Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନଭେମ୍ବର ୨୦ ରେ ଓଡ଼ିଶା ଗସ୍ତରେ ଆସିବେ ରେଳ ମନ୍ତ୍ରୀ
ଆଜିର ଖବର

ନଭେମ୍ବର ୨୦ ରେ ଓଡ଼ିଶା ଗସ୍ତରେ ଆସିବେ ରେଳ ମନ୍ତ୍ରୀ

November 18, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ, ଭାରତ ସରକାର, ଧର୍ମେନ୍ଦ୍ର ପ୍ରଧାନ ଏବଂ ମାନ୍ୟବର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନଭେମ୍ବର ୨୦ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି।

ସେମାନଙ୍କ ଗସ୍ତ ସମୟରେ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ୱିନୀ ବୈଷ୍ଣବ ନଭେମ୍ବର ୨୦ ତାରିଖ ଅପରାହ୍ନରେ ସମ୍ବଲପୁର ରେଳ ଷ୍ଟେସନରୁ ବନାରସ-ସମ୍ବଲପୁର-ବନାରସ ଦ୍ୱି-ସାପ୍ତାହିକ ଏକ୍ସପ୍ରେସର ବିଶାଖାପାଟନମ୍ ପର୍ଯ୍ୟନ୍ତ ସମ୍ପ୍ରସାରଣକୁ ସବୁଜ ପତାକା ପ୍ରଦର୍ଶନ କରାଇ ଶୁଭାରମ୍ଭ କରିବେ।

ସମ୍ବଲପୁରରେ ଏହି ଅବସରରେ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ସାଂସଦ ନୀତେଶ ଗଙ୍ଗଦେବ ଏବଂ ବିଧାୟକ ଜୟନାରାୟଣ ମିଶ୍ର ଉପସ୍ଥିତ ରହିବେ। ଏହା ବ୍ୟତୀତ, ଭିଡିଓ କନଫରେନ୍ସିଂ ମାଧ୍ୟମରେ ମାନ୍ୟବର ସାଂସଦ ସୁରେଶ ପୂଜାରୀ ବରଗଡ ରେଳ ଷ୍ଟେସନ ଠାରେ, ମାନ୍ୟବର ସାଂସଦ ସଙ୍ଗୀତା କୁମାରୀ ସିଂ ଦେଓ ଏବଂ ନିରଂଜନ ବିଶି ବାଲଙ୍ଗୀର ରେଳ ଷ୍ଟେସନରେ ଏବଂ ମାନ୍ୟବର ସାଂସଦ ବସନ୍ତ କୁମାର ପଣ୍ଡା ଏବଂ ସୁଜିତ କୁମାର କେସିଙ୍ଗା ରେଳ ଷ୍ଟେସନ ଠାରେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବେ।

ଉଦ୍‌ଘାଟନୀ ଦିବସରେ ଏହି ଟ୍ରେନ୍ ସମ୍ବଲପୁରରୁ ଶୁଭାରମ୍ଭ କରି ବିଶାଖାପାଟନମ୍ କୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଭାବରେ ଯାତ୍ରା କରିବ ଏବଂ ଏହି ଟ୍ରେନ୍ ପାଇଁ ସମ୍ପ୍ରସାରିତ ଅଂଶରେ ନିୟମିତ ସେବା ନଭେମ୍ବର ୨୨ ତାରିଖରୁ ବିଶାଖାପାଟନମ୍ ଠାରୁ ଏବଂ ନଭେମ୍ବର ୨୩ ତାରିଖ ଠାରୁ ବନାରସରୁ ଚଳାଚଳ କରିବ।

ବିଶାଖାପାଟନମ୍ ପର୍ଯ୍ୟନ୍ତ ଏହି ଟ୍ରେନର ସମ୍ପ୍ରସାରଣ ଦକ୍ଷିଣ ଏବଂ ପଶ୍ଚିମ ଓଡିଶାର ଲୋକଙ୍କ ପାଇଁ ଏକ ଯୁଗାନ୍ତ ପରିବର୍ତ୍ତନ। ଏହି ଟ୍ରେନର ସମ୍ବଲପୁରରୁ ବିଶାଖାପାଟନମ୍ ପର୍ଯ୍ୟନ୍ତ ସମ୍ପ୍ରସାରଣ ପଶ୍ଚିମ ଏବଂ ଦକ୍ଷିଣ ଓଡିଶାର ଅଧିବାସୀଙ୍କ ପାଇଁ ବ୍ୟବସାୟ, ଶିକ୍ଷା ଏବଂ ଚିକିତ୍ସା ଭଳି ବିଭିନ୍ନ କାରଣ ସମ୍ବନ୍ଧରେ ଯାତ୍ରା କରିବା ସହଜ କରିବ ଏବଂ ଏହା ଉକ୍ତ ଅଞ୍ଚଳ ପାଇଁ ଜୀବନ ରେଖା ଭାବେ ପରିଗଣିତ ହେବ।

ସମ୍ବଲପୁର ଏବଂ ବନାରସ ମଧ୍ୟରେ ଏହି ଟ୍ରେନ୍ ପାଇଁ ନିର୍ଦ୍ଧାରିତ ସମୟ ଏବଂ ରହଣି ଷ୍ଟେସନକୁ କୌଣସି ପ୍ରକାର ବ୍ୟାଘାତ ନଦେଇ ଏହି ଟ୍ରେନ୍ କୁ ବିଶାଖାପାଟନମ୍ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଛି।

ଅଶ୍ୱିନୀ ବୈଷ୍ଣବ ଓଡିଶା ଗସ୍ତ ଧର୍ମେନ୍ଦ୍ର ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି କାନାଡା ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ

February 27, 2026

ଅପରେସନ ସାଇବର କବଚ: ୨୫୫ ଅଭିଯୁକ୍ତ ଗିରଫ

February 27, 2026

ଆଠ ମାସରେ ୨ କୋଟି ଥର ଡାଉନଲୋଡ୍ ହୋଇଛି ରେଲୱାନ୍ ସୁପରଆପ୍

February 27, 2026

ପାରାଦୀପ ବନ୍ଦରରେ ସବୁଜ ହାଇଡ୍ରୋଜେନ୍ ଜେଟି ପାଇଁ ୭୯୭ କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

February 27, 2026
Latest News

ଆଜି କାନାଡା ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ

February 27, 2026

ଅପରେସନ ସାଇବର କବଚ: ୨୫୫ ଅଭିଯୁକ୍ତ ଗିରଫ

February 27, 2026

ଏଆଇ ସହ ନିତିଦିନିଆ ଆହ୍ବାନର ସମାଧାନ: ଷ୍ଟାର୍ଟଅପ୍‌ମାନଙ୍କ ନୂତନ ପ୍ରୟାସ

February 27, 2026

ଆଠ ମାସରେ ୨ କୋଟି ଥର ଡାଉନଲୋଡ୍ ହୋଇଛି ରେଲୱାନ୍ ସୁପରଆପ୍

February 27, 2026

ପାରାଦୀପ ବନ୍ଦରରେ ସବୁଜ ହାଇଡ୍ରୋଜେନ୍ ଜେଟି ପାଇଁ ୭୯୭ କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

February 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.