ନେଦରଲ୍ୟାଣ୍ଡକୁ ୧୬୦ ରନରେ ପରାସ୍ତ କଲା ଭାରତ, ରୋହିତ-କୋହଲି ମଧ୍ୟ ନେଲେ ୱିକେଟ୍

Published: Nov 12, 2023, 9:50 pm IST

ଭୁବନେଶ୍ଵର: ରୋହିତ ଶର୍ମାଙ୍କ ନେତୃତ୍ଵରେ ଟିମ୍ ଇଣ୍ଡିଆ ବିଶ୍ୱକପ୍-୨୦୨୩ ରେ ନିଜର ବିଜୟ ଧାରା ଜାରି ରଖି କ୍ରମାଗତ ୯ ତମ ବିଜୟ ହାସଲ କରିଛି। ଟୁର୍ଣ୍ଣାମେଣ୍ଟର ଶେଷ ଲିଗ୍ ମ୍ୟାଚ୍ ରେ ଭାରତୀୟ ଦଳ ନେଦରଲ୍ୟାଣ୍ଡକୁ ୧୬୦ ରନ୍ ରେ ପରାସ୍ତ କରିଛି। ବେଙ୍ଗାଲୁରୁରେ ଖେଳାଯାଇଥିବା ମ୍ୟାଚରେ ବିରାଟ କୋହଲି ଏବଂ ରୋହିତ ଶର୍ମା ମଧ୍ୟ ଭାରତ ପାଇଁ ବୋଲିଂ କରି ୱିକେଟ୍ ନେଇଛନ୍ତି। ଦଳ ପାଇଁ ବୁମରା, ସିରାଜ, କୁଲଦୀପ ଏବଂ ଜାଡେଜା ୨-୨ ୱିକେଟ୍ ନେଇଛନ୍ତି।

ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଟସ୍ ଜିତିବା ଏବଂ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେବା ପରେ ଟିମ୍ ଇଣ୍ଡିଆ ୫୦ ଓଭରରେ ୪ ୱିକେଟ୍ ହରାଇ ବୋର୍ଡରେ ୪୧୦ ରନ୍ ରଖିଥିଲା। ଶ୍ରେୟାସ ଆୟର ଦଳ ପାଇଁ ୧୨୮ ରନର ଅପରାଜିତ ଇନିଂସ ଖେଳିଥିଲେ। ଏହା ବ୍ୟତୀତ କେ.ଏଲ୍ ରାହୁଲ ୧୦୨ ରନ୍ ସଂଗ୍ରହ କରିଥିଲେ। ଏହା ବ୍ୟତୀତ ଶୁଭମାନ ଗିଲ, ବିରାଟ କୋହଲି ଏବଂ ଅଧିନାୟକ ରୋହିତ ଶର୍ମା ମଧ୍ୟ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ।

୪୧୧ ର ବିଶାଳ ଟାର୍ଗେଟକୁ ପିଛା କରି ନେଦରଲ୍ୟାଣ୍ଡ ମାତ୍ର ୨୫୦ ରନ କରିପାରିଥିଲା। ଏହିପରି ଭାବରେ ଭାରତ ୧୬୦ ରନ ବ୍ୟବଧାନରେ ଟୁର୍ଣ୍ଣାମେଣ୍ଟର ଅନ୍ତିମ ଲିଗ ମ୍ୟାଚ ନିଜ ନାମରେ କରିଥିଲା।

ଭାରତ ପକ୍ଷରୁ ବିରାଟ କୋହିଲି ଏବଂ ଅଧିନାୟକ ରୋହିତ ଶର୍ମା ମଧ୍ୟ ୱିକେଟ ହାସଲ କରିବାରେ ସଫଳ ହୋଇଥିଲେ।

Related posts