Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିକଶିତ ଭାରତ ସଂକଳ୍ପ ଯାତ୍ରା: ପ୍ରଥମ ଦିନରେ ୧,୦୦,୦୦୦ ରୁ ଅଧିକ ଲୋକଙ୍କ ଅଂଶଗ୍ରହଣ
ଆଜିର ଖବର

ବିକଶିତ ଭାରତ ସଂକଳ୍ପ ଯାତ୍ରା: ପ୍ରଥମ ଦିନରେ ୧,୦୦,୦୦୦ ରୁ ଅଧିକ ଲୋକଙ୍କ ଅଂଶଗ୍ରହଣ

November 17, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ପିଏମ୍ ଉଜ୍ଜ୍ୱଳା ଯୋଜନାରେ ୨୧୦୦୦ ପଞ୍ଜୀକରଣ ଏକ ଭବ୍ୟ ଶୁଭାରମ୍ଭ ସହିତ, ପ୍ରଥମ ଦିନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଦେଶର ୨୫୯ ଗ୍ରାମ ପଞ୍ଚାୟତରେ ଏକ ଲକ୍ଷରୁ ଅଧିକ ଲୋକଙ୍କ ପାଖରେ ପହଂଚିଛି। ସାରା ଦେଶରେ ଜନଜାତି ଅଧ୍ୟୁଷିତ ଅଂଚଳରେ ଅନେକ ଭ୍ୟାନ୍କୁ ଏକକାଳୀନ ଆରମ୍ଭ କରିବା ସହିତ ନଭେମ୍ବର ୧୫, ୨୦୨୩ରେ ଝାଡ଼ଖଣ୍ଡର ଖୁଣ୍ଟି ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅଭିଯାନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ବିକଶିତ ଭାରତ ସଂକଳ୍ପ ଯାତ୍ରା ଜାତୀୟ ବିକାଶର ଦୃଷ୍ଟିକୋଣ ଏବଂ ସଶକ୍ତିକରଣ ଓ ସାମୂହିକ ସଂପୃକ୍ତିର କାହାଣୀକୁ ନେଇ ଆରମ୍ଭ ହୋଇଛି। ଲୋକମାନେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆଇଇସି ଭ୍ୟାନ ନିକଟରେ ଭିଡ଼ ଜମାଇ ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମରେ ଉତ୍ସାହର ସହ ଅଂଶଗ୍ରହଣ କରିବା ସହ ସେହି ସ୍ଥାନରେ ପ୍ରଦାନ କରାଯାଉଥିବା ସେବାର ଲାଭ ଉଠାଇଥିଲେ। ପ୍ରଥମ ଦିନରେ ୧୬୦୦୦ରୁ ଅଧିକ ଲୋକ ଆୟୋଜିତ ସ୍ୱାସ୍ଥ୍ୟ ଶିବିରରେ ଅଂଶଗ୍ରହଣ କରିଥିଲେ, ଯେଉଁମାନଙ୍କ ମଧ୍ୟରୁ ୬,୦୦୦ରୁ ଅଧିକ ଲୋକଙ୍କର ଯକ୍ଷ୍ମା ପରୀକ୍ଷା କରାଯାଇଥିବା ବେଳେ ୪୫୦୦ରୁ ଅଧିକ ଲୋକ ସିକଲ୍ ସେଲ୍ ରୋଗର ଚିକିତ୍ସା ସୁବିଧାର ଲାଭ ଉଠାଇଥିଲେ।

