Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱର ପୂର୍ବାଞ୍ଚଳ ଭାଷା କେନ୍ଦ୍ରରେ ପ୍ରଶାସନିକ ଓ ଶୈକ୍ଷିକ ଭବନର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ଭୁବନେଶ୍ୱର ପୂର୍ବାଞ୍ଚଳ ଭାଷା କେନ୍ଦ୍ରରେ ପ୍ରଶାସନିକ ଓ ଶୈକ୍ଷିକ ଭବନର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

November 19, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ମୋଦି ସରକାର ଓଡ଼ିଶାର ସ୍କୁଲ ଶିକ୍ଷାରୁ ଆରମ୍ଭ କରି ଉଚ୍ଚଶିକ୍ଷା ସହ ଗବେଷଣା ପର୍ଯ୍ୟନ୍ତ ହଜାର ହଜାର କୋଟି ଟଙ୍କା ଦେଉଥିବା ବେଳେ ଏ ସବୁର ଲାଭ ଓଡ଼ିଆ ଭାଷା ଆଧାରରେ ମିଳୁ, ଓଡ଼ିଆ ଲୋକଙ୍କୁ ମିଳୁ ଏବଂ ବୃହତ ସ୍ୱାର୍ଥରେ ମିଳୁ। ଏହା ଆମର ପ୍ରାଥମିକତା ବୋଲି ରବିବାର ଭାରତୀୟ ଭାଷା ସଂସ୍ଥାନର ଭୁବନେଶ୍ୱର ଲକ୍ଷ୍ମୀସାଗର ସ୍ଥିତ ପୂର୍ବାଞ୍ଚଳ ଭାଷା କେନ୍ଦ୍ରରେ ପ୍ରଶାସନିକ ଓ ଶୈକ୍ଷିକ ଭବନ ଏବଂ ଛାତ୍ରାବାସ ଓ ଅତିଥି ଭବନର ଉଦଘାଟନ କରିବା ଅବସରରେ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପୂର୍ବାଞ୍ଚଳ ଭାଷା କେନ୍ଦ୍ରର ନବକଳେବର ଅବସରରେ ଏହି ଅନୁଷ୍ଠାନର ପ୍ରାଧ୍ୟାପକ ଓ ଶିକ୍ଷକ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଗତ ଦିନ ମାନଙ୍କରେ ଓଡ଼ିଶାରେ ଆଇଆଇଏମ ସମ୍ବଲପୁର, ଆଇଜର ବ୍ରହ୍ମପୁର, ଏସଡିଆଇ ଭୁବନେଶ୍ୱର ଭଳି ଅନେକ ଶିକ୍ଷାନୁଷ୍ଠାନ ଗଢି ଉଠିଛି । କେନ୍ଦ୍ର ସଂସ୍କୃତ ବିଶ୍ୱବିଦ୍ୟାଳୟର ପୁରୀ ସଦାଶିବ କ୍ୟାମ୍ପସରେ ଗତକାଲି ୧୦୦ କୋଟି ଟଙ୍କାର କାମ ପାଇଁ ଶିଳାନ୍ୟାସ ହୋଇଛି । ଭାରତ ସରକାରଙ୍କ ସହଯୋଗରେ ଭୁବନେଶ୍ୱର ପୂର୍ବାଞ୍ଚଳ ଭାଷା କେନ୍ଦ୍ରର ନବକଳେବର ହୋଇଯାଇଛି । ଆଜିର ଲୋକାର୍ପିତ ବିକାଶମୂଳକ ପ୍ରକଳ୍ପ ଗୁଡିକ ଓଡ଼ିଆ ଭାଷା ସମେତ ଶାନ୍ତାଳି, ବଙ୍ଗାଳୀ, ମୈଥିଲି ଭାଷା ପ୍ରଶିକ୍ଷଣ ସୁବିଧାକୁ ବ୍ୟାପକ କରିବାରେ ସହାୟକ ହେବ । ଏହା ଏକ ସାରସ୍ୱତ କ୍ଷେତ୍ର ତିଆରି ହେବ । ଏଠାରେ ଏକ ସ୍ଥାୟୀ ଅଡିଟୋରିୟମ ନିର୍ମାଣ କରିବା ପାଇଁ ମଧ୍ୟ ଭାରତ ସରକାର ସହଯୋଗୀ ହେବେ।

