
ନୂଆଦିଲ୍ଲୀ: ଅଯୋଧ୍ୟା ଦୀପୋତ୍ସବର ଶକ୍ତି ଦେଶରେ ନୂତନ ସ୍ପନ୍ଦନ ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି। ଭଗବାନ ଶ୍ରୀ ରାମ ସମସ୍ତ ଦେଶବାସୀଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ସମସ୍ତଙ୍କ ପାଇଁ ପ୍ରେରଣା ହୁଅନ୍ତୁ ବୋଲି ସେ କାମନା କରିଛନ୍ତି।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ‘ଅଦ୍ଭୁତ, ଅଲୌକିକ ଏବଂ ଅବିସ୍ମରଣୀୟ!
ଲକ୍ଷ ଲକ୍ଷ ଦୀପରେ ଆଲୋକିତ ଅଯୋଧ୍ୟା ସହରର ଭବ୍ୟ ଦୀପୋତ୍ସବରେ ପୁରା ଦେଶ ଉଜ୍ଜ୍ୱଳ ହୋଇଛି। ଏଥିରୁ ଉତ୍ପନ ଉର୍ଜା ସମ୍ପୂର୍ଣ୍ଣ ଭାରତବର୍ଷରେ ନୂଆ ଆଶା ଏବଂ ନୂଆ ଉତ୍ସାହ ସଞ୍ଚାର କରିଛି। ଭଗବାନ ଶ୍ରୀ ରାମ ସମସ୍ତ ଦେଶବାସୀଙ୍କ କଲ୍ୟାଣ କରନ୍ତୁ ଏବଂ ମୋର ସବୁ ପରିବାରଜନଙ୍କ ପାଇଁ ପ୍ରେରଣାଦାୟୀ ହୁଅନ୍ତୁ ବୋଲି ମୋର କାମନା।’