯୁକ୍ତ ତଥା ଜବତ ଡ୍ରଗ୍ସ ପୋଲିସକୁ ହସ୍ତାନ୍ତର କରାଯାଇଛି।

Related posts