ଆଜି ଦେଶ ସ୍ୱାଧୀନତା ସଂଗ୍ରାମୀ, ବିଶିଷ୍ଟ ତାମିଲ କବି ମହାକବି ଚିନ୍ନାସ୍ୱାମୀ ସୁବ୍ରମଣ୍ୟ ଭାରତୀଙ୍କ ଜନ୍ମଦିନ ଉପଲକ୍ଷେ ଭାରତୀୟ ଭାଷା ଦିବସ ପାଳନ କରୁଛି । ଏହି ଉତ୍ସବ ସେପ୍ଟେମ୍ବର ୨୮ରୁ ଆରମ୍ଭ ହୋଇଥିବା ବେଳେ ଡିସେମ୍ବର ୧୧ ପର୍ଯ୍ୟନ୍ତ ଚାଲିବ । ଏହି ପରିପ୍ରେକ୍ଷୀରେ ଓଡ଼ିଆ ଭାଷାକୁ ଲୋକାଦୃତ କରିବା ତଥା ନୂଆପିଢି ପାଖରେ ପହଞ୍ଚାଇବା ପାଇଁ ଆସନ୍ତା ଡିସେମ୍ବରରେ ସମାଜର ସହଯୋଗରେ ସବୁ ସ୍କୁଲ ଏବଂ କଲେଜରେ ଓଡ଼ିଆ ଭାଷାକୁ ନେଇ ବିଶେଷ ଧରଣର ବକ୍ତୃତା, ପ୍ରବନ୍ଧ ପ୍ରତିଯୋଗିତାର ଆୟୋଜନ କରିବା ପାଇଁ ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର ଏବଂ ଭାରତୀୟ ଭାଷା ସଂସ୍ଥାନକୁ ଶ୍ରୀ ପ୍ରଧାନ ପ୍ରସ୍ତାବ ଦେଇଛନ୍ତି।

ଭାରତୀୟ ଭାଷା ପରସ୍ପର ପରିପୁରକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ଭାଷାକୁ ଏକ ବିଷୟ ଭାବରେ ନୁହେଁ ବରଂ ଯେ କୌଣସି ବିଷୟକୁ ମାତୃଭାଷାରେ ଶିକ୍ଷା ଦେବା ଉପରେ ପ୍ରାଥମିକତା ଦିଆଯାଇଛି । ଏହା ହିଁ ମୂଳ ପ୍ରାର୍ଥକ୍ୟ। ପିଲାମାନେ ପ୍ରାରମ୍ଭିକ ଅବସ୍ଥାରେ କହୁଥିବା ଏବଂ ଶୁଣୁଥିବା ଭାଷାରେ ପାଠ ପଢିଲେ ସେମାନଙ୍କର ଅନୁସନ୍ଧାନ, ତର୍କ ଓ ବିଶ୍ଲେଷଣ କରିବାର କ୍ଷମତା ବୃଦ୍ଧି ପାଇଥାଏ। ଓଡ଼ିଆ ପିଲାମାନେ ମାତୃଭାଷାରେ ପାଠ ପଢିଲେ ଉତ୍କଳ ଗୌରବ ମଧୁବାବୁ,  ସାରଳା ଦାସ, ପଠାଣି ସାମନ୍ତ ହୋଇ ବିଶ୍ୱରେ ନାଁ କରିବେ। ଏଭଳି ଆଶା ଓ ଆଂକାକ୍ଷା ମୋ ମନରେ ଅଛି।