କେନ୍ଦ୍ର ସରକାରଙ୍କ କଲ୍ୟାଣକାରୀ ଯୋଜନା ଓ ନୀତି ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ପ୍ରମୁଖ ସରକାରୀ ଯୋଜନା ଗୁଡ଼ିକର ଶତପ୍ରତିଶତ ଲାଭ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ଏହି ଅଭିଯାନର ଉଦ୍ଦେଶ୍ୟ। ଏହି ଉଦ୍ଦେଶ୍ୟ ଅନୁଯାୟୀ ଯାତ୍ରାର ପ୍ରଥମ ଦିନରେ ୨୧୦୦୦ରୁ ଅଧିକ ଲୋକ ପିଏମ୍ ଉଜ୍ଜ୍ୱଳା ଯୋଜନା ପାଇଁ ପଞ୍ଜୀକରଣ କରିଥିଲେ।
ନାଗରିକ ମାନଙ୍କର ଭୂମିକା ଏବଂ ଦାୟିତ୍ୱକୁ ସ୍ୱୀକାର କରି ବିକଶିତ ଭାରତର ସଂକଳ୍ପକୁ ସାକାର କରିବା ଏହି ଯାତ୍ରାର ଲକ୍ଷ୍ୟ। ୧୨୦୦ରୁ ଅଧିକ ମାଇଁ ଭାରତ ସ୍ୱେଚ୍ଛାସେବୀ ମାନଙ୍କ ସହିତ ୮୦,୦୦୦ରୁ ଅଧିକ ଲୋକ ଏଥିରେ ପଞ୍ଜୀକୃତ ହୋଇଥିଲେ ଯେଉଁମାନେ ପରିବର୍ତ୍ତନଶୀଳ “ସଂକଳ୍ପ ପ୍ରତିଶ୍ରୁତି” ପ୍ରତି ଆନୁଗତ୍ୟ ପ୍ରକାଶ କରିଥିଲେ। ପ୍ରଥମ ଦିନରେ ଏହି ଯାତ୍ରା ୩,୪୪୮ ଜଣ ମହିଳା, ୧,୪୭୫ ଜଣ ଛାତ୍ର, ୪୯୫ ଜଣ ସ୍ଥାନୀୟ କଳାକାର ଏବଂ ୨୯୮ ଜଣ କ୍ରୀଡ଼ା ବ୍ୟକ୍ତିତ୍ୱଙ୍କୁ ସେମାନଙ୍କ ପ୍ରୟାସକୁ ସ୍ୱୀକୃତି ଦେବା ସହ ସେମାନଙ୍କୁ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ଭାବେ ସ୍ୱୀକାର କରିଛି।

ଡ୍ରୋନ୍ ପ୍ରଦର୍ଶନ ଏକ ବୃହତ ସଫଳତା

ବିକଶିତ ଭାରତ ସଂକଳ୍ପ ଯାତ୍ରାରେ କୃଷି କ୍ଷେତ୍ରରେ ହେଉଥିବା ବିକାଶ ପ୍ରଦର୍ଶିତ ହେବ ଯାହାକୁ କୃଷକମାନେ ସେମାନଙ୍କ ଉତ୍ପାଦନ ଏବଂ ଉତ୍ପାଦକତା ବୃଦ୍ଧି ପାଇଁ ଉପଯୋଗ କରିପାରିବେ। ପ୍ରଥମ ଦିନରେ ୧୨୦ରୁ ଅଧିକ ଡ୍ରୋନ୍ ପ୍ରଦର୍ଶନ ଓ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦର୍ଶନୀ ଆୟୋଜିତ କରାଯାଇଥିଲା। ପ୍ରାକୃତିକ ଉପାୟରେ ଚାଷ କରୁଥିବା କୃଷକ ମାନଙ୍କ ସହ ଏକ ଆକର୍ଷଣୀୟ ଆଲୋଚନା ହୋଇଥିଲା।

ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ପ୍ରମୁଖ ସରକାରୀ ଯୋଜନା ଗୁଡ଼ିକର ଶତପ୍ରତିଶତ ସଫଳତା ଉପରେ ମଧ୍ୟ ଆଲୋକପାତ କରାଯାଇଛି। ପ୍ରଥମ ଦିନରେ ଅନ୍ତର୍ଭୁକ୍ତ ହୋଇଥିବା ୨୫୯ଟି ଗ୍ରାମ ପଞ୍ଚାୟତ ମଧ୍ୟରୁ ୮୩ଟିରେ ୧୦୦ ପ୍ରତିଶତ ଆୟୁଷ୍ମାନ କାର୍ଡ ସଂତୃପ୍ତି , ୮୯ଟିରେ ୧୦୦ ପ୍ରତିଶତ ଜେଜେଏମ୍ ସଂତୃପ୍ତି , ୯୭ଟିରେ ଶତପ୍ରତିଶତ ଜନଧନ ସଂତୃପ୍ତି ରହିଛି ଏବଂ ୧୨୪ଟି ଓଡିଏଫ୍ ପ୍ଲସ୍ ମାନ୍ୟତା ହାସଲ କରିଛନ୍ତି।

