ଅଷ୍ଟ୍ରେଲିଆ ଖେଳାଳି ବିଶ୍ବକପ ଟ୍ରଫି ଉପରେ ଗୋଡ ଥୋଇବା ଫଟୋ ଭାଇରାଲ, ବିଭିନ୍ନ ମହଲରେ ନିନ୍ଦା

Published: Nov 20, 2023, 2:56 pm IST
WorldCup

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଷଷ୍ଠ ଥର ପାଇଁ ବିଶ୍ୱକପ ଟ୍ରଫି ଜିତିଛି। ବିଶ୍ୱକପ ୨୦୨୩ ର ଅନ୍ତିମ ମ୍ୟାଚ୍ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ଭାରତୀୟ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।

ଅଷ୍ଟ୍ରେଲିଆ ଭାରତକୁ ୬ ୱିକେଟରେ ହରାଇ ବିଶ୍ବକପ ଜିତିଥିଲା। ଏହି ସମୟରେ, ଏହି ବିଜୟ ପରେ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ମିଚେଲ ମାର୍ଶ ବିଶ୍ୱକପ ଟ୍ରଫିକୁ ଅପମାନିତ କରୁଥିବା ଦେଖିବାକୁ ମିଳିଥିଲା।

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ମିଚେଲ ମାର୍ଶ ବିଶ୍ୱକପ ଟ୍ରଫି ଉପରେ ଗୋଡ ରଖି ବସିଥିବାର ନଜର ଆସିଛନ୍ତି। ଏହି ଫଟୋ ଭାଇରାଲ ହେବା ମାତ୍ରେ ନେଟେନିଜେନମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି।

ଏହି ଫଟୋ ଭାଇରାଲ ହେବା ମାତ୍ରେ ନେଟେନିଜେନମାନେ ଉତକ୍ଷିପ୍ତ ହୋଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଅନେକ ଲୋକ କୁହନ୍ତି ଯେ ଅଷ୍ଟ୍ରେଲୀୟ ଖେଳାଳିମାନେ ଏହି ଟ୍ରଫି ହାସଲ କରିବାରେ ଯୋଗ୍ୟ ନୁହଁନ୍ତି। ଅନ୍ୟ ଜଣେ କହିଛନ୍ତି ଯେ ଏହା ହେଉଛି ଏକ ବିଶ୍ୱକପ୍ ଟ୍ରଫି, ଟ୍ରଫିକୁ ସମ୍ମାନ ଦିଆଯିବା ଉଚିତ୍।

Related posts