Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନଭେମ୍ବର ୨୪ ରୁ ୨୬ ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ
ଆଜିର ଖବର

ନଭେମ୍ବର ୨୪ ରୁ ୨୬ ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ

November 22, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଦେଶର ସାହିତ୍ୟ, ସଂସ୍କୃତି, କଳା, ମଂଚ ଓ ଚଳଚ୍ଚିତ୍ର କ୍ଷେତ୍ରର ପ୍ରାୟ ୨୫୦ ରୁ ଊର୍ଦ୍ଧ୍ୱ ଉଜ୍ଜଳ ତାରକାମାନେ ଏଠାରେ ନଭେମ୍ବର ୨୪ ରୁ ଆରମ୍ଭ ହେଉଥିବା ୩ ଦିନିଆ ସୋଆ ସାହିତ୍ୟ ଉତ୍ସବରେ ଯୋଗ ଦେବେ। ଏହି ଉତ୍ସବରେ ଏହି ବିଶିଷ୍ଟ ବ୍ୟକ୍ତିମାନେ ଭାରତୀୟ କଳା, ସଂସ୍କୃତି ଓ ସାହିତ୍ୟ ସମ୍ପର୍କରେ ଆଲୋଚନା ତଥା ମତ ବିନିମୟ କରିବେ।
ଦେଶର ଆଗ ଧାଡିର ବିଶ୍ୱବିଦ୍ୟାଳୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଦ୍ୱିତୀୟ ଥର ପାଇଁ ଏହି ସାହିତ୍ୟ ଉତ୍ସବର ଆୟୋଜନ କରିଥିବା ବେଳେ ବିଶିଷ୍ଟ ସାହିତ୍ୟିକ, ଗାଳ୍ପିକ, କବି, ସମାଲୋଚକ, ଐତିହାସିକ, ଅନୁବାଦକ, ଭାଷା ବିଜ୍ଞାନୀ, ଗବେଷକ, ସାମ୍ବାଦିକ ଓ ଚଳଚ୍ଚିତ୍ର ଜଗତର ପ୍ରମୁଖ ବ୍ୟକ୍ତିମାନେ ଏଥିରେ ଯୋଗ ଦେଉଛନ୍ତି।

ଏହି ଉତ୍ସବର ଟ୍ୟାଗ୍ ଲାଇନ୍ ରହିଛି ‘ସେଲିବ୍ରେସନ୍ ଅଫ୍ ୱର୍ଡ୍ସ ଆଣ୍ଡ ଆଇଡିଆଜ୍‌’ (ଶବ୍ଦ ଓ ଭାବନାର ଉତ୍ସବ)। ଏହି ସମାବେଶକୁ ନେଇ ସୋଆ ବିଶ୍ୱବିଦ୍ୟାଳୟ ଦେଶର ସାହିତ୍ୟ ଓ କଳା ପରମ୍ପରାର ମିଳନ ଭୂମି ହେବାକୁ ଯାଉଛି।

୨୦୨୦ ଫେବୃୟାରୀ ୧ ଓ ୨ ତାରିଖରେ ସୋଆ ପକ୍ଷରୁ ପ୍ରଥମ ସାହିତ୍ୟ ଉତ୍ସବ ଆୟୋଜିତ ହୋଇଥିଲା ଏବଂ ଏଥିରେ ୧୦୦ ରୁ ଊର୍ଦ୍ଧ୍ୱ ସାହିତ୍ୟିକ, କବି ଓ କଳାକାର ଯୋଗ ଦେଇଥିଲେ।

ଏହି ସାହିତ୍ୟ ଉତ୍ସବ ସୋଆ ପରିଚାଳିତ ସେଂଟର ଫର ପ୍ରିଜରଭେସନ, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍‌ସିଏଂଟ କଲ୍‌ଚର୍ ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ), ଯାହାକି ଭାରତର ଐତିହ୍ୟ ଓ ସଂସ୍କୃତିର ସଂରକ୍ଷଣ, ପ୍ରଚାର ଏବଂ ପୁନରୁଦ୍ଧାର କରିବା ଦିଗରେ କାର୍ଯ୍ୟ କରୁଛି, ପକ୍ଷରୁ ଆୟୋଜନ କରାଯାଇଛି।