ଯାତ୍ରାରେ ବ୍ୟକ୍ତିଗତ ସଫଳତାର କାହାଣୀ ମଧ୍ୟ ବୁଣା ଯାଇଥାଏ। ପ୍ରଥମ ଦିନରେ ୨୦୦ରୁ ଅଧିକ ହିତାଧିକାରୀ ‘ମେରି କହାନି ମେରି ଜୁବାନି’ (ମୋ ମୁହଁରେ ମୋ କାହାଣୀ) ପରିବେଷଣ କରିଥିଲେ, ଯେଉଁଥିରେ ସରକାରଙ୍କ ପ୍ରମୁଖ ଯୋଜନା ଗୁଡ଼ିକ ଯୋଗୁଁ ସେମାନଙ୍କ ଜୀବନରେ ଆସିଥିବା ପରିବର୍ତ୍ତନ ସମ୍ପର୍କରେ ସେମାନେ ଉଲ୍ଲେଖ କରିଥିଲେ, ଯାହାକି ସରକାରୀ ଯୋଜନା ଗୁଡିକର ସଫଳତାର ପ୍ରମାଣ।

ବିକଶିତ ଭାରତ ସଂକଳ୍ପ ଯାତ୍ରା ହେଉଛି ଭାରତ ସରକାରଙ୍କ ସର୍ବବୃହତ ବ୍ୟାପକ କାର୍ଯ୍ୟକ୍ରମ। ସାମଗ୍ରିକ ବିକାଶର ଲକ୍ଷ୍ୟ ନେଇ ପ୍ରସ୍ତୁତ ହୋଇଥିବା ଏହି ଯୋଜନାର ସୁଫଳ ଯେପରି ସମସ୍ତ ନାଗରିକ ମାନଙ୍କ ପାଖରେ ପହଂଚି ପାରିବ ସେଥିପାଇଁ ସରକାରଙ୍କ ନିରନ୍ତର ପ୍ରୟାସ ରହିଛି, ଯାହା ଦ୍ୱାରା ଶତ ପ୍ରତିଶତ ସଫଳତା ମିଳିପାରିବ। ଦେଶର ବିକାଶରେ ସକ୍ରିୟ ଅଂଶୀଦାର ହେବା ପାଇଁ ନାଗରିକ ମାନଙ୍କୁ ସଶକ୍ତ କରିବା, ସୂଚନା ପ୍ରସାର ଏବଂ ସଶକ୍ତ କରିବା ମାଧ୍ୟମରେ ଏହି ଲକ୍ଷ୍ୟ ହାସଲ ଦିଗରେ ଏହି ଯାତ୍ରା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ନରେନ୍ଦ୍ର ମୋଦୀ ବିକଶିତ ଭାରତ ସଂକଳ୍ପ ଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ଏନ୍ଏସଜିର ଜାତୀୟ ଆଇଇଡି ତଥ୍ୟ ପରିଚାଳନା ବ୍ୟବସ୍ଥାର ଉଦଘାଟନ କଲେ ଅମିତ ଶାହ

January 9, 2026

ଡିଜିଟାଲ୍‌ କ୍ରିଏଟରମାନଙ୍କୁ ସଶକ୍ତ କରିବା ଲାଗି ଡିଡି ନ୍ୟୁଜରେ ‘କ୍ରିଏଟର୍ସ କର୍ଣ୍ଣର୍‌’ର ଶୁଭାରମ୍ଭ

January 9, 2026

ଚଳିତ ବର୍ଷ ସମୟସାରଣୀରେ 549 ଟ୍ରେନର ଗତି ବଢ଼ାଇଲା ଭାରତୀୟ ରେଳବାଇ

January 9, 2026

କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ‘ସମଗ୍ର ଶିକ୍ଷା’ର ନୂତନ ରୂପରେଖ ପାଇଁ ପରାମର୍ଶ ବୈଠକ

January 9, 2026
Latest News

ଏନ୍ଏସଜିର ଜାତୀୟ ଆଇଇଡି ତଥ୍ୟ ପରିଚାଳନା ବ୍ୟବସ୍ଥାର ଉଦଘାଟନ କଲେ ଅମିତ ଶାହ

January 9, 2026

ଡିଜିଟାଲ୍‌ କ୍ରିଏଟରମାନଙ୍କୁ ସଶକ୍ତ କରିବା ଲାଗି ଡିଡି ନ୍ୟୁଜରେ ‘କ୍ରିଏଟର୍ସ କର୍ଣ୍ଣର୍‌’ର ଶୁଭାରମ୍ଭ

January 9, 2026

ଚଳିତ ବର୍ଷ ସମୟସାରଣୀରେ 549 ଟ୍ରେନର ଗତି ବଢ଼ାଇଲା ଭାରତୀୟ ରେଳବାଇ

January 9, 2026

‘ଟ୍ରମ୍ପଙ୍କ ସହ ଆଠ ଥର କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି’: ଆମେରିକାର ଦାବିର ଜବାବ ଦେଲା ଭାରତ

January 9, 2026

ବାଲୁଗାଁ କଲେଜରେ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ

January 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.