ଓଡ଼ିଆ ଭାଷାର ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି। ସମ୍ବଲପୁର ଏବଂ ଗଞ୍ଜାମରେ କଥିତ ଭାଷାର ମାଧୁର୍ଯ୍ୟ ଅତ୍ୟନ୍ତ ମଧୁର। ମୟୂରଭଞ୍ଜ ଏବଂ ଢେଙ୍କାନାଳରେ ଭାଷାର ଲାଳିତ୍ୟ ଅବର୍ଣ୍ଣନୀୟ। ଓଡ଼ିଶାରେ ବସବାସ କରୁଥିବା ଜନଜାତିଙ୍କ ମଧ୍ୟର ଭିନ୍ନ ଭିନ୍ନ ଭାଷା ରହିଛି।  ଆମର ଓଡ଼ିଆ ଭାଷା କେବଳ ମଧୁର ନୁହେଁ, ବହୁତ ପ୍ରାଚୀନ ମଧ୍ୟ। ଏହି ଭାଷା ମାଧ୍ୟମରେ ଆମେ ବଡଦେଉଳ, କୋଣାର୍କ ଏବଂ ଲିଙ୍ଗରାଜ ଭଳି ମନ୍ଦିର ନିର୍ମାଣ କରିବା ସହ ସାତ ସମୁଦ୍ର ପାର କରି ବାଣିଜ୍ୟ ବ୍ୟବସାୟ କରିବାରେ ସଫଳ ହୋଇଥିଲେ। ୧୯୩୬ ଏପ୍ରିଲ ୧ରେ ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଥିଲା। ସେହି ଭାଷା ଆଧାରିତ ରାଜ୍ୟ ଭାବେ ଓଡ଼ିଶା ୨୦୩୬ରେ ୧୦୦ ବର୍ଷ ପୂରଣ ହେବ। ଏକବିଂଶ ଶତାବ୍ଦୀରେ ୨୦୩୬ରେ ଓଡ଼ିଶା ଭାଷା ଭିତ୍ତିରେ ୧୦୦ ବର୍ଷ ପୂରଣ କରୁଥିବା ବେଳେ ପୃଥିବୀର ବୌଦ୍ଧିକ କେନ୍ଦ୍ର ଓଡ଼ିଶା ହେବା ଦରକାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଭାଷା ଗବେଷଣାକୁ ପ୍ରୋତ୍ସାହନ ଦେବା ଦିଗରେ ସିଆଇଆଇଏଲ, ମହୀଶୂର ଏବଂ ଏନସିଇଆରଟି ମଧ୍ୟରେ ଏକ ବୁଣାମଣା ପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଥିଲା।

ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର ମୋଦି ସରକାର ଲୋକାର୍ପଣ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ପଞ୍ଜାବ କିଙ୍ଗସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ମୁକାବିଲା: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି ଏକାଦଶ

March 31, 2026

“ପ୍ରଧାନମନ୍ତ୍ରୀ ଯାହା କରିପାରିବେ, ତାହା…”: ଇରାନ ଯୁଦ୍ଧ ଉପରେ ଓମାର ଅବଦୁଲ୍ଲାଙ୍କ ବଡ଼ ବୟାନ

March 31, 2026

ନକ୍ସଲମୁକ୍ତ ଭାରତ ଘୋଷଣା ପରେ ଶିବସେନା ସାଂସଦଙ୍କ ପ୍ରତିକ୍ରିୟା: ସରକାରକୁ କଲେ ପ୍ରଶ୍ନ

March 31, 2026

ଖୋଲାଖୋଲି ବିକ୍ରି ହେଉଥିଲା “ମେଡ୍ ଇନ୍ ପାକିସ୍ତାନ” ସାମଗ୍ରୀ: ରାକେଟର ପର୍ଦ୍ଦାଫାସ କଲା ପୋଲିସ

March 31, 2026
Latest News

ଆଜି ପଞ୍ଜାବ କିଙ୍ଗସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ମୁକାବିଲା: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି ଏକାଦଶ

March 31, 2026

ନକ୍ସଲମୁକ୍ତ ଭାରତ: ୫୬ ବର୍ଷର ସଂଘର୍ଷର ଅନ୍ତ ଏବଂ ଏକ ଐତିହାସିକ ସଫଳତା  

March 31, 2026

“ପ୍ରଧାନମନ୍ତ୍ରୀ ଯାହା କରିପାରିବେ, ତାହା…”: ଇରାନ ଯୁଦ୍ଧ ଉପରେ ଓମାର ଅବଦୁଲ୍ଲାଙ୍କ ବଡ଼ ବୟାନ

March 31, 2026

ନକ୍ସଲମୁକ୍ତ ଭାରତ ଘୋଷଣା ପରେ ଶିବସେନା ସାଂସଦଙ୍କ ପ୍ରତିକ୍ରିୟା: ସରକାରକୁ କଲେ ପ୍ରଶ୍ନ

March 31, 2026

ବାଣପୁରରେ ଖୋଲିଲା ଯୋଗ ଶିକ୍ଷା କେନ୍ଦ୍ର: କ୍ୟାରିଅର ଗଢିବା ପାଇଁ ପାଠ୍ୟକ୍ରମ ବ୍ୟବସ୍ଥା

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.