ପ୍ରାଚୀନ ଗ୍ରନ୍ଥ ସମ୍ପାଦନା, ଗବେଷଣା, ଡିଜିଟାଇଜେସନ୍‌, ସଂପାନ, ପାଠଚକ୍ରର ଆୟୋଜନ ଏବଂ କଳା, ସାହିତ୍ୟ ଓ ସଂସ୍କୃତି ବିଷୟରେ ଚର୍ଚ୍ଚା ସହିତ ଭାରତୀୟ କଳା ଓ ସାହିତ୍ୟକୁ ଅଧିକ ସମୃଦ୍ଧ ଓ ପ୍ରସ୍ଫୁଟିତ କରିବା ଦିଗରେ କାର୍ଯ୍ୟ କରିବା ପ୍ରାଚୀନ୍‌ର ମୁଖ୍ୟ ଆଭିମୁଖ୍ୟ ବୋଲି ଏହି କେନ୍ଦ୍ରର ମୁଖ୍ୟ ତଥା ସୋଆ ସାହିତ୍ୟ ଉତ୍ସବର ନିର୍ଦ୍ଦେଶିକା ତଥା କ୍ୟୁରେଟର୍ ଡକ୍ଟର ଗାୟତ୍ରୀବାଳା ପଣ୍ଡା କହିଛନ୍ତି।

ଏହି ଉତ୍ସବ ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରର ବିଶିଷ୍ଟ ଚିନ୍ତକମାନଙ୍କ ପାଇଁ ମତ ଆଦାନ ପ୍ରଦାନର ଏକ ପ୍ରମୁଖ ପୀଠ ହୋଇପାରିବ ବୋଲି ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଛନ୍ତି।

ସୋଆ ଅଧିନରେ ୧୮ଟି ଗବେଷଣା କେନ୍ଦ୍ର ରହିଥିବା ବେଳେ ପ୍ରାଚୀନ ଏହା ମଧ୍ୟରୁ ଅନ୍ୟତମ ଏବଂ ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଅନେକ କାର୍ଯ୍ୟ ପ୍ରାଚୀନ୍ ମାଧ୍ୟମରେ କରାଯାଉଥିବା ସୋଆ କୁଳପତି କହିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଉପସ୍ଥିତ ଥିଲେ।

ଚଳିତ ସୋଆ ସାହିତ୍ୟ ଉତ୍ସବର ଶୀର୍ଷକ ରହିଛି ‘ଭାରତୀୟ ସଂସ୍କୃତି, ସମାଜ ଓ ସାହିତ୍ୟ: ସମ୍ଭାବନା ଓ ଆହ୍ୱାନ’।

ଏହି ଉତ୍ସବକୁ ଓଡ଼ିଶାର ବିଶିଷ୍ଟ ସାହିତ୍ୟିକା ଡକ୍ଟର ପ୍ରତିଭା ରାୟ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ଥିବା ବେଳେ ଏଥିରେ ସମାଜତତ୍ୱବିତ୍ ଓ ସମାଲୋଚକ ପ୍ରଫେସର ଆଶିଷ ନନ୍ଦୀ, ବିଶିଷ୍ଟ ଅଭିନେତ୍ରୀ ଦିବ୍ୟା ଦତ, ସାହିତ୍ୟ ଅକାଦେମୀର ଅଧ୍ୟକ୍ଷ ମାଧବ କୌଶିକ ଓ ସଚିବ କେ. ଶ୍ରୀନିବାସରାଓ ଉପସ୍ଥିତ ରହିବେ। ସେହିପରି ନଭେମ୍ବର ୨୬ ତାରିଖରେ ଉଦ୍‌ଯାପନୀ ଉତ୍ସବରେ ପ୍ରସିଦ୍ଧ ପଞ୍ଜାବୀ ସାହିତ୍ୟିକ ସୁରଜିତ ପତର ଏବଂ ସାହିତ୍ୟ ଏକାଡେମୀର ଉପସଭାପତି କୁମୁଦ ଶର୍ମା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଉତ୍ସବରେ ଓଡ଼ିଶାର ୧୧ ଜଣ ସାହିତ୍ୟିକ ଓ ମଂଚ ବିଶେଷଜ୍ଞଙ୍କୁ ‘ସୋଆ ସାହିତ୍ୟ ସମ୍ମାନ’ ପ୍ରଦାନ କରାଯିବ। ସେମାନେ ହେଲେ ପ୍ରଖ୍ୟାତ କବି ଓ କଥାକାର ରମାକାନ୍ତ ରଥ,ପ୍ରଖ୍ୟାତ କବି ଓ ସାହିତ୍ୟ ସମାଲୋଚକ ଡକ୍ଟର ସୀତାକାନ୍ତ ମହାପାତ୍ର ଏବଂ ଔପନ୍ୟାସିକ, ଗାଳ୍ପିକ ଓ ସ୍ତମ୍ଭକାର ବିଭୂତି ପଟ୍ଟନାୟକ, ପ୍ରତିଷ୍ଠିତ କାହାଣୀକାର ଅଚ୍ୟୁତାନନ୍ଦ ପତି, ଗାଳ୍ପିକ ସାତକଡି ହୋତା, ପ୍ରସିଦ୍ଧ ଭାଷାବିତ୍ ଡକ୍ଟର ଦେବୀ ପ୍ରସନ୍ନ ପଟ୍ଟନାୟକ, ବିଶିଷ୍ଟ ଔପନ୍ୟାସିକ ଓ ଗାଳ୍ପିକ ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ, ବରିଷ୍ଠ ଅନୁବାଦକ ଓ କବି ଶ୍ରୀନିବାସ ଉଦ୍‌ଗାତା, କବି, ଗାଳ୍ପିକ ଓ ନାଟ୍ୟକାର ଡକ୍ଟର ଜଗନ୍ନାଥ ପ୍ରସାଦ ଦାଶ, ବରିଷ୍ଠ ସାହିତ୍ୟ ସମାଲୋଚକ ଓ ପ୍ରାବନ୍ଧିକ ପ୍ରଫେସର ଦାଶରଥୀ ଦାସ, ବିଶିଷ୍ଟ ନିର୍ଦ୍ଦେଶକ ଓ ଅଭିନେତା ଅନନ୍ତ ମହାପାତ୍ର।

