ପତଞ୍ଜଳି ନାମରେ 400 ଏକର ଜମି ଦୁର୍ନୀତି ଅଭିଯୋଗ ଆଣିଲା କଂଗ୍ରେସ

Published: Jun 9, 2019, 11:09 am IST
Congress alleges land scam in Faridabad

କଂଗ୍ରେସ ପକ୍ଷରୁ ଶନିବାର ଫରିଦାବାଦରେ ଏକ ଜମି ଦୁର୍ନୀତି ଅଭିଯୋଗ ଆଣିଛି କଂଗ୍ରେସ । ଦିଲ୍ଲୀର ବାହାରେ ରହିଥିବା ଏହି ସ୍ଥାନର 400 ଏକର ଜାଗାକୁ ପତଞ୍ଜଳି ଗ୍ରୁପ୍‌ ଏବଂ ଅନ୍ୟ କିଛି ଜମି ମାଫିଆ ମାଡି ବସିଥିବା ନେଇ ଅଭିଯୋଗ ଆଣିଛନ୍ତି କଂଗ୍ରେସ ମୁଖପାତ୍ର ପଓ୍ବନ୍‌ ଖେରା । ଆରାବଳୀ ପାର୍ବତ୍ୟାଞ୍ଚଳରେ ରହିଥିବା ଏହି 400 ଏକର ସ୍ଥାନକୁ ପାଓ୍ବାର ଅଫ୍‌ ଆଟର୍ଣ୍ଣି ଜରିଆରେ ନିଜ ନାମକୁ ନେଇଥିବା ଅଭିଯୋଗ ଆଣିଛନ୍ତି ପଓ୍ବନ୍‌ ଖେରା । ଏହି ଜମି ଗୁଡିକ ସମତଳ ଅଞ୍ଚଳ ବର୍ଗର ଏବଂ ଏହା ବିକ୍ରି ହେବା ଆଇନ ବିରୋଧୀ । 104ଟି ପାଓ୍ବାର ଅଫ୍‌ ଆଟର୍ଣ୍ଣି ଜରିଆରେ ଏହି ଜମିଗୁଡିକୁ ସ୍ଥାନାନ୍ତରିତ କରାଯାଇଛି । ଫରିଦାବାଦର କୋଟ ଗ୍ରାମରେ ଆରାବଳୀ ପାର୍ବତ୍ୟାଞ୍ଚଳରେ ଏହି ଜମି ଗୁଡିକ ରହିଛି । ଏହି ଜମିର 99 ପ୍ରତିଶତ ଜମି କିଣାଯିବା ପରେ ଏହାକୁ ଆଚାର୍ଯ୍ୟ ବାଳକ୍ରିଷ୍ଣାଙ୍କ ପତଞ୍ଜଳି ଟ୍ରଷ୍ଟ ନାମକୁ ସ୍ଥାନାନ୍ତର କରାଯାଇଛି ।

Related posts