Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା ଜିଲ୍ଲାରେ ଶେଷ ପର୍ଯ୍ୟାୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ
ଆଜିର ଖବର

ଖୋର୍ଦ୍ଧା ଜିଲ୍ଲାରେ ଶେଷ ପର୍ଯ୍ୟାୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ

November 23, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ- ୨୦୨୪, ଗତ ଅକ୍ଟୋବର ମାସ ୨୭ ତାରିଖ ଠାରୁ ଆରମ୍ଭ ହୋଇ ଅଦ୍ୟାବଧୂ ଚାଲୁ ରହିଅଛି ଓ ଏହି ସଂଶୋଧନ କାର୍ଯ୍ୟକ୍ରମ ଆସନ୍ତା ଡିସେମ୍ବର ମାସ ୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଭୋଟର ତାଲିକାରେ ଯଦି କୌଣସି ପ୍ରକାରର ତ୍ରୁଟି ଥାଏ, ତାହେଲେ ଏହି ସମୟ ମଧ୍ୟରେ ସେଥୁରେ ସଂଶୋଧନ କରାଯାଇ ପାରିବ। ଏଥି ନିମନ୍ତେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ମତେ ଖୋର୍ଦ୍ଧା ଜିଲ୍ଲାରେ ସବୁ ଭୋଟ ଗ୍ରହଣ କେନ୍ଦ୍ରରେ ୪ ଗୋଟି ସ୍ୱତନ୍ତ୍ର ଅଭିଯାନ ଦିବସ କରାଯାଇ ତ୍ରୁଟି ସଂଶୋଧନ ସହ ନୂତନ ଭାବେ ଭୋଟର ତାଲିକାରେ ନାମ ପଞ୍ଜୀକରଣ ନିମନ୍ତେ ଭୋଟର ମାନଙ୍କୁ ସଚେତନ କରାଯାଉଅଛି।

ଇତି ମଧ୍ୟରେ ତିନିଗୋଟି ସ୍ବତନ୍ତ୍ର ଅଭିଯାନ ଦିବସ ଶେଷ ହୋଇଅଛି ଓ ଆସନ୍ତା ତା ୨୫/୧୧/୨୦୨୩ ରିଖ (ଶନିବାର) ହେଉଛି ଶେଷ ସ୍ବତନ୍ତ୍ର ଅଭିଯାନ ଦିବସ। ଉକ୍ତ ଦିନ ଖୋର୍ଦ୍ଧା ଜିଲ୍ଲାର ସବୁ ଭୋଟ ଗ୍ରହଣ କେନ୍ଦ୍ରରେ ବି. ଏଲ. ଓ. ମାନେ ଉପସ୍ଥିତ ରହି ଭୋଟର ମାନଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇଦେବା ସହ ସେମାନଙ୍କର ଭୋଟର ତାଲିକାରେ ଥୁବା ତ୍ରୁଟି ସଂଶୋଧନ କରାଇବେ ଏବଂ ନୂତନ ଭୋଟର ମାନଙ୍କୁ ଭୋଟର ତାଲିକାରେ ନାମ ପଞ୍ଜୀକରଣ ପାଇଁ ସବୁ ପ୍ରକାରର ସହଯୋଗ କରିବେ। ବର୍ତ୍ତମାନ ସୁଧା ଖୋର୍ଦ୍ଧା ଜିଲ୍ଲାରେ ୪୭୨୮୯ ନୂତନ ଭୋଟର ତାଲିକାଭୁକ୍ତ ହେବାପାଇଁ ଆବେଦନ କରି ଅଛନ୍ତି ଏବଂ ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ ପାଇଁ ୨୨୫୦୭ ଜଣ ଭୋଟର ଆବେଦନ କରି ଅଛନ୍ତି। ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପୂର୍ବରୁ ଅର୍ଥାତ ଅଗଷ୍ଟ ସେପ୍ଟେମ୍ବର ମାସରେ ବୁଥ ସ୍ତରୀୟ ଅଧିକାରୀ ମାନଙ୍କ ଦ୍ବାରା ଘରକୁ ଘର ବୁଲି ସର୍ବେକ୍ଷଣ କରଯାଇଥିଲା। ସେତେବେଳେ ପ୍ରାୟ ୩୪୧୮୦ନୂଆ ଭୋଟରଙ୍କୁ ଭୋଟର ତାଲିକାରେ ପଞ୍ଜୀକୃତ କରିଯାଇଥିଲା ଏବଂ ୨୬୮୩୫ ଭୋଟରଙ୍କର ଭୋଟର ତାଲିକାରେ ଥୁବା ତ୍ରୁଟି ସଂଶୋଧନ କରଯାଇଥିଲା। ସେହି ଭୋଟର ମାନଙ୍କୁ ଖୁବ ଶୀଘ୍ର ଭୋଟର ଫଟୋ ପରିଚୟ ପତ୍ର ଯୋଗାଇ ଦିଆଯିବ।

ଉକ୍ତ କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ ବି. ଏଲ. ଓ. ଏବଂ ଅନ୍ୟାନ୍ୟ ଅଧିକାରୀ ମାନଙ୍କ କାର୍ଯ୍ୟକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧୁକାରୀ ନିକୁଞ୍ଜ ବିହାରୀ ଧଳ ପ୍ରଶଂସା କରିବା ସହ ଆସନ୍ତା ୨୫ ତାରିଖ (ଶନିବାର) ହେବାକୁ ଥିବା ଶେଷ ସ୍ଵତନ୍ତ ଅଭିଯାନ ଦିବସରେ ପ୍ରତି ବୁଥରେ ଅଂଶ ଗ୍ରହଣ କରିବା ନିମନ୍ତେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

ଖୋର୍ଦ୍ଧା ଭୋଟର ତାଲିକା ସାଧାରଣ ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନ ଏବଂ ବାଂଲାଦେଶକୁ ସମାଲୋଚନା କଲେ ଜୟ ଶାହ: ଟିମ୍ ଇଣ୍ଡିଆକୁ ଦେଲେ ଏହି ବାର୍ତ୍ତା

March 15, 2026

ରାଜ୍ୟସଭା ନିର୍ବାଚନ: ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବାକୁ ସି.ପି.ଆଇ.(ଏମ୍) ର ଆହ୍ୱାନ

March 15, 2026

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026
Latest News

ପାକିସ୍ତାନ ଏବଂ ବାଂଲାଦେଶକୁ ସମାଲୋଚନା କଲେ ଜୟ ଶାହ: ଟିମ୍ ଇଣ୍ଡିଆକୁ ଦେଲେ ଏହି ବାର୍ତ୍ତା

March 15, 2026

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: PNG ସଂଯୋଗ ଥିଲେ ମିଳିବ ନାହିଁ LPG, ପଢନ୍ତୁ ଅପଡେଟ୍

March 15, 2026

ଆଜି ଘୋଷଣା ହେବ ବଙ୍ଗଳା ଏବଂ ଆସାମ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ!: ଜାଣନ୍ତୁ ସମୟ

March 15, 2026

ରାଜ୍ୟସଭା ନିର୍ବାଚନ: ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବାକୁ ସି.ପି.ଆଇ.(ଏମ୍) ର ଆହ୍ୱାନ

March 15, 2026

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.