ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ, ସୂର୍ଯ୍ୟକୁମାର ଯାଦବ ଅଧିନାୟକ, ଏହି ଖେଳାଳିଙ୍କୁ ମିଳିଲା ସ୍ଥାନ

Published: Nov 20, 2023, 10:55 pm IST

ନୂଆଦିଲ୍ଲୀ: ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ୫ ଟି -୨୦ ମ୍ୟାଚ୍ ଖେଳିବ। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିରିଜର ପ୍ରଥମ ମ୍ୟାଚ୍ ନଭେମ୍ବର ୨୩ ତାରିଖରେ ବିଶାଖାପାଟନମ୍ ରେ ଖେଳାଯିବ। ତେବେ ଏହି ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ସିରିଜରେ ଟିମ୍ ଇଣ୍ଡିଆର ଅଧିନାୟକ ହେବେ ସୁର୍ଯ୍ୟକୁମାର ଯାଦବ। ଯେତେବେଳେ କି, ରିତୁରାଜ ଗାଇକ୍ଵାଡ ଉପ-ଅଧିନାୟକ ଭୂମିକାରେ ରହିବେ। ଏହା ବ୍ୟତୀତ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଭଳି ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି।

ବିଶାଖାପାଟନମ୍ ବ୍ୟତୀତ ଏହି ସିରିଜର ମ୍ୟାଚ୍ ଥିରୁବନନ୍ତପୁରମ୍, ଗୁଆହାଟି, ନାଗପୁର ଏବଂ ହାଇଦ୍ରାବାଦରେ ଖେଳାଯିବ। ଏଥି ସହିତ ଭାରତ-ଅଷ୍ଟ୍ରେଲିଆ ଟି -୨୦ ସିରିଜ୍ ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା ୭ ଟାରୁ ଖେଳାଯିବ।

ଆପଣ ଏହାକୁ କେଉଁଠାରେ ଦେଖିପାରିବେ?:

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ସ୍ପୋର୍ଟସ୍ ୧୮ ନେଟୱାର୍କ ମାଧ୍ୟମରେ ଭାରତରେ ଟିଭିରେ ସିଧା ପ୍ରସାରଣ ହେବ। ମ୍ୟାଚଗୁଡ଼ିକର ଲାଇଭ୍ ଷ୍ଟ୍ରିମିଂ ଜିଓ ସିନେମା ଆପରେ କରାଯିବ।

କାର୍ଯ୍ୟସୂଚୀ ଏହିପରି ଅଟେ:

ପ୍ରଥମ ମ୍ୟାଚ୍- ୨୩ ନଭେମ୍ବର, ଗୁରୁବାର, ରାଜଶେଖର ରେଡ୍ଡୀ ଏସିଏ-ଭିଡିସିଏ କ୍ରିକେଟ୍ ଷ୍ଟାଡିୟମ୍, ବିଶାଖାପାଟନମ୍।

ଦ୍ୱିତୀୟ ମ୍ୟାଚ୍- ୨୬ ନଭେମ୍ବର, ରବିବାର, ଗ୍ରୀନଫିଲ୍ଡ ଆନ୍ତର୍ଜାତୀୟ ଷ୍ଟାଡିୟମ୍, ଥିରୁବନନ୍ତପୁରମ୍।

ତୃତୀୟ ମ୍ୟାଚ୍- ୨୮ ନଭେମ୍ବର, ମଙ୍ଗଳବାର, ବାରସାପରା କ୍ରିକେଟ୍ ଷ୍ଟାଡିୟମ୍, ଗୁଆହାଟି।

ଚତୁର୍ଥ ମ୍ୟାଚ୍- ୦୧ ଡିସେମ୍ବର, ବିଦର୍ଭ କ୍ରିକେଟ୍ ଆସୋସିଏସନ୍ ଗ୍ରାଉଣ୍ଡ, ନାଗପୁର।

ପଞ୍ଚମ ମ୍ୟାଚ୍- ୦୩ ଡିସେମ୍ବର, ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍, ହାଇଦ୍ରାବାଦ।

ଟି-୨୦ ସିରିଜ ପାଇଁ ଭାରତୀୟ ଦଳ:

ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ରିତୁରାଜ ଗାଇକ୍ଵାଡ (ଉପ-ଅଧିନାୟକ), ଇଶାନ କିଶାନ, ଯଶସ୍ୱୀ ଜୟସ୍ଵାଲ, ତିଲକ ବର୍ମା, ରିଙ୍କୁ ସିଂ, ଜିତେଶ ଶର୍ମା (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ଅକ୍ସର ପଟେଲ, ଶିବମ ଦୁବେ, ରବି ବିଷ୍ନୋଇ, ଅର୍ଶଦୀପ ସିଂ, ପ୍ରସିଦ୍ଧ କୃଷ୍ଣ, ଆବେଶ ଖାନ ଏବଂ ମୁକେଶ କୁମାର।

ଟି-୨୦ ସିରିଜ ପାଇଁ ଅଷ୍ଟ୍ରେଲିଆର ଦଳ:

ମାଥ୍ୟୁ ୱେଡ (ଅଧିନାୟକ), ମାଥ୍ୟୁ ସର୍ଟ, ଟିମ ଡେଭିଡ, ଷ୍ଟିଭ ସ୍ମିଥ, ଟ୍ରାଭିସ ହେଡ, ଡେଭିଡ ୱାର୍ଣ୍ଣର, ଗ୍ଲେନ ମ୍ୟାକ୍ସୱେଲ, ମାର୍କସ ଷ୍ଟୋଇନିସ, ସଚିନ ଏବଟ, ଜୋଶ ଇଂଲିସ, ତନଭୀର ସାଙ୍ଘା, ନାଥନ ଏଲିସ, ଜେସନ ବେହେରେଣ୍ଡର୍ଫ, ସ୍ପେନ୍ସର ଜନସନ, ଆଦମ ଜାମ୍ପା।

Related posts