ଏହି ଉତ୍ସବରେ ଯୋଗ ଦେଉଥିବା ସାହିତ୍ୟିକ ଓ ସଂସ୍କୃତି କ୍ଷେତ୍ରର ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ମଧ୍ୟରେ ଦାମୋଦର ଖାଡ୍‌ସେ, ଦାମୋଦର ମୌଜୋ, ଗିରିଶ କାଶରଭାଲି, ଲୀଲାଧର ମାଣ୍ଡଲୋଇ, ଶୋଭନା ନାରାୟଣ, ଯତୀନ ଦାସ, ସୁବୋଧ ସରକାର, ହରପ୍ରସାଦ ଦାସ, ମୃତ୍ୟୁଞ୍ଜୟ କୁମାର ସିଂହ, ପଲ୍ ଜାକାରିଆ, ପଙ୍କଜ ପରାଶର, ପ୍ରୀତି ସେନୟ, ପ୍ରଶାନ୍ତ ନନ୍ଦ, ପ୍ରବୋଧ ପାରିଖ, ସନ୍ତୋଷ ଚୌବେ, ଶରନ୍ କୁମାର ଲିମ୍ବାଲେ, ଅତୁଲ ତିୱାରି, ବଳରାମ, ଡକ୍ଟର ସୌଭାଗ୍ୟ କୁମାର ମିଶ୍ର, ସବ୍ୟସାଚୀ ମହାପାତ୍ର ଏବଂ ସୁଶାନ୍ତ ମଣି ଅଛନ୍ତି।

ତିନି ଦିନର ଏହି ସାହିତ୍ୟ ଉତ୍ସବରେ ୬୦ଟି ସେସନ୍ ରହିଥିବା ବେଳେ ଉତ୍ସବର ପ୍ରଥମ ଦିନରେ ପ୍ରଥିତଯଶା କବି ଜୟନ୍ତ ମହାପାତ୍ରଙ୍କ ସ୍ମୃତିରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହେବ।

Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ

March 29, 2026

ଆସନ୍ତା ୩ ଯାଏଁ ଜାରି ରହିବ କାଳବୈଶାଖୀ ପ୍ରକୋପ: ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ ବର୍ଷା ଆଶଙ୍କା

March 29, 2026

ଆଜି ଆଇପିଏଲ ରେ ମୁମ୍ବାଇ ଏବଂ କୋଲକାତା ମଧ୍ୟରେ ମ୍ୟାଚ୍: ଜାଣନ୍ତୁ ପ୍ଲେଇଂ ଇଲେଭେନ

March 29, 2026

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଆଜି ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ

March 29, 2026
Latest News

PM Maan Ki Baat: ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

March 29, 2026

ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ

March 29, 2026

ଆସନ୍ତା ୩ ଯାଏଁ ଜାରି ରହିବ କାଳବୈଶାଖୀ ପ୍ରକୋପ: ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ ବର୍ଷା ଆଶଙ୍କା

March 29, 2026

ଆଜି ଆଇପିଏଲ ରେ ମୁମ୍ବାଇ ଏବଂ କୋଲକାତା ମଧ୍ୟରେ ମ୍ୟାଚ୍: ଜାଣନ୍ତୁ ପ୍ଲେଇଂ ଇଲେଭେନ

March 29, 2026

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଆଜି ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ

March 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.