ନିର୍ବାଚନ ପରେ ବି ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଥମିବାର ନାଁ ଧରୁନାହିଁ । ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ରାଜନୈତିକ ସଂଘର୍ଷରେ ଜଣେ ଟିଏମ୍ସି କର୍ମୀ ଓ ୩ ଜଣ ଭାଜପା କର୍ମୀଙ୍କ ମୃତ୍ୟୁ ହୋଇଛି । ଏହି ହିଂସା ଘଟଣାରେ ୫ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହି ଘଟଣା ପରେ କେବଳ ପଶ୍ଚିମବଙ୍ଗ ନୁହେଁ ବରଂ ଦିଲ୍ଲୀର ମଧ୍ୟ ହଲ୍ଚଲ୍ ହୋଇଯାଇଛି । ବିଳମ୍ବିତ ରାତ୍ରିରେ ବିଜେପି ନେତା ମୁକୁଲ୍ ରାୟ ଗୃହ ମନ୍ତ୍ରୀ ତଥା ବିଜେପି ଅଧ୍ୟକ୍ଷ ଅମିତ୍ ଶାହାଙ୍କୁ ଏହି ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ଘଟଣାର ଗମ୍ଭୀରତାକୁ ଦେଖି ଗୃହମନ୍ତ୍ରୀ ଅମିତ୍ ଶହା ପଶ୍ଚିମ ବଙ୍ଗର ବିଜେପି ନେତାଙ୍କ ସହ ଫୋନ୍ରେ କଥାବାର୍ତ୍ତା କରିବା ସହିତ ଏହି ଘଟଣା ପାଇଁ ରାଜ୍ୟ ସରକାରଙ୍କୁ ଜବାବ ତଲାବ୍ କରିଛନ୍ତି । ଗୃହ ସଚିବ ରାଜୀବ ଗାବାଙ୍କୁ ପଶ୍ଚିମ ବଙ୍ଗଳର ମୁଖ୍ୟ ସଚିବଙ୍କୁ ପୂରା ଘଟଣାର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ପଶ୍ଚିମବଙ୍ଗର ବସିର୍ଡାଟ୍ସ୍ଥିତି ସନ୍ଦେଶଖଲୀ ଇଲାକାର ପାର୍ଟି ମଣ୍ଡଳର ପ୍ରେସିଡେଣ୍ଟ୍ ଏଏସ୍ ମୋର୍ଚ୍ଚା ପ୍ରଦୀପ ମଣ୍ଡଳ, ଶକ୍ତି କେନ୍ଦ୍ର ତପନ ମଣ୍ଡଳ ଓ କାର୍ଯ୍ୟକର୍ତ୍ତା ସୁକାନ୍ତା ମଣ୍ଡଳଙ୍କ ହତ୍ୟା କରାଯାଇଛି ବୋଲି ବିଜେପିର ମହାସଚିବ ତଥା ରାଜ୍ୟ ପ୍ରଭାରୀ କୈଳାଶ ବିଜୟବର୍ଗୀୟ ଟୁଇଟ୍ କରିଛନ୍ତି ।
ଅଶାନ୍ତ ପଶ୍ଚିମବଙ୍ଗ : ରାଜ୍ୟ ସରକାରଙ୍କୁ ଗୃହ ମନ୍ତ୍ରାଳୟର ଜବାବ ତଲବ
Published:
Jun 9, 2019, 11:45 am IST
Tags: